ଦୁନିଆର ସବୁ ନାରୀଙ୍କ ପରି ଆଲିଆ ଭଟ୍ଟ ମଧ୍ୟ ପତି ରଣବୀର କପୁରଙ୍କ ଡ୍ରେସ୍ ଲୁଚି ଛପି ପିନ୍ଧିଥାନ୍ତି । ସେ ଏବେ ନିଜର ଏକ ଲାଟେଷ୍ଟ ଫଟୋଶୁଟ୍ ପାଇଁ ମଧ୍ୟ ଏପରି କିଛି କରିଛନ୍ତି । ରଣବୀର ଓ ଆଲିଆ ଏବେ ନିଜ ବୈବାହିକ ଜୀବନକୁ ବେଶ୍ ଉପଭୋଗ କରୁଛନ୍ତି । ଆଲିଆ ପ୍ରେଗନାଣ୍ଟ ଅଛନ୍ତି । ଏପରି ସ୍ଥିତିରେ ଏହି ଦମ୍ପତିଙ୍କ ଲାଗି ଏବେ ପ୍ରତିଟି ଦିନ ସ୍ୱତନ୍ତ୍ର ଓ ସେମାନେ ଏହାକୁ ସ୍ମରଣୀୟ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି ।
ପାର୍ଟନରଙ୍କ ଡ୍ରେସ ଚୋରି କରିବା ମହିଳାମାନଙ୍କ ଏକ ପୁରୁଣା ଅଭ୍ୟାସ । ସୋସିଆଲ୍ ମିଡିଆରେ ପ୍ରାୟ ସମୟରେ ଏହିପରି କିଛି ପୋଷ୍ଟ ପ୍ରାୟ ସମୟରେ ଦେଖିବାକୁ ମିଳିଥାଏ । ଏହା ମଧ୍ୟ କୁହାଯାଏ ଯେ, ପାର୍ଟନରଙ୍କ ଡ୍ରେସ୍ ନେବା ପରେ ଆଉ ସହଜରେ ଫେରାଇବାକୁ ଚାହାନ୍ତିନି ମହିଳା । ଆଲିଆ ଭଟ୍ଟ ମଧ୍ୟ ଏପରି କିଛି କରିଛନ୍ତି । ଆଲିଆ ନିଜର ଏକ ନୂଆ ଫଟୋଶୁଟ୍ ପାଇଁ ପତି ରଣବୀର କପୁରଙ୍କ ବ୍ଲେଜର ଚୋରି କରିଛନ୍ତି । ଆଲିଆ ବ୍ଲାକ ଆଣ୍ଡ ଗ୍ରେ ଡ୍ରେସ୍ ରେ ନୂଆ ଫଟୋ ସେୟାର କରିଛନ୍ତି ।
ସୁନ୍ଦର ସେକ୍ୱିନ୍ ଡ୍ରେସ ସହ ଆଲିଆ ବ୍ଲାକ କଲରର ଓଭରସାଇଜଡ୍ ଡ୍ରେସ୍ ପିନ୍ଧିଛନ୍ତି । ଏହି ଆଉଟ୍ଫିଟ୍ରେ ଫଟୋ ସେୟାର କରି ଆଲିଆ ଲେଖିଛନ୍ତି, ପତି ବାହାରେ ଅଛନ୍ତି ତ ମୁଁ ତାଙ୍କ ବ୍ଲେଜର ଚୋରାଇ ନିଜର ଏହି ନୂଆ ଲୁକ୍କୁ ସଂପୂର୍ଣ୍ଣ କରିଛି । ରଣବୀରଙ୍କୁ ଧନ୍ୟବାଦ ଜଣାଇ ସେ ପୁଣି ଲେଖିଛନ୍ତି, ଥ୍ୟାଙ୍କ ୟୁ ମେରେ ଡାର୍ଲିଂ । ଆଲିଆଙ୍କ ଏହି ନୂଆ ଫଟୋଶୁଟ୍ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଛି । ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି, ତ କଣ ହେଲା, ସେ ତ ତୁମର ହୃଦୟ ଚୋରାଇ ନେଇଛନ୍ତି । ଆଉ କେହି କେହି ଆଲିଆଙ୍କ ସୁନ୍ଦରତାକୁ ନେଇ ଭୁରି ଭୁରି ପ୍ରଶଂସା କରିଛନ୍ତି ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)