ସନାତନ ପରମ୍ପରାରେ ବିଭିନ୍ନ ନୀତି ବିଷୟରେ ଜଣାଉଥିବା ଅନେକ ବିଦ୍ୱାନ ରହିଛନ୍ତି । ଯାହାଙ୍କର ଅମୂଳ୍ୟ କଥା ଆଜି ମଧ୍ୟ ସଭିଁଙ୍କୁ ସତ୍ମାର୍ଗ ପ୍ରଦର୍ଶିତ କରିଥାଏ । ଦୁନିଆରେ ଥିବା ଅନେକ ବିଦ୍ୱାନ ମାନଙ୍କ ମଧ୍ୟରେ ମହାତ୍ମା ବିଦୂରଙ୍କ ନାମ ଖୁବ ପରିଚିତ । ମହାନ ବିଚାରକ ଓ ଦୂରଦର୍ଶୀ ଧର୍ମାତ୍ମା ବିଦୂର ମହାଭାରତର ସମୟର ଅନେକ କଥା ଯାହା ଜୀବନ ସହ ଜଡିତ ,ସେହି ଅନେକ ଅମୂଲ୍ୟ କଥା କହିଛନ୍ତି ଯାହା ବ୍ୟକ୍ତିଙ୍କ ଉନ୍ନତିର ରାସ୍ତାରେ ନେଇଯାଏ । ମହାତ୍ମା ବିଦୂର ମନୁଷ୍ୟଙ୍କ ମଧ୍ୟରେ ଦେଖାଯାଉଥିବା ସେହି ୮ଟି ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହା ଦ୍ୱାରା ମନୁଷ୍ୟ ଦୁନିଆର କୋଣ ଅନୁକୋଣରେ ପହଞ୍ଚି ସଫଳତା ପାଇପାରିବ ।
ମହାତ୍ମା ବିଦୂରଙ୍କ ଅନୁଯାୟୀ, କେବଳ ବୁଦ୍ଧି ଥିଲେ ନୁହେଁ ବରଂ ତାହାର ସଦୁପଯୋଗ କରିବା ନିତାନ୍ତ ଆବଶ୍ୟକ । ସଠିକ ଭାବେ ବୁଦ୍ଧିର ବ୍ୟବହାର କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ସଫଳତା ଓ ସମ୍ମାନ ପ୍ରାପ୍ତି ହୋଇଥାଏ । ବ୍ୟକ୍ତିଙ୍କ ସ୍ୱଭାବ ତା’କୁ ସର୍ବଦା ଏକ ଭିନ୍ନ ପରିଚୟ ପ୍ରଦାନ କରିଥାଏ । ସ୍ୱଭାବ ସରଳ ଓ ସହନଶୀଳ ହେବା ଦ୍ୱାରା ସେମାନେ ସର୍ବଦା ଲୋକଙ୍କ ପ୍ରିୟପାତ୍ର ହୋଇ ରହିବେ ଓ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ ମଧ୍ୟ ମିଳିବ । ବ୍ୟକ୍ତି ସର୍ବଦା ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖିବା ଉଚିତ । ଏହାଦ୍ୱାରା ବ୍ୟକ୍ତିଙ୍କୁ ସଫଳତା ଓ ମାନସମ୍ମାନ ମିଳିଥାଏ । ନିଜ ପାଖରେ ସର୍ବଦା ଜ୍ଞାନ ରଖ;ୁ । ଏହାଦ୍ୱାରା ଆପଣ ସର୍ବଦା ସମ୍ମାନର ପାତ୍ର ହେବା ସହ ଜୀବନରେ ଖୁସି ମିଳିବ ।
ସର୍ବଦା ପରାକ୍ରମୀ ହୁଅ;ୁ । ସାହାସର ସହ ସର୍ବଦା କାମ କର;ୁ । ମାତ୍ର ସଠିକ ମାର୍ଗରେ ହିଁ ରୁହ;ୁ । ବ୍ୟକ୍ତିଙ୍କୁ ସର୍ବଦା ବୁଝିବିଚାରି ସ୍ଥିତି ପରିସ୍ଥିତିକୁ ନଜରରେ ରଖି କଥାବାର୍ତ୍ତା କରିବା ଉଚିତ । ଏହାଦ୍ୱାରା ଆପଣ ସଭିଁଙ୍କ ପ୍ରିୟପାତ୍ର ହୋଇ ରହିବେ । ଦାନ କର;ୁ । ଏହାଦ୍ୱାରା ଖ୍ୟାତି ଅର୍ଜନ ସହ ମାନସମ୍ମାନ ବଢିଥାଏ । ଯେଉଁମାନଙ୍କ ମଧ୍ୟରେ ଅନ୍ୟକୁ ସାହାଯ୍ୟ କରିବା ପାଇଁ ଇଚ୍ଛାର ସ୍ୱଭାବ ଥାଏ, ସେମାନେ ସର୍ବଦା ମାନସମ୍ମାନ ପାଇଥାଆନ୍ତି । ଏମାନଙ୍କୁ ସବୁ ସମୟରେ ସହଯୋଗ ମିଳିଥାଏ ।
Comments are closed.