ନୂଆଦିଲ୍ଲୀ : ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ୧୧ରୁ ୩୦ ଅକେଫାବର ୨୦୨୨ରେ ଭାରତରେ ଅନୁଷ୍ଠିତ ହେବ । ଏହି ଦ୍ୱିବାର୍ଷିକ ଯୁବ ପ୍ରତିଯୋଗିତାର ସପ୍ତମ ସଂସ୍କରଣ ପ୍ରଥମ ଥର ପାଇଁ ଭାରତରେ ଆୟୋଜନ କରାଯାଉଛି । ଏହା ହେବ ଭାରତରେ ଆୟୋଜିତ ଫିଫାର ସର୍ବପ୍ରଥମ ମହିଳା ବିଶ୍ୱ ପ୍ରତିଯୋଗିତା ।
ଏଥିପୂର୍ବରୁ ୧୭ ବର୍ଷରୁ କମ୍ ପୁରୁଷ ଫିଫା ବିଶ୍ୱକପ ୨୦୧୭ ମସିହାରେ ଭାରତରେ ଅନୁଷ୍ଠିତ ହୋଇଥିଲା । ଏହି ପରମ୍ପରାକୁ ଆଗେଇ ନେଇ ମହିଳା ଫୁଟବଲର ସମ୍ମାନଜନକ ପ୍ରତିଯୋଗିତା ବିଶ୍ୱକପ୍ ଆୟୋଜନ ପାଇଁ ଦେଶ ପ୍ରସ୍ତୁତ ହେଉଛି । ଏଥିରେ ବିଶ୍ୱର ଶ୍ରେଷ୍ଠ ମହିଳା ଫୁଟବଲ ପ୍ରତିଭାମାନେ ସେମାନଙ୍କର କୌଶଳ ପ୍ରଦର୍ଶନ କରି ଏହି ସମ୍ମାନଜନକ ଟ୍ରଫି ପାଇଁ ପରସ୍ପର ସହ ମୁକାବିଲା କରିବେ ।
ଫିଫା ୧୭ ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ ଏକ ସମ୍ମାନଜନକ କ୍ରୀଡ଼ା ପ୍ରତିଯୋଗିତା ଏବଂ ଏହା ପ୍ରଥମ ଥର ପାଇଁ ଭାରତରେ ଆୟୋଜିତ ହେବାକୁ ଯାଉଛି । ଏହା କ୍ରୀଡ଼ା କ୍ଷେତ୍ରକୁ ଆସିବା ଲାଗି ଯୁବପୀଢ଼ିଙ୍କୁ ଅଧିକ ଅନୁପ୍ରାଣିତ କରିବ ଏବଂ ଭାରତରେ ଫୁଟବଲ ଖେଳର ବିକାଶ ପାଇଁ ସହାୟକ ହେବ । ଏହି ପ୍ରତିଯୋଗିତା ଫୁଟବଲକୁ ଏକ କ୍ରୀଡ଼ା ଭାବେ ଗ୍ରହଣ କରିବା ଲାଗି ଭାରତୀୟ ବାଳିକାମାନଙ୍କୁ ଅନୁପ୍ରାଣିତ କରିବ । ଖାଲି ସେତିକି ନୁହେଁ, ଦୀର୍ଘସ୍ଥାୟୀ ଭିତ୍ତିରେ ଏହା ଦେଶର ଝିଅ ଓ ମହିଳାମାନଙ୍କୁ ଫୁଟବଲ ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ପ୍ରୋତ୍ସାହିତ କରିବ ।
ଖେଳପଡ଼ିଆ ରକ୍ଷଣାବେକ୍ଷଣ, ଷ୍ଟାଡିୟମ କ୍ଷମତା ବିକାଶ, ବିଦୁ୍ୟତ ସଂଯୋଗ ଓ କେବଲିଂ, ଷ୍ଟାଡିୟମ ଏବଂ ପ୍ରଶିକ୍ଷଣ କ୍ଷେତ୍ରର ବିକାଶ ଆଦି ପାଇଁ ସର୍ବଭାରତୀୟ ପୁଟବଲ ମହାସଂଘ (ଏଆଇଏଫଏଫ)କୁ ୧୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଜାତୀୟ କ୍ରୀଡ଼ା ସଂଘମାନଙ୍କୁ ସହାୟତା ଯୋଜନା ପାଇଁ ଆବଣ୍ଟିତ ବଜେଟକୁ ଏହି ଅର୍ଥ ବରାଦ କରାଯାଇଛି । ଭାରତରେ ଫିଫା ୧୭ ବର୍ଷରୁ କମ୍ ମହିଳା ବିଶ୍ୱକପ୍ ୨୦୨୨ ଆୟୋଜନ ହେବା ଦ୍ୱାରା ଦେଶରେ ମହିଳା ଫୁଟବଲ କ୍ଷେତ୍ରରେ ରହିଥିବା ସମ୍ଭାବନା ସୁଦୃଢ଼ ହେବ । ଫୁଟବଲ ନେତୃତ୍ୱ ଏବଂ ନୀତି ନିର୍ଦ୍ଧାରକ ସଂସ୍ଥାରେ ମହିଳାମାନଙ୍କର ପ୍ରତିନିଧିିବ ବୃଦ୍ଧି ପାଇବ । ଏହା ଭାରତରେ ଫୁଟବଲ ଖେଳିବା ଲାଗି ଅଧିକ ଝିଅମାନଙ୍କୁ ଅନୁପ୍ରାଣିତ କରିବ ।
Comments are closed.