ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ୬ଟି ଦେଶକୁ ନିମନ୍ତ୍ରଣ ନାହିଁ

ଲଣ୍ଡନ: ସେପ୍‌ଟେମ୍ବର ୧୯ରେ ବ୍ରିଟେନକୁ ସର୍ବାଧିକ ସମୟ ଧରି ଶାସନ କରିଥିବା ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ରାଜକୀୟ ଅନ୍ତ୍ୟେଷ୍ଟି କରାଯିବ । ୧୯୬୫ରେ ପୂର୍ବତନ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ ଚର୍ଚ୍ଚିଲଙ୍କ ରାଜକୀୟ ଅନ୍ତ୍ୟେଷ୍ଟି ପରେ ଏହା ହେବ ବ୍ରିଟେନର ପ୍ରଥମ ରାଜକୀୟ ଅନ୍ତ୍ୟେଷ୍ଟି ।

 ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ୬ଟି ଦେଶକୁ ନିମନ୍ତ୍ରଣ ନାହିଁ

ଏଥିପାଇଁ ବିଶ୍ୱ ସବୁ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ଡକାଯାଇଛି । ତେବେ ୬ଟି ଦେଶକୁ ଏଥିପାଇଁ ନିମନ୍ତ୍ରଣ ପତ୍ର ପଠାଯାଇନାହିଁ । ସେସବୁ ଦେଶ ହେଉଛି ଆଫଗାନିସ୍ତାନ, ରୁଷ, ବେଲାରୁଷ, ମିଆଁମାର, ଭେନିଜୁଏଲା ଓ ସିରିଆ । ଏସବୁ ଦେଶର ରାଜନୈତିକ ପରିସ୍ଥିତି ଓ ବ୍ରିଟେନ ସହ ଖରାପ ସଂପର୍କ କାରଣରୁ ନିମନ୍ତ୍ରଣ କରାଯାଇନାହିଁ ।

 ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ୬ଟି ଦେଶକୁ ନିମନ୍ତ୍ରଣ ନାହିଁ
ଅନ୍ୟପକ୍ଷରେ ଆଉ ୩ଟି ଦେଶକୁ ନିମନ୍ତ୍ରଣ ପଠାଯାଇଥିଲେ ବି ରାଷ୍ଟ୍ରମୁଖ୍ୟଙ୍କୁ ଡକାଯାଇ ନାହିଁ । କେବଳ ରାଷ୍ଟ୍ରଦୂତଙ୍କ ପାଇଁ ନିମନ୍ତ୍ରଣ ପଠାଯାଇଛି । ସେସବୁ ଦେଶ ହେଉଛି ଉତ୍ତରକୋରିଆ, ଇରାନ ଓ ନିକାରାଗୁଆ । ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟଦେଶମାନେ ରୁଷ ସହ ସମ୍ପର୍କ ଚ୍ଛିନ୍ନ କରିଛନ୍ତି ଓ ଆର୍ଥିକ କଟକଣା ଲଗାଇଛନ୍ତି ।

 ମହାରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମରେ ୬ଟି ଦେଶକୁ ନିମନ୍ତ୍ରଣ ନାହିଁ

ତେବେ ରାଣୀଙ୍କ ମୃତ୍ୟୁ ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବ୍ରିଟେନକୁ ନିଜର ଶୋକ ସନ୍ଦେଶ ଓ ନୂଆ ରାଜାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହା ସତ୍ତେ୍ୱ ପୁଟିନକୁ ନିମନ୍ତ୍ରଣ ପଠାଇନାହିଁ ବ୍ରିଟେନ । ସେହିପରି ୟୁକ୍ରେନ ବିରୋଧୀ ଯୁଦ୍ଧରେ ବେଲାରୁଷ ରୁଷକୁ ସହାୟତା କରୁଥିବାରୁ ଏହି ଦେଶ ଉପରେ ପାଶ୍ଚାତ୍ୟ ଦେଶ କ୍ଷୁବ୍ଧ ଅଛନ୍ତି ।

Comments are closed.