ଜାମ୍ମୁ:ଆଠ ଘଣ୍ଟା ମଧ୍ୟରେ ଉଦ୍ଧମପୁରରେ ଦ୍ଵିତୀୟ ଥର ପାଇଁ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣ ଏକ ବସରେ ହୋଇଥିବାବେଳେ ଏଥିରେ କେହି ମୃତାହତ ହୋଇନାହାନ୍ତି I ବସଷ୍ଟାଣ୍ଡର ପାର୍କିଂରେ ଥିବାବେଳେ ଗୁରୁବାର ସକାଳ ପ୍ରାୟ ୫ :୪୦ ସମୟରେ ଏହି ବିସ୍ଫୋରଣ ଘଟିଛି। ଏଥିରେ ବସଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି I ବସଟି ନିକଟସ୍ଥ ରାମନଗରରୁ ଉଦୟପୁର ଯାଏ ସେବା ଯୋଗାଇ ଥାଏ। ରାତିରେ କାମ ସରିବା ପରେ ବସକୁ ଷ୍ଟାଣ୍ଡରେ ରଖାଯାଇଥିଲା। ହେଲେ ଆଜି ସକାଳୁ ହଠାତ୍ ଏହା ଭିତରେ ବିସ୍ଫୋରଣ ହୋଇଛି। ଲଗାତାର ଦୁଇଟି ବିସ୍ଫୋରଣ ପାରେ ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ପୋଲିସ ଏବଂ ସୁରକ୍ଷା ବାହିନୀର ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି I
J&K | Another mysterious blast occurred on a bus in Udhampur. The second blast in last 8 hours. https://t.co/nKTPP3QKgV pic.twitter.com/SBGw6URNU9
— ANI (@ANI) September 29, 2022
ଏହାପୂର୍ବରୁ ବୁଧବାର ରାତି ପ୍ରାୟ ୧୦.୪୫ରେ ଉଧମପୁର ଡୋମାଲି ଛକ ନିକଟ ସାମରିକ ପୋଷ୍ଟ ଠାରେ ପେଟ୍ରୋଲ ପମ୍ପରେ ଅଟକି ରହିଥିବା ଏକ ବସ୍ରେ ଏକ ଶକ୍ତିଶାଳୀ ବିସ୍ଫୋରଣ ଘଟିଥିଲା। ଏଥିରେ ବସ୍ର କଣ୍ଡକ୍ଟର ଓ ତାଙ୍କ ବନ୍ଧୁ ଆହତ ହୋଇଥିଲେ। ଏହି ବିସ୍ଫୋରଣରେ ଦୁଇଟି ବସ୍ କ୍ଷତିଗ୍ରସ୍ତ ହୋଇଥିବାବେଳେ ଦୁଇ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣ ଶବ୍ଦ ଶୁଣି ପୁଲିସ୍ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ପ୍ରଥମେ ଘଟଣାରେ ଆହତ ହୋଇଥିବା ୨ ଜଣଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏବେ ଉଭୟଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି। ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ଉକ୍ତ ବିସ୍ଫୋରଣର କାରଣ ଖୋଜୁଥିବା ବେଳେ ଆଜି ଭୋରରୁ ଆଉ ଗୋଟିଏ ବସରେ ବିସ୍ଫୋରଣ ହେବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି।
ଅନ୍ୟପକ୍ଷରେ ଏହି ଦୁଇଟି ବିସ୍ଫୋରଣ ପଛରେ ଆତଙ୍କବାଦୀଙ୍କ ଷଡଯନ୍ତ୍ର ଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛନ୍ତି I ତେବେ ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ବସ ବିସ୍ଫୋରଣ ହେବାର କିଛି ଘଣ୍ଟା ପୂର୍ବରୁ ଏଲଓସି (LoC) ନିକଟରେ ଥିବା ପୁଞ୍ଚ ଜିଲ୍ଲାରେ ଜଣେ ମହିଳାଙ୍କୁ ଚାରି କିଲୋଗ୍ରାମ IED ସହ ଧରିଥିଲା ପୋଲିସ I ତେବେ ଏହି ଦୁଇଟି ଘଟଣା ପରେ ପୁଲିସ୍ ଓ ସେନା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଆଲର୍ଟରେ ରହିବାକୁ କୁହାଯାଇଛି।
Comments are closed.