ନିଦ ପାଇଁ ଖାଦ୍ୟ

ରାତିରେ ନିଦ ନ ହେବା ଆଜିକାଲି ଏକ ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଏହି ସମ୍ୟାରୁ ମୁକ୍ତି ପାଇବା ପାଇଁ କିଏ କେତେ ଉପାୟ ଆପଣାଇଥାନ୍ତି । ପିଲାଦିନେ ଶୋଇବା ପୂର୍ବରୁ ମାଆ ଆମକୁ ଗୋଟିଏ ଗ୍ଲାସ କ୍ଷୀର ପିଇବାକୁ ଦେଉଥିଲେ । କିନ୍ତୁ ସେତେବେଳେ ଆମେ ଏହାର କାରଣ ଜାଣୁ ନ ଥିଲୁ । କ୍ଷୀରରେ ମେଲାଟୋନିନ୍‌ ନାମକ ହରମୋନ୍‌ ଭରପୁର ହୋଇ ରହିଥାଏ ଯାହା ନିଦ ହେବାରେ ସହାୟକ ହୋଇଥାଏ । ମେଲାଟୋନିନ୍‌କୁ ନିଦ ହରମୋନ୍‌ ବୋଲି ମଧ୍ୟ କୁହାଯାଏ ।

ନିଦ ପାଇଁ ଖାଦ୍ୟ

ଏକ ଅନ୍ଧାର ଘରେ ହରମୋନ୍‌ ସ୍ତର କମ୍‌ ରହିଥାଏ । ଏକ ଉଜ୍ଜ୍ୱଳ ଆଲୋକ ଘରେ ହରମୋନ ସ୍ତର ଅଧିକ ରହିଥାଏ । ମେଲାଟୋନିନ୍‌ ହରମୋନ୍‌ ସ୍ୱଭାବିକ ଭାବରେ ଆଲୋକ ପ୍ରତି ପ୍ରତିକ୍ରିୟାଶୀଳ ହୋଇଥାଏ । କିନ୍ତୁ ମେଲାଟୋନିନକୁ ନିୟନ୍ତ୍ରିତ କରିବାର ଏକମାତ୍ର ଉପାୟ ଉଜ୍ଜ୍ୱଳ ଆଲୋକ ନୁହେଁ । ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟକର ଖାଦ୍ୟପଦାର୍ଥ ମଧ୍ୟ ରହିଛି ଯାହା ନିଦକୁ ଗାଢ କରିବାରେ ସହାୟକ ହୋଇଥାଏ । ଏପରି କିଛି ଖାଦ୍ୟ ବିଷୟରେ ଆସନ୍ତୁ ଜାଣିବା ।

କ୍ଷୀର: ଗାଈ କ୍ଷୀର ମେଲାଟୋନିନ୍‌ର ଏକ ଉତ୍ତମ ସ୍ରୋତ, ଯାହା ନିଦ ହେବାରେ ସହାୟକ ହୋଇଥାଏ । ଗବେଷଣାରୁ ଏହା ଜଣାପଡିଛି ଯେ, ଗାଈ କ୍ଷୀରକୁ ଫୁଟାଇ ରାତି ସାରା ରଖି ପିଇଲେ ଏହାର ଗୁଣ ଆହୁରି ବଢିଯାଏ ।

କଦଳୀ: କଦଳୀ ନିଦ୍ରାହୀନ ସମସ୍ୟା ଦୂର କରିଥାଏ । କାରଣ ଏଥିରେ ମେଲାଟୋନିନ୍‌ ଭରପୁର ହୋଇ ରହିଛି ।
ନିଦ ପାଇଁ ଖାଦ୍ୟ

ବାଦାମ ଓ ପିସ୍ତା: ସମସ୍ତ ପ୍ରକାର ନଟସ୍‌ ଜାତୀୟ ଖାଦ୍ୟପଦାର୍ଥ ବିଶେଷ କରି ପିସ୍ତା, ବାଦାମରେ ମେଲୋଟୋନିନ୍‌ ଭରପୁର ହୋଇ ରହିଥାଏ ।
ନିଦ ପାଇଁ ଖାଦ୍ୟ

ଅଣ୍ଡା:ପ୍ରୋଟିନ୍‌, ଆଇରନ୍‌ ଓ ହେଲଦି ଫ୍ୟାଟସ୍‌ର ଉତ୍ସ ହେଉଛି ଅଣ୍ଡା । ଏହା ମଧ୍ୟ ଶରୀରରେ ମେଲାଟୋନିନ୍‌ ସ୍ତର ବୃଦ୍ଧି କରିଥାଏ ।

ନିଦ ପାଇଁ ଖାଦ୍ୟ

ମାଛ: ସାଲମନ୍‌ ପରି ଅଧିକ ତେଲଯୁକ୍ତ ମାଛ ଓମେଗା ୩ ପ୍ୟାଟି ଏସିଡ୍‌ର ଏକ ଉତ୍ତମ ସ୍ରୋତ । ଏଥିରେ ମେଲାଟୋନିନ୍‌ ମଧ୍ୟ ଭରପୁର ମାତ୍ରାରେ ରହିଛି ।

ନିଦ ପାଇଁ ଖାଦ୍ୟ

Comments are closed.