ବେସରକାରୀ ସ୍କୁଲ ଶିକ୍ଷକମାନ ଙ୍କୁ ମିଳିବ ଗ୍ରାଚ୍ୟୁଇଟି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଘରୋଇ ବିଦ୍ୟାଳୟରେ ଶିକ୍ଷାଦାନ କରୁଥିବା ଶିକ୍ଷକମାନଙ୍କ ପାଇଁ ଖୁସି ଖବର I ୨୦୦୯ ରେ ସୁପ୍ରିମକୋର୍ଟ ରେ କରାଯାଇଥିବା ଏକ ଆବେଦନ କୁ ସମର୍ଥନ ଜଣାଇ ବେସରକାରୀ ସ୍କୁଲ ର ଶିକ୍ଷକମାନେ ମଧ୍ୟ ଗ୍ରାଚ୍ୟୁଇଟି ପାଇବାକୁ ହକଦାର ବୋଲି ନିର୍ଦେଶ ଦେଇଛନ୍ତି । ୧୯୯୭ ରୁ ଏହି ନିୟମ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଅର୍ଥାତ୍, ୧୯୯୭ ପରେ ଅବସର ନେଇଥିବା ସମସ୍ତ ଶିକ୍ଷକଙ୍କୁ ଘରୋଇ ବିଦ୍ୟାଳୟଗୁଡ଼ିକ ଗ୍ରାଚ୍ୟୁଇଟି ପ୍ରଦାନ କରିବେ I ବେସରକାରୀ ବିଦ୍ୟାଳୟଗୁଡ଼ିକ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କୁ ଏହି ଅର୍ଥ ୬ ସପ୍ତାହ ମଧ୍ୟରେ ସୁଧ ସହିତ ଦେବାକୁ ପଡିବ I

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ସୁପ୍ରିମକୋର୍ଟରେ ଏହି ଶୁଣାଣି କରିଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ୱାରା ଖାରଜ ହୋଇଥିବା ‘ଇଂଡିପେଡେଣ୍ଟ ସ୍କୁଲ ଫେଡେରେସନ୍ ଅଫ୍ ଇଣ୍ଡିଆ’ ଏବଂ ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟଗୁଡ଼ିକ ଏହି ପ୍ରସଙ୍ଗରେ ୨୦ ରୁ ଅଧିକ ପିଟିସନ ଦାଖଲ କରିଥିଲେ। ଏହା ସହିତ ପେମେଣ୍ଟ ଅଫ୍ ଗ୍ରାଚ୍ୟୁଇଟି (ସଂଶୋଧନ) ଅଧିନିୟମ -୨୦୦୯ ଅଧୀନରେ ସମସ୍ତ ଶିକ୍ଷକଙ୍କୁ ସୁଧ ସହିତ ଗ୍ରାଚ୍ୟୁଇଟି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବେସରକାରୀ ବିଦ୍ୟାଳୟଗୁଡ଼ିକ ପକ୍ଷରୁ କୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା ଯେ ସେମାନଙ୍କର ଶିକ୍ଷକମାନଙ୍କୁ ଗ୍ରାଚ୍ୟୁଇଟି ଦେବାର କ୍ଷମତା ନାହିଁ I ଏହା ଉପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କ ବେଞ୍ଚ ଆପତ୍ତି କରି କହିଛନ୍ତି କି ଏହା ସମ୍ଭବ ନୁହେଁ। ରାଜ୍ୟଗୁଡ଼ିକରେ ଫିସ ସମ୍ବନ୍ଧୀୟ ନିୟମ ଅଛି, ଯାହାକୁ ଅନୁସରଣ କରିବା ଆବଶ୍ୟକ I କିନ୍ତୁ ଏହି ନିୟମ ମାନିବା ଅର୍ଥ ନୁହେଁ ଯେ ଶିକ୍ଷକମାନେ ଗ୍ରାଚ୍ୟୁଇଟିରୁ ବଞ୍ଚିତ ହେବା ଉଚିତ୍। ଏହା ହେଉଛି ଶିକ୍ଷକମାନଙ୍କର ଅଧିକାର I

ସୂଚନା ଅନୁସାରେ ୧୯୭୨ ମସିହାରୁ ଗ୍ରାଚ୍ୟୁଇଟି ସହ ଜଡିତ ଆଇନ ବଳବତ୍ତର ରହିଛି। ଏହି ନିୟମ ଅନୁଯାୟୀ, ଯଦି କର୍ମଚାରୀ ଜଣକ କୌଣସି କମ୍ପାନୀ ବା ସଂସ୍ଥା ରେ ୫ ବର୍ଷ କିମ୍ବା ତଦୁର୍ଦ୍ଧ ସମୟ କାର୍ଯ୍ୟ କରିଥିବେ, ତେବେ ଇସ୍ତଫା କିମ୍ବା ଅବସର ସମୟରେ ତାଙ୍କୁ ଗ୍ରାଚ୍ୟୁଇଟି ଦିଆଯିବ । ସେହିପରି ୧୯୯୭ ମସିହାରେ, ଶ୍ରମ ମନ୍ତ୍ରଣାଳୟ ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହାର ଆଭିମୁଖ୍ୟରେ ପରିବର୍ତନ ଆଣିବା ପାଇଁ ବିଜ୍ଞପ୍ତି ଜାରି କରିଥିଲା। ଏହି ନିୟମ ସମସ୍ତ ଘରୋଇ ବିଦ୍ୟାଳୟରେ ମଧ୍ୟ ଲାଗୁ ହୋଇଥିଲା। କିନ୍ତୁ ଘରୋଇ ବିଦ୍ୟାଳୟଗୁଡ଼ିକ ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ। I କିନ୍ତୁ ସୁପ୍ରିମକୋର୍ଟ ଘରୋଇ ବିଦ୍ୟାଳୟ ଗୁଡିକର ଆବେଦନ ବିରୋଧ ରେ ଯାଇ ଶିକ୍ଷକ ମାନଙ୍କୁ ଗ୍ରାଚ୍ୟୁଇଟିରୁ ବଞ୍ଚିତ କରି ପାରିବେନାହିଁ ବୋଲି ନିର୍ଦେଶ ଦେଇଛନ୍ତି I

Comments are closed.