ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କଲେ ମହିଳା ଏସ୍‌ଆଇ

କନ୍ଧମାଳ: ଜି.ଉଦୟଗିରି ଆଦର୍ଶ ଥାନାରେ କାର୍ଯ୍ୟରତ ଜଣେ ମହିଳା ପୋଲିସ ଏସ୍‌ଆଇ (କବ୍‌ଇନ୍ସିପେକ୍‌ଟର)ଆଜି ନିଜ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଏସ୍‌ଆଇଙ୍କ ନାମ ସ୍ୱାଗତିକା ବେହେରା । ସେ ଆଜି ସକାଳ ସମୟରେ ନିଜ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ଜଣାଯାଇଛି ।

ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କଲେ ମହିଳା ଏସ୍‌ଆଇ
ଏସ୍‌ଆଇ ସ୍ୱାଗତିକା ବେହେରା

କେଉଁ କାରଣ ପାଇଁ ସେ ଏହି ଚରଣ ପଦକ୍ଷେପ ଉଠାଇଲେ, ତାହା ଏବେ ସ୍ପଷ୍ଟ ହୋଇପାରି ନାହିଁ । ତେବେ ଥାନା ଆଇଆଇସି ରେବତୀ ଶବରଙ୍କ ଦୁର୍ବ୍ୟବହାର ଯୋଗୁଁ ସ୍ୱାଗତିକା ବହୁ ଦିନରୁ ମାନସିକ ଚାପରେ ରହିଥିଲେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଏବେ ତାଙ୍କ ମରଶରୀରକୁ ବାସଭବନରୁ ଅଣାଯାଇ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ପୋଲିସ ଏବେ ସ୍ୱାଗତିକାଙ୍କ ବାସଭବନଠାରେ ତଦନ୍ତ କରୁଛି । ସ୍ୱାଗତିକାଙ୍କ ସରକାରୀ ବାସଭବନ ଆଇଆଇସି ଓ ଏସଡିପିଓଙ୍କ ବାସଭବନ ମଝିରେ ରହିଛି ।

Comments are closed.