କିଶୋର ଭାଇନା ହୋଟେଲ ଉପରେ ଚଢିଲା ବୁଲଡୋଜର

 

ଭୁବନେଶ୍ୱର : ପ୍ରସିଦ୍ଧ କିଶୋର ଭାଇନା ମଟନ ହୋଟେଲ ଉପରେ ଚଢିଲା ବିଏମ୍ସି ର ବୁଲଡୋଜର । ଅପମିଶ୍ରିତ ଖାଦ୍ୟ ଓ ସ୍ୱଚ୍ଛତା ଠିକ୍ ନଥିବାରୁ କିଶୋର ମଟନ୍‌ ହୋଟେଲ କୁ ଦୁଇ ଦିନ ପୂର୍ବରୁ ସିଲ୍ କରାଯାଇଥିଲା I ଏପରିକି କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇନ୍ କରାଯାଇଥିବା ନେଇ ଟ୍ୱିଟ୍ କରି BMC ସୂଚନା ଦେଇଥିଲା । କିନ୍ତୁ ସିଲ୍ ହେବାର ଗୋଟିଏ ଦିନ ପରେ ହୋଟେଲ୍ ଖୋଲି ପୂର୍ବଭଳି ମଟନ ରନ୍ଧା ଚାଲିଥିଲା I

ସୂଚନାନୁସାରେ ଗତ ବୁଧୁବାର ଦିନ ବିଏମସି ପକ୍ଷରୁ କିଶୋର ଭାଇନା ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା I ଦୂରଦର୍ଶନ କଡରେ ଥିବା ଏହି ହୋଟେଲ ମଟନ ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ପ୍ରସିଦ୍ଧି ହାସଲ କରିଛି I ତେବେ ଚଢ଼ାଉ ସମୟରେ ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତି,ଖାଦ୍ୟରେ ଅପମିଶ୍ରିତ ରଙ୍ଗ ଓ ଏକ୍ସପାରି କରିଯାଇଥିବା ସସ ମିଶାଯାଉଥିବା ଜଣା ପଡିଥିଲା I ଏହା ସହ ପଚା କଙ୍କଡା କୁ ମଧ୍ୟ ରୋଷେଇ ରେ ବ୍ୟବହାର ହେଉଥିବା ଜଣାପଡିଥିଲା I ତେଣୁ ବିଏମସି ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ହୋଟେଲ କୁ ସିଲ କରିବା ସହ ଫାଇନ ମଧ୍ୟ ହୋଇଥିଲା I ତେଣୁ ଖାଦ୍ୟର ମାନ ଯାଞ୍ଚ ପାଇଁ ନମୁନା ସଂଗ୍ରହ କରାଯାଇଥିଲା । ଏହାସହ ଫୁଡ୍‌ ଲାଇସେନ୍ସକୁ ବାତିଲ କରିଥିଲା ବିଏମସି । ପୂର୍ବରୁ ଏଠାରେ ବାସୀ ଖାଦ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା । ତେବେ ଲାଇସେନ୍ସ ବାତିଲ କରିବା ପରେ ବି ଗତକାଲି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଏହି ହୋଟେଲ ଖୋଲିବାକୁ ନେଇ ସାଧାରଣ ରେ ଅନେକ ପ୍ରଶ୍ନ ଉଠିଥିଲା Iଏହି ଦ୍ୱନ୍ଦ୍ୱ ଭିତରେ ଶୁକ୍ରବାର ପୁଣି ବଡ଼ ଆକ୍ସନ ନେଇଛି ବିଏମସି ।

Comments are closed.