ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନରେ ଅନ୍ତର୍ଜାତୀୟରେ ଦୁଇ ଓଡ଼ିଆ

ନୂଆଦିଲ୍ଲୀ: ବୁଧବାରଠାରୁ ଆୟର୍ଲାଣ୍ଡର ଡବଲିନ୍‌ ସହରରେ ଚତୁଃରାଷ୍ଟ୍ରୀୟ ପାରାବ୍ୟାଡ଼ମିଣ୍ଟନ ଆନ୍ତର୍ଜାତିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହା ଲେବୁଲ-୧ ଟୁର୍ଣ୍ଣାମେଣ୍ଟ ହୋଇଥିବାରୁ ଏଥିରେ ଖେଳାଳିମାନେ ନିଜ ବର୍ଗରେ ବିଶ୍ୱ ର୍ୟାଙ୍କ-୧୨ ମଧ୍ୟରେ ଯେଉଁ ପ୍ରତିଯୋଗୀ ଥିବେ କେବଳ ସେହି ଖେଳାଳି ଅଂଶଗ୍ରହଣ ପାଇଁ ସୁଯୋଗ ପାଇବେ ।

ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନରେ ଅନ୍ତର୍ଜାତୀୟରେ ଦୁଇ ଓଡ଼ିଆ

ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାରୁ ଦୁଇ ଖେଳାଳି ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି । ପ୍ରମୋଦ ଭଗତ ଏସ୍‌ଏଲ-୩ ଏକକରେ ବିଶ୍ୱର ନଂ.୧ ଖେଳାଳି ହୋଇଥିବାରୁ ସେ ଏହି ଆନ୍ତର୍ଜାତିକ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରୁଛନ୍ତି ।

ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନରେ ଅନ୍ତର୍ଜାତୀୟରେ ଦୁଇ ଓଡ଼ିଆ
ପ୍ରମୋଦ ଭଗତ

ସେହିପରି ଦୀପରଞ୍ଜନ ବିଶୋଇ ଏସ୍‌ଏଲ୍‌-୪ ଏକକରେ ବିଶ୍ୱର ନଂ.୭ ଖେଳାଳି ହୋଇଥିବାରୁ ସେ ମଧ୍ୟ ପ୍ରତିନିଧିତ୍ୱ କରିବେ ବୋଲି ଜଣାପଡ଼ିଛି । ନିକଟରେ ଶେଷ ହୋଇଥିବା କାନାଡା ପାରା ବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରମୋଦ ଏକକରେ ରୌପ୍ୟ ପଦକ ଜିତିଥିଲେ ।

ଆୟର୍ଲାଣ୍ଡ ପାରାବ୍ୟାଡ଼ମିଣ୍ଟନରେ ଅନ୍ତର୍ଜାତୀୟରେ ଦୁଇ ଓଡ଼ିଆ
ଦୀପରଞ୍ଜନ ବିଶୋଇ

ଅନ୍ୟପକ୍ଷରେ ଦୀପ ରଞ୍ଜନ ବିଶୋଇ କାନାଡା ପାରାବ୍ୟାଡ଼ମିଣ୍ଟନ ଅନ୍ତର୍ଜାତୀୟ ପ୍ରତିଯୋଗିତାର ଏକକ ବର୍ଗରେ କ୍ୱାର୍ଟରଫାଇନାଲରେ ଦୀପରଞ୍ଜନ ପରାଜିତ ହୋଇଥିଲେ । ଓଡ଼ିଶାର ପାରା ଦୁଇ ବ୍ୟାଡ଼ମିଣ୍ଟନ ଖେଳାଳି ଏହି ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ସ୍ପୋର୍ଟ୍ସ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଉତ୍ତରୋତ୍ତର କାମନା କରିଛି ।

Comments are closed.