ବର୍ମିଂହାମ୍: ଗତକାଲିଠାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାର କୁସ୍ତି ପର୍ଯାୟ ଆରମ୍ଭ ହୋଇଛି । ତେବେ ଆଜି ୮ମ ଦିନରେ କୁସ୍ତିରେ ବଜରଙ୍ଗ ପୁନିଆ, ଦୀପକ ପୁନିଆ ଏବଂ ସାକ୍ଷୀ ମଲ୍ଲିକ ସ୍ୱର୍ଣ୍ଣ ପଦକ ଜିତି ଭାରତର ଗୌରବ ବୃଦ୍ଧି କରିଛନ୍ତି । ଏହାସହିତ ଆଜି ଭାରତକୁ ୬ଟି ମେଡାଲ ମିଳିଛି । ଏହି ସମସ୍ତ ମେଡାଲ କେବଳ କୁସ୍ତିକୁ ହିଁ ମିଳିଛି । ସେଥିମଧ୍ୟରୁ ୩ଟି ସ୍ୱର୍ଣ୍ଣ, ଗୋଟିଏ ରୌପ୍ୟ ଏବଂ ଦୁଇଟି ବ୍ରୋଞ୍ଜ ପଦକ ।
ପୁରୁଷ ଫ୍ରି ଷ୍ଟାଇଲ ୬୫ କେଜି ବର୍ଗରେ ବଜରଙ୍ଗ ପୁନିଆ ଫାଇନାଲନରେ କାନାଡ଼ାର ମାକଲେନ୍ ଲାଚଲାନ୍ଙ୍କୁ ହରାଇ ଏହି ସଫଳତା ହାସଲ କରିଛନ୍ତି । ସେହିପରି ୬୨ କେଜି ବର୍ଗ ମହିଳା କୁସ୍ତିରେ ସାକ୍ଷୀ ମଲ୍ଲିକଙ୍କୁ ଏବଂ ୮୬ କେଜି ବର୍ଗ ପୁରୁଷରେ ଦୀପକ ପୁନିଆଙ୍କୁ ସ୍ୱର୍ଣ୍ଣ ଜିତିଛନ୍ତି ।
ଗତକାଲି ଭାରତର ଦୁଇ ତାରକା ରେସ୍ଲର୍ ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍ରେ ଚମତ୍କାର ପ୍ରଦର୍ଶନ କରି କ୍ୱାର୍ଟରଫାଇନାଲରେ ପ୍ରବେଶ କରିଥିଲେ । ୬୫ କେଜି ଫି୍ରଷ୍ଟାଇଲ ବର୍ଗରେ ବଜରଙ୍ଗ ୧ମି.୪୭ ସେକେଣ୍ଡ ମଧ୍ୟରେ ପ୍ରତିପକ୍ଷ ନଉରା ଉର୍ ଲୋେୱ ବିଙ୍ଗ୍ହାମଙ୍କୁ ୪-୦ରେ ହରାଇଥିଲେ । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଡିଫେଣ୍ଡିଙ୍ଗ୍ ଚାମ୍ପିଅନ ବଜରଙ୍ଗ ତାଙ୍କୁ ଆଟାକ କରିବାର କୌଣସି ସୁଯୋଗ ଦେଇନଥିଲେ । ଦେଢ଼ ମିନିଟରେ ମଧ୍ୟରେ ବିଙ୍ଗହାମଙ୍କୁ ଲକ୍ ପୋଜିସନରେ ରଖି ବଜରଙ୍ଗ ଜିତି ଯାଇଥିଲେ । କ୍ୱାର୍ଟର ଫାଇନାଲରେ ବଜରଙ୍ଗଙ୍କ ମୁକାବିଲା ମରିସସ୍ର ଜେନଜୁୟଲିନେ ଜୋରି ବାନ୍ଡୌଙ୍କ ସହ ହେବ । ୨୦୧୮ରେ ସ୍ୱର୍ଣ୍ଣ ଜିତିଥିବା ବଜରଙ୍ଗ ଏଥର ପୂର୍ବ ସଫଳତା ଦୋହରାଇବେ ବୋଲି ଆଶା କରାଯାଉଛି ।
୮୬ କିଗ୍ରା ବର୍ଗରେ ଦୀପକ ପୁନିଆ ଜମାଣିଆ ବିଜଦ ସହ ବିଜୟ ଆରମ୍ଭ କରିଛନ୍ତି । ସେ ନୁ୍ୟଜିଲାଣ୍ଡର ମାଥୁ୍ୟଓକେନ୍ସ ହାମ୍ଙ୍କୁ ୩ ମିନିଟ ୨୨ ସେକେଣ୍ଡ ମଧ୍ୟରେ ହରାଇଥିଲେ । ଦୀପକଙ୍କୁ ଏକତରଫା ଭାବେ ୧୦ ଟେକ୍ନିକାଲରେ ପଏଣ୍ଟ ମିଳିଥିବାରୁ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ।
Comments are closed.