ତେଲେଙ୍ଗାନା : ପୈଗମ୍ବର ମହମ୍ମଦ ଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଦଳ ରୁ ନିଲମ୍ବିତ ହେଲେ ବିଜେପି ବିଧାୟକ I ନୁପୁର ଶର୍ମାଙ୍କ ବିବାଦୀୟ ବୟାନ ର ତାତି ନ କମୁଣୁ ,ପୁଣି ଆଉ ଜଣେ ନେତାଙ୍କ ବୟାନ ଅଡୁଆ ପରିସ୍ଥିତିରେ ପକାଇଛି ବିଜେପିକୁ I ତେଲେଙ୍ଗାନା ବିଧାୟକ ଟି ରାଜା ସିଂଙ୍କୁ ଭାରତୀୟ ଜନତା ପାର୍ଟି (ବିଜେପି) ରୁ ନିଲମ୍ବିତ କରାଯାଇଛି। ଏହା ସହିତ ଦଳ ତାଙ୍କୁ ଏକ ନୋଟିସ ପଠାଇ ୧୦ ଦିନ ମଧ୍ୟରେ ସେ ଦେଇଥିବା ବିବୃତ୍ତି ଉପରେ ଉତ୍ତର ମାଗିଛି।
ସୋମବାର ଦିନ ସେ ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ । ଏହି ଭିଡିଓକୁ ନେଇ ସେ ନିର୍ଦିଷ୍ଟ ସମ୍ପ୍ରଦାୟ ଉପରେ ବିବାଦୀୟ ଟିପ୍ପଣୀ ମଧ୍ୟ ଦେଇଥିଲେ । ଏହା ଭାଇରାଲ ହେବା ପରେ ହାଇଦ୍ରାବାଦରେ ଶତାଧିକ ଲୋକେ ସୋମବାର ସନ୍ଧ୍ୟାରୁ ଏ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିଛନ୍ତି । ତାଙ୍କୁ ଗିରଫ କରିବାକୁ ଆନ୍ଦୋଳନକାରୀ ଅଡି ବସିବା ସହିତ ମୁଣ୍ଡ ରୁଗଣ୍ଡି ଅଲଗା କରିଦେବାର ନାରା ବି ଦେଉଛନ୍ତି । ତେବେ ଆନ୍ଦୋଳନ ତୀବ୍ର ହେବାରୁ ଆଜି ସକାଳେ ତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି ପୁଲିସ I ଏହା ସହିତ ପୋଲିସ ପକ୍ଷରୁ ଶାନ୍ତି ରଖିବାକୁ ଅପିଲ ମଧ୍ୟ କରାଯାଇଛି I ଏହି ମନ୍ତବ୍ୟ କୁ ନେଇ ବିଜେପି ତାଙ୍କୁ ଦଳ ରୁ ନିଲମ୍ବିତ କରି କାରଣ ଦର୍ଶାଅ ନୋଟିସ ଜାରି କରିଛି ଏବଂ ୧୦ ଦିନ ମଧ୍ୟରେ ଉତ୍ତର ମାଗିଛି I
ହାଇଦ୍ରାବାଦର ଗୋଶାମାହାଲର ବିଧାୟକ ଟି ରାଜା ସିଂ ଗତ ସପ୍ତାହରେ ଷ୍ଟାଣ୍ଡ ଅପ୍ ହାସ୍ୟ ଅଭିନେତା ମୁନାୱାର୍ ଫାରୁକିଙ୍କ ଶୋ’କୁ ନିଜ ସମର୍ଥକ ଙ୍କ ଦ୍ୱାରା ବାତିଲ କରିଥିଲେ I ଏହାପରେ ସୋମବାର ଦିନ ମୁନାୱାର ଫାରୁକି ଏବଂ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ସମାଲୋଚନା କରି ବିଜେପି ବିଧାୟକ ଏକ ଭିଡିଓ ଜାରି କରିଥିଲେ । ଭିଡିଓରେ ଟି ରାଜା ସିଂ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୁଦ୍ଧରେ ଟିପ୍ପଣୀ ଦେଇଥିଲେ । ଯାହାଦ୍ୱାରା କି ଜନ ଅସନ୍ତୋଷ ବଢିଥିଲା I
Comments are closed.