ଅଲ୍‌ଟିମେଟ ଖୋ ଖୋରେ ପୁରସ୍କାର ରାଶି ୨ କୋଟି

ଚାମ୍ପିଅନ୍‌କୁ କୋଟିଏ, ଉପବିଜେତା ୫୦ ଲକ୍ଷ: ତୃତୀୟ ସ୍ଥାନ ପାଇଁ ୩୦ ଓ ଚତୁର୍ଥ ସ୍ଥାନ ପାଇଁ ୨୦ ଲକ୍ଷ

ପୁନେ : ଅଲଫିମେଟ ଖୋ ଖୋର ପ୍ରଥମ ସଂସ୍କରଣରେ ଟଙ୍କା ବର୍ଷା ହେବାକୁଯାଉଛି । ଏକ ବଡ଼ ଘୋଷଣାକ୍ରମରେ ଏଥର ମୋଟ୍‌ ୨ କୋଟି ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ । ପ୍ର୍‌ଥମଥର ପାଇଁ ଫ୍ରାଞ୍ଚାଇଜ୍‌ ଭିତ୍ତିକ ଖୋ ଖୋ ପ୍ରତିଯୋଗିତା ଆରମ୍ଭ ହୋଇଛି । ଲିଗ୍‌ ପର୍ଯ୍ୟାୟରେ ଅଲଫିମେଟ୍‌ ଖୋ ଖୋର ଲୋକପ୍ରିୟତା ଦେଖିବାକୁ ମିଳିଥିଲା ।

 ଅଲ୍‌ଟିମେଟ ଖୋ ଖୋରେ ପୁରସ୍କାର ରାଶି ୨ କୋଟି

ଶୁକ୍ରବାରଠୁ ପ୍ରତିଯୋଗିତାର ପ୍ଲେଅଫ୍ସ ଆରମ୍ଭ ହେବାକୁଯାଉଛି । ଲିଗ୍‌ ପର୍ଯ୍ୟାୟର ୪ଟି ଶ୍ରେଷ୍ଠ ଦଳ ଗୁଜରାଟ ଜ୍ୟାଣ୍ଟସ୍‌, ଓଡ଼ିଶା ଜଗରନର୍ଟ୍ସ ତେଲଗୁ ଯୋଦ୍ଧା ଏବଂ ଚେନ୍ନାଇ କୁ୍ୟକ୍‌ଗନ୍ସ ଟାଇଟଲ ଟMର ଦୌଡରେ ଅଛନ୍ତି । ଚଳିତ ସଂସ୍କରଣର ଚାମ୍ପିଅନ୍‌ ଦଳ ଏକ କୋଟି ଟଙ୍କା ପୁରସ୍କାର ପାଇବେ ।

 ଅଲ୍‌ଟିମେଟ ଖୋ ଖୋରେ ପୁରସ୍କାର ରାଶି ୨ କୋଟି

ଉପବିଜେତା ଦଳ ୫୦ ଲକ୍ଷ, ତୃତୀୟ ଓ ଚତୁର୍ଥ ସ୍ଥାନ ହାସଲ କରିଥିବା ଦଳ ଯଥାକ୍ରମେ ୩୦ ଓ ୨୦ ଲକ୍ଷ ଟଙ୍କା ପାଇବେ । ଖୋ ଖୋ କ୍ରୀଡାକୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇବ ପାଇଁ ଆମ ପ୍ରୟାସ ଜାରି ରହିଛି । ପୁରସ୍କାର ରାଶି ଜରିଆରେ ଖେଳାଳି ଓ ଫ୍ରାଞ୍ଚାଇଜ ଗୁଡିକୁ ଉସିାହିତ କରାଯାଇପାରିବ ବୋଲି ଅଲଫିମେଟ ଖୋ ଖୋର ସିଇଓ ତେନଜିନ୍‌ ନିଓଗୀ କହିଛନ୍ତି ।

 ଅଲ୍‌ଟିମେଟ ଖୋ ଖୋରେ ପୁରସ୍କାର ରାଶି ୨ କୋଟି

ଅଣ ଅଲିମ୍ପିକ୍‌ କ୍ରୀଡା ଭାବେ ଭାରତୀୟ ଲିଗ୍‌ ଖୋ ଖୋର ପ୍ରଥମ ସଂସ୍କରଣରେ ଏତେ ମାତ୍ରରେ ପୁରସ୍କାର ରାଶି ପ୍ରଦାନ କରାଯିବ । ଖୋ ଖୋର ବିକାଶ ପାଇଁ ଅମିତ ବର୍ମନଙ୍କ ସହ ଖୋ ଖୋ ଫେଡେରେସନ୍‌ ଅଫ୍‌ ଇଣ୍ଡିଆ ହାତ ମିଳାଇଛି ।

Comments are closed.