ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୧୫ ଐତିହାସିକ ତଥ୍ୟ

ନୂଆଦିଲ୍ଲୀ : ବର୍ମିଂହାମ୍‌ ରାଜ୍ୟଗୋଷ୍ଠୀ କ୍ରୀଡା ବିଗୁଲ ବାଜିବାକୁ ଆଉ ଦିନ କେଇଟା ବାକି ଅଛି । ଆଗପଛ ହୋଇ ଅଂଶଗ୍ରହଣକାରୀ ପ୍ରତିଯୋଗୀ ବର୍ମିଂହାମ ପହଞ୍ଚି ସାରିଲେଣି । ଭାରତ ମଧ୍ୟ ଏକ ଶକ୍ତିଶାଳୀ ପ୍ରତିଯୋଗୀ ମଣ୍ଡଳୀ ସହ ରାଜ୍ୟଗୋଷ୍ଠୀ କ୍ରୀଡା ରଣାଙ୍ଗନକୁ ଓହ୍ଲାଇବାକ୍‌ୁ ଯାଉଛି । ତେବେ ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଭାରତୀୟଙ୍କ ପ୍ରଦର୍ଶନର ୧୫ ବିଶେଷ ଘଟଣା ସମ୍ପର୍କରେ ଜାଣିବା ।…

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୧୫ ଐତିହାସିକ ତଥ୍ୟ
କୁସ୍ତିଯୋଦ୍ଧା ରସିଦ ଅନୱର

୧) ୧୯୩୪ ଲଣ୍ଡନ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଭାରତ ପ୍ରଥମ ପଦକ ଜିିତିଥିଲା । କୁସ୍ତିଯୋଦ୍ଧା ରସିଦ ଅନୱର ପ୍ରଥମ ପଦକ ସଫଳତା ଦେଇଥିଲେ । ଏହି ସଂସ୍କରଣରେ ଭାରତ ପ୍ରଥମଥର ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାଗ ନେଇଥିଲା ।

୨) ୧୯୩୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ମାତ୍ର ୬ ଜଣ ଭାରତୀୟ ଆଥଲେଟ୍‌ ଭାଗ ନେଇଥିଲେ ।

୩) ୬ ଜଣ ଭାରତୀୟ କେବଳ ଆଥଲେଟିକ୍ସ ଓ ରେସଲିଂ ବର୍ଗରେ ନେଇଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୧୫ ଐତିହାସିକ ତଥ୍ୟ
ମିଲ୍‌ଖା ସିଂ

୪) ୧୯୫୮ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଭାରତ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିଲା । କାର୍ଡିଫ୍‌ରେ ଅନୁଷ୍ଠିତ ଏହି ସଂସ୍କରଣରେ ଫ୍ଲାଇଙ୍ଗସିକ୍‌ ଭାବେ ପରିଚିତ ମିଲ୍‌ଖା ସିଂ ଦେଶ ପାଇଁ ପ୍ରଥମ ସ୍ୱର୍ଣ୍ଣିମ ସଫଳତା ହାସଲ କରିଥିଲେ ।

୫) କାନାଡାର ଏଜ୍‌ବଷ୍ଟନ୍‌ ୧୯୭୮ ସଂସ୍କରଣରେ ଭାରତ ଦୁଇ ମହିଳା ପ୍ରତିଯୋଗୀ ହାମିଘିଆ ଓ କନୱାଲ ଥାକର ସିଂ ବ୍ରୋଞ୍ଜ ପଦକ ଜିତିଥିଲେ ।

ହାମିଘିଆ ଓ କନୱାଲ ଥାକର ସିଂ

୬) ମିଲ୍‌ଖା ସିଂ ସ୍ୱର୍ଣ୍ଣ ପଦକ ଜିତିବାର ୫୨ ବର୍ଷ ପରେ କ୍ରିଷ୍ଣା ପୁନିଆ ଦ୍ୱିତୀୟ ଆଥଲେଟ୍ସ ଭାବେ ଦେଶ ପାଇଁ ସ୍ୱର୍ଣ୍ଣିମ ସଫଳତା ଆଣିଦେଇଥିଲେ । ୨୦୧୦ ଦିଲ୍ଲୀ ରାଜ୍ୟଗୋଷ୍ଠୀ କ୍ରୀଡାର ଡିସ୍‌କସ୍‌ ଥ୍ରୋ’ରେ କ୍ରିଷ୍ଣା ପୁନିଆ ସ୍ୱର୍ଣ୍ଣ ଜିତିଥିଲେ ।

