ତେଜସ୍‌ ବିମାନ ଉପରେ ଆମେରିକାର ନଜର

ଦିଲ୍ଲୀ : ଭାରତରେ ନିର୍ମିତ ଲଢୁଆ ବିମାନ ତେଜସ୍‌ ବା ଏଲସିଏର ଚାହିଦା ଅନ୍ତର୍ଜାତୀୟ ସ୍ତରରେ ବଢିବାରେ ଲାଗିଛି । ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ବି ଭାରତର ତେଜସ ବିମାନ ପ୍ରତି ଆଗ୍ରହ ଦେଖାଇଛି ବୋଲି ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ତେଜସ୍‌ ବିମାନ ଉପରେ ଆମେରିକାର ନଜର

ଆଜି ଲୋକସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଭଟ୍ଟ କହିଛନ୍ତି ଯେ ମାଲେସିଆକୁ ୧୮ଟି ଏଲସିଏ ତାଲିମ ବିମାନ ପ୍ରଦାନ କରିବାକୁ ଭାରତ ପ୍ରସ୍ତାବ ଦେଇଛି । ଗତ ଫେବ୍ରୁଆରି ୨୦୧୯ରେ ମାଲେସିଆ ସରକାର ଏଥିପାଇଁ ରିକେ୍ୱଷ୍ଟ ଫର ଇନଫର୍ମେସନ ଆହ୍ୱାନ କରିଥିଲେ । ଏହାର ଜବାବରେ ଭାରତର ହାଲ୍‌ ନିଜର ପ୍ରସ୍ତାବ ଦାଖଲ କରିଥିଲା ।

ତେଜସ୍‌ ବିମାନ ଉପରେ ଆମେରିକାର ନଜର

ଏହାପରେ ଗତ ବର୍ଷ ମାଲେସିଆର ବାୟୁସେନା ପକ୍ଷରୁ ଜାରି ରିକେ୍ୱଷ୍ଟ ଫର ପ୍ରପୋଜାଲର ଜବାବରେ ହାଲ ନିଜର ବିଡ୍‌ ଦାଖଲ କରିଛି । ଆମେରିକା ଛଡ଼ା ଆର୍ଜେଣ୍ଟିନା, ଇଜିପଫ, ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଓ ଫିଲିପାଇନ୍ସ ମଧ୍ୟ ଏଲସିଏ ବିମାନ ପ୍ରତି ନିଜର ଆଗ୍ରହ ଦେଖାଇଛନ୍ତି । ଏଲସିଏ ତାଲିମ ବିମାନ ( ଫାଇଟର ଲିଡ ଇନ ଟ୍ରେନର-ଏଲସିଏ) ଟି ବିଶ୍ୱରେ ଏକ ଉତ୍କୃଷ୍ଟ ତାଲିମ ବିମାନ ଭାବେ ଗଣାଯାଉଛି ।

ଗତ ବର୍ଷ ଭାରତର ବାୟୁସେନା ୮୩ଟି ଏଲସିଏ ଖରିଦ କରିବାକୁ ହାଲକୁ ଅର୍ଡର ଦେଇଥିଲା ।ପ୍ରାୟ ୪୮ ହଜାର କୋଟି ଟଙ୍କା ବିନିମୟରେ ଏହି ଅର୍ଡର ଦିଆଯାଇଛି ।

Comments are closed.