ନୂଆପଡ଼ା: ନୂଆପଡ଼ାରେ ଝାଡ଼ାବାନ୍ତି ରୋଗୀଙ୍କ ସଂଖ୍ୟା ବଢ଼ୁଛି । ଝାଡ଼ାବନ୍ତି ରୋଗରେ ଜଣେ ୬୦ ବର୍ଷୀୟା ବୃଦ୍ଧାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ମୃତକ ହେଲେ, କୋମନା ବ୍ଲକ ଜଟଗଡ ଗ୍ରାମର ଲାଲାଦେଇ ହଂସ । ଅନ୍ୟପଟରେ, ଝାଡ଼ାବାନ୍ତି ରୋଗରେ ଜିଲ୍ଲାରେ ୧୦ରୁ ଅଧିକ ଆକ୍ରାନ୍ତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସତ ହେଉଥିବା ଖବର ମିଳିଛି ।
ତେବେ ଅନ୍ୟ କେତେକ ରୋଗୀଙ୍କୁ ଗୁରୁତର ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଳି ।
ସେହିପରି, ଜଟଗଡ ଗାଁରେ ୫୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଖବର ପାଇ ସେଠାରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ଜଳର ନମୁନା ସଂଗ୍ରହ କରିଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ଭାବରେ ସ୍ୱାସ୍ଥ୍ୟ ଅଧିକାରୀମାନେ ଟୁ୍ୟବ୍େୱଲ୍, କୂଅ ଏବଂ ଗାଁର ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ବ୍ଲିଚିଂ ପାଉଡର ଓ ଔଷଧ ସ୍ପ୍ରେ କରିଛନ୍ତି ।
Comments are closed.