ଭୁବନେଶ୍ୱର: ସଫ୍ଟେୱର୍ ଇଞ୍ଜିଂନିୟର ଶେ୍ୱତା ଉତ୍କଳ କୁମାରୀଙ୍କ ମାମଲାରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଶେ୍ୱତାଙ୍କ ସାଙ୍ଗ ସୌମ୍ୟଜିତ ଓ ଶେ୍ୱତାଙ୍କ ସମ୍ପର୍କକୁ ନେଇ ପୋଲିସଙ୍କୁ ସୂଚନା ଦେଇଛନ୍ତି ।
ସାଙ୍ଗଙ୍କ ସୂଚନା ଅନୁସାରେ, ଛଅ ମାସ ହେବ ଶେ୍ୱତା ଓ ସୌମ୍ୟଜିତଙ୍କ ସମ୍ପର୍କ ମଧ୍ୟରେ ଫାଟ ଦେଖାଯାଇଥିଲା । ଏକ୍ସଆଇଏମ୍ବିରେ ସୌମ୍ୟଜିତ ଆଡ୍ମିନିସନ୍ କରିବା ପରେ, ସେ ଶେ୍ୱତାଙ୍କୁ ଅଣଦେଖା କରିବାକୁ ଲାଗିଥିଲେ । ମୌସ୍ୟଜିତ୍ ୩ ଜଣ ଝିଅଙ୍କୁ ପୂର୍ବରୁ ଧୋକା ଦେଇଥିବା କଥା ଶେ୍ୱତା ଜାଣିଥିଲେ । ଏଣୁ ସେ ନିଜ ସମ୍ପର୍କକୁ ଦୃଢ଼ କରିବା ପାଇଁ ବିବାହ କରିବା ଜିଦ୍ ଧରିଥିଲେ । ସୌମ୍ୟଜିତଙ୍କ ଫୋନ୍ରେ ଦୁଇ ଜଣଙ୍କର ଅନ୍ତିରଙ୍ଗ ମୁହୂର୍ତ୍ତର ଫଟୋ ରହିଛି, ଯାହାକୁ ନେଇ ଶେ୍ୱତା ଚିନ୍ତାରେ ରହୁଥିବା କଥା ସେ କହିଛନ୍ତି ।
ଅନ୍ୟପଟରେ, ସୋସିଆଲ ମିଡିଆରେ ଶେ୍ୱତାଙ୍କ ଏକ ୱାଟ୍ସଆପ୍ ଚାଟ୍ ଭାଇରାଲ୍ ହେବାରେ ଲାଗିଛି । ଯେଉଁଥିରେ ଶେ୍ୱତା ସୌମ୍ୟଜିତ୍ଙ୍କ ମାଆଙ୍କୁ ମେସେଜ୍ କରିଛନ୍ତି । ମେସେଜ୍ରେ ପୁଅ ସୌମ୍ୟଜିତ ନେଇଥିବା ୧୨ ହଜାର ଟଙ୍କା ଓ ବାରମ୍ବାର ମିଛ କହୁଥିବା କଥା କହିଛନ୍ତି । ଏନେଇ କମିଶସରେଟ୍ ପୋଲିସ ସୌମ୍ୟଜିତଙ୍କୁ ପଚରାଉଚରା କରିଥିବ କଥା ସୂଚନା ମିଳିଛି । ସୌମ୍ୟଜିତ ଓ ତାଙ୍କ ପରିବାର ସାମ୍ନାକୁ ଆସୁନଥିଲା ବେଳେ ଗିରଫ ଡରରେ ଆଗୁଆ ଜାମିନ୍ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ସୌମ୍ୟଜିତ ।
ପୋଲିସ ଶେ୍ୱତାଙ୍କ ଫୋନ୍ କଲ୍ ଡିଟେଲ୍ସ ବାହାର କରିଛି । ଯେଉଁଥିରୁ ଜଣାଯାଇଛି ଯେ, ଆତ୍ମହତ୍ୟା ପୂର୍ବରୁ ଶେ୍ୱତା ସମୟ ୧.୩୦ ମଧ୍ୟରେ ସୌମ୍ୟଜିତଙ୍କୁ ୧୫ ଥର କଲ୍ କରିଥିଲେ ।
Comments are closed.