ବର୍ମିଂହାମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟଙ୍କ ପ୍ରଦର୍ଶନ ଉଚ୍ଚକୋଟିର ରହିଛି । ପାରା ଆଥ୍ଲେଟ୍ ଭବିନା ପଟେଲ ପଦକ ନିଶ୍ଚିତ କରିଛନ୍ତି । ସେ ମହିଳା ଟେବୁଲ ଟେନିସ ଏକକ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ତାରକା ଖେଳାଳି ପୂର୍ବରୁ ପାରାଲିମ୍ପିକ୍ସରେ ଦେଶ ପାଇଁ ପଦକ ଜିତିଥିଲେ । ଅଧୁନା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ଦେଶ ପାଇଁ ପଦକ ନିଶ୍ଚିତ କରିଛନ୍ତି ।
ସିଙ୍ଗଲ୍ସ ଟେବୁଲ ଟେନିସର ୩-୫ ବର୍ଗର ସେମିଫାଇନାଲରେ ଭବିନାଙ୍କ ମୁକାବିଲା ଇଂଲଣ୍ଡର ଏସ୍.ବେଲିଙ୍କ ସହ ହୋଇଥିଲା । ଏହି ମ୍ୟାଚ୍ରେ ଭାବିନା ୩-୦ ସେଟ୍ରେ ବେଲୀଙ୍କୁ ପରାଜିତ କରି ଫାଇନାଲରେ ପ୍ରବେଶ କରିଛନ୍ତି । ଯଦି ଫାଇନାଲରେ ଭବିନା ପରାଜିତ ହୁଅନ୍ତି, ତେବେ ଅତିକମ୍ରେ ସେ ରୌପ୍ୟ ପଦକ ଜିତିବେ । ଗୁରୁବାର କ୍ୱାର୍ଟର ଫାଇନାଲରେ ଭବିନା ଫିଜିର ଅକନିଶ ଲାଉଟଙ୍କୁ ୧୧-୧, ୧୧-୫, ୧୧-୧ରେ ହରାଇଥିଲେ । ଭାରତର ଅନ୍ୟ ଦୁଇ ପ୍ରତିଯୋଗୀ ରାଜ ଅରବିନ୍ଦ ଓ ସୋନାଲ ବେନ୍ ପଟେଲ ନିଜନିଜର ସେମିଫାଇନାଲ ମୁକାବିଲା ହାରିଯାଇଛନ୍ତି ।
Comments are closed.