ହଠାତ୍ ଆପଣଙ୍କ ଆକାଉଣ୍ଟକୁ ଯଦି ଆସିଯାଏ ହଜାରେ କୋଟି ଟଙ୍କା,ଆପଣ କଣ କରିବେ I କେହି କେହି ସପିଂ ବିଷୟରେ ଏବଂ କେହି କେହି ବିଦେଶ ଯିବାକୁ ଯୋଜନା କରିବା ବିଷୟରେ କିମ୍ବା ଘର କିଣିବା ବିଷୟରେ ଭାବିପାରନ୍ତି I କିନ୍ତୁ ଆଉ କିଛି ଲୋକ ଅଛନ୍ତି ଏଭଳି ଟଙ୍କା ଆସିବା ପରେ ବ୍ୟାଙ୍କକୁ ଜଣାଇବାକୁ ମଧ୍ୟ ଭାବନ୍ତି। ହେଲେ ଏଇଭଳି ଜଣେ ବ୍ୟକ୍ତି ଅଛନ୍ତି ଯାହାଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଜାରେ କୋଟି ଟଙ୍କା ଦେଖିବା ପରେ ସେ ଏପରି କାର୍ଯ୍ୟ କଲେ ଯେ ତାଙ୍କ ବୁଦ୍ଧି କୁ ଦେଖି ସମସ୍ତେ ପ୍ରଶଂସା କରିଛନ୍ତି I
ଏହି ବ୍ୟକ୍ତି ଜଣକ ହେଲେ ଗୁଜୁରାଟର ଜଣେ ସେୟାର ବଜାର ବ୍ୟବସାୟୀ ରମେଶ ସାଗର I ସେ ଦେଖିଲେ ତାଙ୍କ Demat Accountରେ ହଠାତ୍ ୧୧,୬୭୭ ଟଙ୍କା ଜମା ହୋଇଥିଲା। ଯାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। । ତେବେ ସେ ଜାଣି ପାରିଥିଲେ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ବୈଷୟିକ ତ୍ରୁଟି(ଟେକ୍ନିକାଲ୍ ଏରର୍) ଯୋଗୁ ବ୍ୟାଙ୍କ ଆକାଉଣ୍ଟକୁ ଏତେ ପରିମାଣର ଟଙ୍କା ଭୁଲ୍ରେ ଆସି ଯାଇଥିଲା। ତେଣୁ ସେ କାଳ ବିଳମ୍ବ ନ କରି ବୁଦ୍ଧି ଖଟାଇ ଏଥିରୁ ୨ କୋଟି ଟଙ୍କା ନେଇ ସେୟାର ମାର୍କେଟ୍ରେ ଲଗାଇଥିଲେ। ଯେଉଁଥିରୁ ତାଙ୍କୁ ୫ ଲକ୍ଷ ଟଙ୍କା ଲାଭ ମିଳିଥିଲା। ତେବେ ସେଇଦିନ ରାତି ୮ଟାରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଆକାଉଣ୍ଟରୁ ଟଙ୍କା ସବୁ ନିଆଯାଇଥିଲା।
ଗତ ପାଞ୍ଚରୁ ଛଅ ବର୍ଷ ହେବ ରମେଶ ସାଗର ଷ୍ଟକ୍ ମାର୍କେଟରେ ପୁଞ୍ଜି ନିବେଶ କରି ଆସୁଛନ୍ତି । ବର୍ଷକ ପୂର୍ବେ ସେ Kotak Securitiesରେ ନିଜର Demat Account ଖୋଲିଥିଲେ ବୋଲି ସେ ଜାଣିପାରିଥିଲେ I ବୈଷୟିକ ତ୍ରୁଟି ଯୋଗୁଁ ତାଙ୍କ କୋଟାକ୍ ସିକ୍ୟୁରିଟି ଡେମାଟ୍ ଆକାଉଣ୍ଟରେ ୧୧ ,୬୭୭ କୋଟି ଟଙ୍କା କ୍ରେଡିଟ୍ ହୋଇଛି I ସେ ତୁରନ୍ତ ଚତୁରତା ଦେଖାଇ ସେଥିରୁ ୨ କୋଟି ଟଙ୍କା ସେୟାର ବଜାରରେ ବିନିଯୋଗ କରିଥିଲେ।
ସେହିଦିନ ରାତି ୮ ସୁଦ୍ଧା କୋଟାକ୍ ସିକ୍ୟୁରିଟିଜ୍ ତାଙ୍କ ଭୁଲ ଜାଣିପାରି ସାଗର ଙ୍କ ଆକାଉଣ୍ଟ ରୁ ସମସ୍ତ ଟଙ୍କା ଫେରସ୍ତ ନେଇଥିଲେ ,କିନ୍ତୁ ସେତେବେଳକୁ ସାଗର ୨ କୋଟି ଟଙ୍କା ଖଟାଇ ୫ ଲକ୍ଷର ଲାଭ ପଇସାରିଥିଲେ I
IANS ରିପୋର୍ଟ ଅନୁସାରେ, ଏହି ଘଟଣାକୁ ନେଇ Kotak Securities ସହ କଥାବାର୍ତ୍ତା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ଏହା ଉପରେ କୌଣସି ମନ୍ତବ୍ୟ ଦେବାକୁ ମନା କରାଯାଇଥିଲା। କାରଣ ନିବେଶକଙ୍କ Demat Account Numberକୁ ଭେରିଫାଏ କରାଯାଇନଥାଏ। ସୂତରାଂ ବ୍ୟାଙ୍କ୍ ଏହି ପ୍ରସଙ୍ଗ ଉପରେ କୌଣସି ମନ୍ତବ୍ୟ ଦେଇପାରିବ ନାହିଁ।
Comments are closed.