ଗର୍ଭାଶୟ ବା ଜରାୟୁ କର୍କଟ ପାଇଁ ବାହାରିଲା ଟୀକା I ଏଥିପାଇଁ ଭାରତ ର ସେରମ ଇନଷ୍ଟିଚ୍ୟୁଟ ପ୍ରଥମ ସ୍ୱଦେଶୀ ଟିକା ବାହାର କରିଛି । ଏହି ଟିକାର ନାଁ ହେଉଛି- କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ୍ ଭ୍ୟାକସିନ୍ । ଏହାକୁ ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ଆରମ୍ଭ କରାଯାଇଛି I ରିପୋର୍ଟ ଅନୁଯାୟୀ, ଗର୍ଭାଶୟ କର୍କଟ କାରଣରୁ ଦେଶରେ ପ୍ରତି ଆଠ ମିନିଟରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥାଏ । ପ୍ରଥମ ପର୍ଯ୍ୟାୟରେ ୧୦ରୁ ୧୪ ବର୍ଷର ଝିଅଙ୍କୁ ସେପ୍ଟେମ୍ବର ୨ଗୁରୁବାର ଦିନ ଏହି ପ୍ରିକସନ ଟିକା ଦିଆଯିବ । ରାଜ୍ୟର ୧୦ ଜିଲ୍ଲାର ହାଇସ୍କୁଲରେ କିଶୋରୀଙ୍କୁ ଏଚପିଭି ଟିକା ଦେବା ପାଇଁ ଯୋଜନା ରହିଛି ।ଟିକା ପ୍ରସ୍ତୁତ ନେଇ ସେରମ୍ ସିଇଓ ଅଦର ପୁନାୱାଲା ସୂଚନା ଦେଇଛନ୍ତି I
ଅନ୍ୟପଟେ ଟିକାର ଦର ଖୁବ୍ ଶୀଘ୍ର ନିର୍ଦ୍ଧାରଣ ହେବ ବୋଲି ପୁନାୱାଲା କହିଛନ୍ତି । ଟିକା ଦର ପାଖାପାଖି ୨ ଶହରୁ ୪ ଶହ ରହିବ ବୋଲି ପୁନାୱାଲା କହିଛନ୍ତି । ତାଙ୍କ କହିବା ମୁତାବକ, କେନ୍ଦ୍ର ସରକାରଙ୍କ ସହ ଆଲୋଚନା ପରେ ଦର ଚୂଡ଼ାନ୍ତ ହେବ ।
ସର୍ଭିକାଲ କ୍ୟାନସର ସଂଖ୍ୟାରେ ଭାରତ ଦୁନିଆ ୫ମ ସ୍ଥାନରେ ରହିଛି । ଜାତୀୟ ସ୍ୱାସ୍ଥ୍ୟ ମିଶନ ୨୦୨୨-୨୪ ମସିହା ଆଧାରରେ ଏହି ସମୂହ ଟିକା ପାଇଁ ୧୦ କୋଟି ଟଙ୍କା ଅନୁମୋଦନ ହୋଇଛି । ଦୁଇଟି ଟିକା ନେବାକୁ ହେବ ବୋଲି ସୂଚନା ରହିଛି । ପ୍ରଥମ ଡୋଜ୍ ନେବାର ୬ ମାସରୁ ୧୨ ମାସ ମଧ୍ୟରେ ଦ୍ୱିତୀୟ ଡୋଜ୍ ନେବାକୁ ହେବ ।
ଗର୍ଭାଶୟ କର୍କଟ ବିରୁଦ୍ଧରେ ଭାରତର ପ୍ରଥମ କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ୍ ଭ୍ୟାକସିନ୍ (qHPV) ବଜାର ଅନୁମତି ପାଇଁ ନିକଟରେ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (DCGI) ଦ୍ୱାରା ଅନୁମୋଦିତ ହୋଇଥିଲା I ମହିଳାମାନଙ୍କୁ ଗର୍ଭାଶୟ କର୍କଟରୁ ରକ୍ଷା କରିବା ହେଉଛି HPV ଟିକା ର ଉଦ୍ଦେଶ୍ୟ I ପ୍ରଥମ ରୁ ଏହି ରୋଗକୁ ଚିହ୍ନଟ କରାଯାଇ ପାରିଲେ ଏହାକୁ ରୋକାଯାଇ ପାରିବ I ଏବଂ ଏହା ଚିହ୍ନଟ ହେବା ମାତ୍ରେ ଏହାକୁ ସଠିକ୍ ଭାବରେ ଚିକିତ୍ସା କରାଯିବା ଉଚିତ I
ବର୍ତମାନ ପର୍ଯ୍ୟନ୍ତ ଗର୍ଭାଶୟ କର୍କଟ ପାଇଁ ଦୁଇଟି ଟିକା ବାହାରିଛି I ପ୍ରଥମଟି ହେଉଛି କ୍ୱାଡ୍ରିଭାଲାଣ୍ଟ ହ୍ୟୁମାନ୍ ପାପିଲୋମା ଭାଇରସ୍ ଭ୍ୟାକସିନ୍ (qHPV) ଏବଂ ୨ୟ ଟି ହେଉଛି ବାଇବେଣ୍ଟ ଭ୍ୟାକସିନ୍ I ଏହା ହେପାଟାଇଟିସ୍ ବି ଟିକା ପରି VLP ଉପରେ ଆଧାରିତ ଏହି ପ୍ରିକ୍ସନଟୀକା ସଠିକ ଭାବରେ ବ୍ୟବହାର ହେଲେ ଏହା ଗର୍ଭାଶୟ କର୍କଟ ରୋକିବାରେ ସହାୟକ ହେବ ଏବଂ କର୍କଟ କାରଣରୁ ମୃତ୍ୟୁ ହ୍ରାସ ପାଇବ।
Comments are closed.