ନୁ୍ୟୟର୍କ : ଚଳିତ ୟୁଏସ୍ ଓପନରେ ପ୍ରିକ୍ୱାର୍ଟର ଫାଇନାଲରେ ଦୁଇ ସ୍ପେନ୍ ତାରକା ୨୨ ଗ୍ରାଣ୍ଡ ସ୍ଲାମ୍ ବିଜେତା ରାଫେଲ ନାଦାଲ ଓ ତୃତୀୟ ମାନ୍ୟତାପ୍ରାପ୍ତ କାର୍ଲୋସ ଅଲକାରାଜଙ୍କ ସହ ବିଶ୍ୱର ଏକ ନମ୍ବର ମହିଳା ଖେଳାଳି ଈଗା ସ୍ୱିତେକ ପହଞ୍ଚିଛନ୍ତି । ପୁରୁଷ ଏକକ ତୃତୀୟ ରାଉଣ୍ଡ ମୁକାବିଲାରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ନାଦାଲ ସିଧାସଳଖ ୬-୦, ୬-୧, ୭-୫ ସେଟରେ ଫ୍ରାନ୍ସର ରିଚାର୍ଡ ଗାସକେ୍ୱଟଙ୍କୁ ଏବଂ ୧୯ ବର୍ଷୀୟ ଅଲକାରାଜ ୬-୩, ୬-୩, ୬-୩ ସେଟରେ ଆମେରିକାର ଜେନସନ ବ୍ରୁକ୍ସବାଏଙ୍କୁ ପରାସ୍ତ କରିଥିଲେ ।

ପ୍ରିକ୍ୱାର୍ଟର ଫାଇନାଲରେ ନାଦାଲ ଆମେରିକାର ଫ୍ରାନ୍ସିସ ତିଆଫୋଏଙ୍କୁ ଏବଂ ଅଲକାରାଜ କ୍ରୋଏସିଆର ମାରିନ ସିଲିକ୍ଙ୍କୁ ଭେଟିବେ । ତିଆଫୋଏ ୭-୬, ୬-୪, ୬-୪ ସେଟରେ ୧୪ ମାନ୍ୟତାପ୍ରାପ୍ତ ଆର୍ଜେଣ୍ଟିନାର ଡିଏଗୋ ସ୍ୱର୍ଜମାନଙ୍କୁ ଏବଂ ସିଲିକ ୭-୬, ୬-୭, ୬-୨, ୭-୫ ସେଟରେ ଇଂଲଣ୍ଡର ଡାନ ଇଭାନ୍ସଙ୍କୁ ହରାଇଥିଲେ । ସପ୍ତମ ମାନ୍ୟତାପ୍ରାପ୍ତ କାମେରୁନ ନୋରି ଏବଂ ନବମ ମାନ୍ୟତାପ୍ରାପ୍ତ ଆନ୍ଦ୍ରେ ରୁବଲେଭ ପ୍ରିକ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ । ଇଂଲଣ୍ଡର ନୋରି ୭-୫, ୬-୪, ୬-୧ ସେଟରେ ଡେନ୍ମାର୍କର ହୋଲଗର ରୁନେଙ୍କୁ ଏବଂ ରୁବଲେଭ ୬-୪, ୨-୬, ୬-୭, ୬-୪, ୭-୬ ସେଟରେ କାନାଡ଼ାର ଡେନିସ ସାପୋଭାଲୋଭଙ୍କୁ ମାତ୍ ଦେଇଥିଲେ ।
ମହିଳା ଏକକ ତୃତୀୟ ରାଉଣ୍ଡରେ ପୋଲାଣ୍ଡ ଯୁବତୀ ସ୍ୱିତେକ ସିଧାସଳଖ ୬-୩, ୬-୪ ସେଟରେ ଆମେରିକାର ଲରେନ ଡେଭିସଙ୍କୁ ପରାସ୍ତ କରିଥିଲେ । ଏହି ଫ୍ରେଞ୍ଚ ଓପନ୍ ବିଜୟିନୀ ପ୍ରିକ୍ୱାର୍ଟର ଫାଇନାଲରେ ଜର୍ମାନିର ଜୁଲେ ନିମେରଙ୍କୁ ଭେଟିବେ । ନିମେର ୬-୪, ୭-୬ ସେଟରେ ଚୀନରେ କ୍ୱିନେୱନ୍ ଝେଙ୍ଗଙ୍କୁ ହରାଇଥିଲେ । ସ୍ୱିତେକଙ୍କ ସହ ଷଷ୍ଠ ମାନ୍ୟତାପ୍ରାପ୍ତ ଆରିନା ସାବଲେଙ୍କା ଏବଂ ଅଷ୍ଟମ ମାନ୍ୟତାପ୍ରାପ୍ତ ଜେସିକା ପେଗୁଲା ପ୍ରିକ୍ୱାର୍ଟର ଫାଇନାଲରେ ସ୍ଥାନ ପMା କରିଛନ୍ତି । ବେଲାରୁଷର ସାବଲେଙ୍କା ୬-୦, ୬-୨ ସେଟରେ ଫ୍ରାନ୍ସର କ୍ଲାରା ବୁରେଲଙ୍କୁ ଏବଂ ଆମେରିକାର ପେଗୁଲା ୬-୨, ୬-୭, ୬-୦ ସେଟରେ ଚୀନର ୟୁ ୟୁଆନ୍ଙ୍କୁ ହରାଇଥିଲେ । ପ୍ରିକ୍ୱାର୍ଟରରେ ସାବଲେଙ୍କା ଆମେରିକାର ଡାନିଏଲେ କଲିନ୍ସଙ୍କୁ ଏବଂ ପେଗୁଲା ଚେକVଣରାଜ୍ୟର ପେଟ୍ରା କ୍ୱିତୋଭାଙ୍କୁ ଭେଟିବେ ।
Comments are closed.