ପ୍ରକାଶ ପାଇଲା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ: ଦେଶରେ ତନିସ୍କା ଓ ରାଜ୍ୟରେ ସୋମଦତ୍ତ ଟପ୍ପର
ନୂଆଦିଲ୍ଲୀ : ପ୍ରକାଶ ପାଇଲା ନିଟ୍ ୟୁଜି ପ୍ରବେଶିକା ପରୀକ୍ଷା ଫଳ। ପରୀକ୍ଷା ମାଧ୍ୟମରେ ଉନ୍ନୀତ ଛାତ୍ରଛାତ୍ରୀ ଏମବିବିଏସ ମେଡିକାଲ ସିଟ୍ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଏଥିରେ ଟପ୍ପର ହୋଇଛନ୍ତି ରାଜସ୍ଥାନର ଝିଅ ତନିସ୍କା I ମୋଟ ୭୨୦ରୁ ୭୧୫ ରଖିଛନ୍ତି ତନିସ୍କା । ତନିସ୍କାଙ୍କ ପଛକୁ ଦିଲ୍ଲୀର ଆଶିଷ ବାତ୍ରା ଏବଂ କର୍ଣ୍ଣାଟକର ହୃଷିକେଶ ନାଗଭୂଷଣ ଗାଙ୍ଗୁଲି ରହିଛନ୍ତି । ପ୍ରକାଶ ପାଇଥିବା ଟପ୍ ୫୦ ତାଲିକାରେ ୨୦ ଛାତ୍ରୀ ରହିଛନ୍ତି । ଟପ୍ ୫୦ ଜଣ ଛାତ୍ରଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ପ୍ରିୟ ସୋମଦତ୍ତ ନାୟକ । ସେ ଓଡିଶାରୁ ଟପ୍ପର ହୋଇଥିବାବେଳେ,ମୋଟ ୭୨୦ ନମ୍ବରରୁ ୭୦୫ ରଖିଛନ୍ତି I ସର୍ବଭାରତୀୟ ସ୍ତରରେ ତାଙ୍କର ରାଙ୍କ ୩୯ ରହିଛି ଇ
ସେହିପରି ନିଟ୍ ୟୁଜି ପରୀକ୍ଷା ଦେଇଥିବା ଛାତ୍ରାଛାତ୍ରୀମାନେ ନିଟ୍ର ଅଫିସିଆଲ୍ ଓ୍ୱେବସାଇଟ୍କୁ ଯାଇ ନିଜ ନିଜର ରେଜଲ୍ଟ ଦେଖିପାରିବେ । ନିଟ୍ ପରୀକ୍ଷାର ଅଫିସିଆଲ୍ ଓ୍ୱେବସାଇଟ୍ ହେଉଛି https://neet.nta.nic.in । ରେଜଲ୍ଟ ଡାଉନ୍ଲୋଡ କରିବାକୁ ହେଲେ ଛାତ୍ରଛାତ୍ରୀମାନେ ନିଜର ଆପ୍ଲିକେସନ୍ ନମ୍ବର ଏବଂ ଜନ୍ମତାରିଖ ଦେଇ କରିପାରିବେ ।
Comments are closed.