୭) ୧୯୯୮ କ୍ୱାଲାଲମ୍ପୁର୍‌ ସଂସ୍କରଣରେ ମହିଳା ସୁଟର ରୂପା ଉନିକ୍ରିଷ୍ଣନ ଇତିହାସ ରଚିଥିଲେ । ସେ ମହିଳା ୫୦ ମିଟର ରାଇଫଲ ପ୍ରୋନ୍‌ରେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୧୫ ଐତିହାସିକ ତଥ୍ୟ
ମହିଳା ସୁଟର ରୂପା ଉନିକ୍ରିଷ୍ଣନ

୮) ରାଜ୍ୟଗୋଷ୍ଠୀ କ୍ରୀଡା ଇତିହାସରେ ଭାରତ ମୋଟ୍‌ ୫୦୩ଟି ପଦକ ଜିତିଛି ।

୯) ଭାରତ ୧୯୩୮ ସିଡନୀ ଓ ୧୯୫୪ ଭାଙ୍କୋଭର ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଆଦୌ ପଦକ ଜିତିପାରିନଥିଲା ।

୧୦) ୨୦୧୦ ରାଜ୍ୟଗୋଷ୍ଠୀ କ୍ରୀଡା ଆୟୋଜକ ଭୋଟିଂରେ ଭାରତ ୪୬-୨୨ ବ୍ୟବଧାନରେ ଏଡମଣ୍ଟନକୁ ପଛରେ ପକାଇ ଆୟୋଜକ ଅଧିକାର ହାସଲ କରିଥିଲା ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୧୫ ଐତିହାସିକ ତଥ୍ୟ
ବିଆର୍‌ ଚୋପ୍ରା

୧୧) ୧୯୬୬ ଜାମାଇକା ସଂସ୍କରଣରେ ଭାରତର ବିଆର୍‌ ଚୋପ୍ରା ପୁରୁଷ ହାମର ଥ୍ରୋ’ରେ ରୌପ୍ୟ ପଦକ ଜିତିଥିଲେ ।

୧୨) ୨୦୦୨ ସଂସ୍କରଣ ପରଠୁ ଭାରତ କ୍ରମାଗତ ଭାବେ ପଦକ ତାଲିକାରେ ଶ୍ରେଷ୍ଠ ୫ ମଧ୍ୟରେ ରହିଆସୁଛି ।

୧୩) ଡିସ୍‌କସ୍‌ ଥ୍ରୋୟର ରଞ୍ଜିତ କୁମାର ଭାରତର ପ୍ରଥମ ପାରା ଆଥଲେଟ୍‌ ଭାବେ ୨୦୦୬ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିଲେ ।

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ୧୫ ଐତିହାସିକ ତଥ୍ୟ
ସୁଟର ଯଶପାଲ ରାଣା

୧୪) ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତର ସବୁଠୁ ସଫଳ ପ୍ରତିଯୋଗୀ ଭାବେ ସୁଟର ଯଶପାଲ ରାଣା ସର୍ବାଧିକ ୧୫ ପଦକ ଜିତିଛନ୍ତି ।

୧୫) ଏଥର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା ସଂସ୍କରଣରେ ଭାରତର ୩୨୨ ଜଣିଆ ଶକ୍ତିଶାଳୀ ଦଳ ଭାଗ ନେବାକୁ ଯାଉଛି । ପୂର୍ବରୁ ୨୦୧୦ ଦିଲ୍ଲୀ ସଂସ୍କରଣରେ ଭାରତର ୪୯୫ ଜଣ କ୍ରୀଡାବିତ୍‌ ଅଂଶଗ୍ରହଣ କରିଥିଲେ ।

Comments are closed.