ମୁମ୍ବାଇ: ସାଉଥ୍ ତଥା ବଲିଉଡ୍ ଅଭିନେତ୍ରୀ ତମନ୍ନା ଭାଟିଆ ଏବେ ନିଜ ଆଗାମୀ ଫିଲ୍ମ ବବଲୀ ବାଉନ୍ସରକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ନିର୍ମାଣ କରିଛନ୍ତି ପ୍ରସିଦ୍ଧ ନିର୍ମାତା ମଧୁର ଭଣ୍ଡାରକର । ଫିଲ୍ମରେ ପ୍ରଥମ ଥର ଲାଗି ତମନ୍ନା ମଧୁର ଭଣ୍ଡାରକରଙ୍କ ସହ କାମ କରିବାକୁ ଯାଉଛନ୍ତି ।
ତେବେ ଫିଲ୍ମର ସଫଳତା ନିମନ୍ତେ ମଧୁର ଭଣ୍ଡାରକର ଓ ତମନ୍ନା ମୁମ୍ବାଇର ସିଦ୍ଧ ବିନାୟକ ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଏବେ ସୋସିଆଲ ମିଡିଆରେ ଦୁଇଜଣଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଠି ଉଭୟ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା କରୁଥିବା ନଜର ଆସୁଛନ୍ତି । ତମନ୍ନାଙ୍କୁ ସଂପୂର୍ଣ୍ଣ ଦେଶୀ ଅବତାରରେ ଦେଖିବାକୁ ମିଳୁଛି ।
ସେ ହ୍ୱାଇଟ୍ କଲରର ସୁଟ୍ ସହ ଲାଲ କଲରର ଓଢଣୀ କ୍ୟାରି କରିଛନ୍ତି । କେଶକୁ ବନ୍ ଷ୍ଟାଇଲ୍ ଦେବା ସହ ଲାଇଟ୍ ମେକଅପ୍ ନେଇଛନ୍ତି । ଅନ୍ୟପକ୍ଷରେ ମଧୁର ଭଣ୍ଡାରକରଙ୍କୁ ରେଡ୍ ଓ ବ୍ଲାକ କଲର ଶାର୍ଟ ପ୍ୟାଣ୍ଟରେ ଦେଖିବାକୁ ମିଳୁଛି । ଭାଇରାଲ୍ ଭିଡିଓରେ ଉଭୟ ଭକ୍ତିରେ ନିମଗ୍ନ ଥିବା ଦେଖିବାକୁ ମିଳୁଛି । ଏହି ଭିଡିଓକୁ ପାପାରାଜି ଫଟୋଗ୍ରାଫର ମାନବ ମିଗଲାନୀ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ଏଠାରେ ସୂଚାଇ ଦିଆଯାଇପାରେ ଯେ, ଫିଲ୍ମ ବବଲୀ ବାଉନ୍ସର ୨୩ ସେପେଫମ୍ବରରେ ଡିଜନୀ ହଟଷ୍ଟାରରେ ରିଲିଜ୍ ହେବ । ଫକ୍ସ ଷ୍ଟାର ଷ୍ଟୁଡିଓଜ ଓ ଜଙ୍ଗଲୀ ପିକଚର୍ସ ନିର୍ମିତ ବବଲୀ ବାଉନ୍ସରର ନିର୍ଦ୍ଦେଶନା ଦେଇଛନ୍ତି ମଧୁର ଭଣ୍ଡାରକର । ଫିଲ୍ମରେ ସୌରଭ ଶୁକ୍ଳାଙ୍କ ସହିତ ଅଭିଷେକ ବଜାଜ ଓ ସାହିଲ ବୈଦ ପ୍ରମୁଖ ଭୂମିକାରେ ନଜର ଆସିବେ । ତେବେ ଫିଲ୍ମରୁ ତମନ୍ନାଙ୍କ ଫାଷ୍ଟ ଲୁକ୍ ଜାରି ହୋଇ ସାରିଛି ଯାହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି ।