ରୁପା ଇଟା ଓ ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଜବତ, ଦୁଇ ଗିରଫ

କଟକ: କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଅଧିକାରୀଙ୍କୁ ମିଳିଛି ଏକ ବଡ଼ ସଫଳତା । ରୂପା ଇଟା ଓ ଅଳଙ୍କାରଗୁଡ଼ିକ ଚୋରା ଚାଲଣ ହେଉଥିଲା ବେଳେ ହାତରେ ଲାଗିଛି ଅବକାରୀ ବିଭାଗର ଅଧିକାରୀଙ୍କର । ପୋଲିସ ସୂଚନା ଅନୁସାରେ, କଟକରୁ ଶହେ କେଜି ରୁପା ଇଟା, ଚାନ୍ଦି ଅଳଙ୍କାର ସହ ୧୨ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ମାମଲାରେ ଦୁଇ ଜଣଙ୍କୁ ଅଟକଙ୍କୁ ରଖାଯାଇ ପଚରାଉଚରା ଚାଲିଛି । କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଦ୍ୱାରା ଟାଙ୍ଗି ଟୋଲ ଗେଟରୁ ଏହାକୁ ଜବତ କରିଛି ।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ପକ୍ଷରୁ ଟାଙ୍ଗି ଟୋଲ ଗେଟରେ ଏକ କାର ଉପରେ ଚଢ଼ାଉ କରିଥିଲେ । ସେହି କାରରେ ଗଞ୍ଜେଇ ଚାଲାଣ କରାଯାଉଥିବାର ଖବର ଥିଲା । ହେଲେ ଚଢ଼ାଉ ବେଳେ ଜଣାପଡ଼ିଲା ଯେ, କାରର ସିକ୍ରେଟ୍‌ ଚାମ୍ବରରେ ରହିଛି ଶହେ କେଜି ରୁପା ଇଟା ସହ ୧୨ ଲକ୍ଷ ଟଙ୍କା । ପଶ୍ଚିମବଙ୍ଗ ନମ୍ବର ଥିବା କାରରେ ଏସବୁ ସାମଗ୍ରୀ ଆସ୍କାରୁ ଖଡ଼ଗପୁର ଚାଲାଣ ହେଉଥିଲା । ଟୋଲ ଗେଟରେ ଚେକିଂ ବେଳେ ଘଟଣା ସାମ୍ନାକୁ ଆସିଛି ।

Comments are closed.