ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜର ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କଲେ ମୋଦି
ନୂଆଦିଲ୍ଲୀ: ଜୁଲାଇ ୧୨: ନୂଆଦିଲ୍ଲୀରେ ନୂତନ ସଂସଦ ଭବନର ଛାତ ଉପରେ ରାଷ୍ଟ୍ରୀୟ ପ୍ରତୀକକୁ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭର ଏହି କଳାକୃତି ନୂତନ ସଂସଦ ଭବନର ମୁଖ୍ୟ ଲବିର କେନ୍ଦ୍ର ସ୍ଥଳରେ ଅର୍ଥାତ ଛାତ ଉପରେ ଶୋଭା ପାଇବ । ବ୍ରୋଞ୍ଜରେ ର୍ନିମିତ ଏହି ଏହି ପ୍ରତୀକର ଓଜନ ୯ ହଜାର ୫୦୦ କିଲୋଗ୍ରାମ ଏବଂ ଉଚ୍ଚତା ୬ ଦଶମିକ ୫ ମିଟର । ଏହି ପ୍ରତୀକକୁ ସପୋର୍ଟ ପାଇଁ ଷ୍ଟିଲର ଏକ ଢାଞ୍ଚା ମଧ୍ୟ ନିର୍ମାଣ କରାଯାଇଛି । ଯାହାର ଓଜନ ପ୍ରାୟ ୬,୫୦୦ କିଲୋଗ୍ରାମ । ମାଟିର ଢଳେଇଠାରୁ ଆରମ୍ଭ କରି ଏହାର କମ୍ପ୍ୟୁଟର ଗ୍ରାଫିକ୍ସ ଏବଂ ବ୍ରୋଞ୍ଜ କାଷ୍ଟିଂ ଯାଏଁ ୮ଟି ପର୍ଯ୍ୟାୟ ଦେଇ ଏହା ପ୍ରସ୍ତୁତ ହୋଇଛି । ଏହି ଜାତୀୟ ପ୍ରତୀକର ନିର୍ମାଣ କାର୍ଯ୍ୟ ଏହି ପ୍ରତୀକକୁ ଉନ୍ମୋଚନ କରିବାପରେ ଏହାକୁ ନିର୍ମାଣ କରିଥିବା ଶିଳ୍ପୀ ଏବଂ କାରିଗରଙ୍କୁ ମଧ୍ୟ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ ମୋଦି । ଏହି ଅବସରରେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଅନ୍ୟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।
Comments are closed.