ପୁଣି ଜଣେ ଇରାନୀ ମହିଳାଙ୍କୁ ହତ୍ୟା, ବିକ୍ଷୋଭକାରୀଙ୍କୁ କ୍ଷେପଣାସ୍ତ୍ର ମାଡ଼

ତେହେରାନ: ହଦିସ ନଜାଫି ନାମ୍ନୀ ଜଣେ ଇରାନୀ ଯୁବତୀ ହିଜାବ ନ ପିନ୍ଧି ଏକ ପ୍ରତିବାଦରେ ଭାଗ ନେଇଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ପରେ ତାଙ୍କୁ କବର ଦେବା ପାଇଁ ଖୋଳାଯାଇଥିବା ଗାତ ପାଖରେ କିଛି ଲୋକ ତାଙ୍କର ଏକ ଫଟୋ ଉପରେ ଲୁହ ଗଡ଼ାଉଥିବାର ଭିଡିଓ ମଧ୍ୟ ଭାଇରାଲ ହୋଇଛି ।

ଖବର ଅନୁସାରେ ସମ୍ପୃକ୍ତା ଯୁବତୀଙ୍କ ପେଟ, ବେକ, ଛାତି ଓ ହାତକୁ ଗୁଳି କରାଯାଇଥିଲା ।
ହିଜାବ ନ ପିନ୍ଧିବା କାରଣରୁ ମହସା ଆମିନି ନାମ୍ନୀ ୨୨ ବର୍ଷୀୟା ଯୁବତୀଙ୍କୁ ପୁଲିସ ହାଜତରେ ନିର୍ଯାତନା ଦେଇ ହତ୍ୟା କରାଯିବା ଘଟଣା ପରେ ଇରାନରେ ହିଜାବ-ବିରୋଧୀ ତଥା ସରକାର-ବିରୋଧୀ ଆନ୍ଦୋଳନ ପ୍ରାୟ ଏକ ସପ୍ତାହରୁ ଅଧିକ କାଳ ହେଲା ଲାଗି ରହିଛି । ସରକାର ପୁଲିସ ଓ ସୁରକ୍ଷା କର୍ମୀଙ୍କୁ ଲଗାଇ ବିଦ୍ରୋହକୁ ଦମନ କରିବାକୁ ଚେଷ୍ଟା କରୁଛନ୍ତି ।

ପୁଣି ଜଣେ ଇରାନୀ ମହିଳାଙ୍କୁ ହତ୍ୟା, ବିକ୍ଷୋଭକାରୀଙ୍କୁ କ୍ଷେପଣାସ୍ତ୍ର ମାଡ଼

ହିଂସାତ୍ମକ ଆନ୍ଦୋଳନରେ ଅଦ୍ୟାବଧି ପ୍ରାୟ ୭୬ରୁ ଅଧିକ ବିଦ୍ରୋହୀ ପୁଲିସ ଗୁଳିମାଡ଼ରେ ମୃତ୍ୟୁବରଣ କରିଥିବା ବେଳେ କିଛି ପୁଲିସ କର୍ମଚାରୀ ମଧ୍ୟ ମୃତ୍ୟୁ ଲଭିଛନ୍ତି । ଇରାନୀ ଆଇନ ଅନୁସାରେ ମହିଳା ହିଜାବ ପିନ୍ଧିବାକୁ ବାଧ୍ୟ । ତେବେ ସରକାରଙ୍କ ଏହି ନୀତିକୁ ଅଧିକାଂଶ ଲୋକ ପସନ୍ଦ କରୁନାହାନ୍ତି । ୧୯୮୧ରେ ଆଇନ ଲାଗୁ କରାଯିବା ପରଠାରୁ ବିଭିନ୍ନ ସମୟରେ ଲୋକମାନେ ବିରୋଧ କରିଆସୁଛନ୍ତି । ଆମିନିଙ୍କୁ ଥାନାରେ ନିର୍ଯାତନା ଦିଆଯାଇ ନାହିଁ, ସେ ଆପେ ଆପେ ମରିଗଲେ ବୋଲି ସରକାର ଟିଭି ଚାନେଲରେ ସଫେଇ ଦେଉଥିବା ବେଳେ ରାଜରାସ୍ତାରେ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା କରୁଥିବା ଦେଖିବାକୁ ମିଳୁଛି ।

ମହସା ଅମିନି
ମହସା ଅମିନି

ମହସା ଅମିନିଙ୍କ ମୃତ୍ୟୁକୁ ୧୨ ଦିନ ପରେ ବିତିଯାଇଥିଲେ ବି ଇରାନରେ ଜୋରଦାର ବିକ୍ଷୋଭ ଜାରି ରହିଛି । ଏହା ମଧ୍ୟରେ କ୍ରୁରତା ଦେଖାଇଛି ଇରାନ୍‌ ସେନା । ବିକ୍ଷୋଭକାରୀଙ୍କ ଉପରେ କରିଛି ସିରିଏଲ ମିସାଇଲ ମାଡ । ଇରାନ୍‌ ଷ୍ଟେଟ୍‌ ମିଡିଆ ରିପୋର୍ଟ ଅନୁସାରେ ଇସଲାମିକ୍‌ ରିଭୋଲ୍ୟୁସନ ଗାର୍ଡସ କ«ର୍ ଗ୍ରାଉଣ୍ଡ ଫୋର୍ସ(ଔRଐଈ) କୁର୍ଦିସ୍ତାନରେ ଲଗାତର ୭୩ ବାଲାଷ୍ଟିକ ମିସାଇଲ ମାଡ କରିଛି । ଏଥିସହ ହିଜାବ ବିରୋଧୀ ବିକ୍ଷୋଭକୁ ସମର୍ଥନ କରୁଥିବା ଲୋକଙ୍କ ଉପରେ ସେନା ୧୨ରୁ ଅଧିକ ଆତ୍ମଘାତୀ ଡ୍ରୋନ୍‌ ଆକ୍ରମଣ କରିଛି ।

ମହସା ଅମିନି
କୁର୍ଦ ଅଞ୍ଚଳର ଭିନ୍ନ ଭିନ୍ନ ୪୨ଟି ପଏଣ୍ଟରେ ଏହି ଆକ୍ରମଣ ହୋଇଛି । କୁର୍ଦିସ୍ତାନର କୋମଲା ଦଳ ଦେଶରେ ଜାରି ରହିଥିବା ହିଜାବ ବିରୋଧୀ ହିଂସକ ପ୍ରର୍ଶଦନକୁ ନିଜ ସମର୍ଥନ ଦେଉଥିବା ସେନା ଅଭିଯୋଗ କରିଛି । ଗଣମାଧ୍ୟମକୁ ସୂଚନା ଦେଇ ଆଇଆରଜିସି କହିଛି ଯେ, ହିଜାବକୁ ବିରୋଧ କରି ୨୨ ବର୍ଷୀୟ ଯୁବତୀ ମହସା ଅମିନିଙ୍କ ମୃତ୍ୟୁ ପରେ ପରିସ୍ଥିତି ଉତ୍କଟ ରୂପ ଧାରଣ କରିଥିଲା । ଏହାପରେ ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ପ୍ରଶାସନ ବାରମ୍ବାର ସେନାକୁ ଅନୁରୋଧ କରିବା ପରେ ଏପରି ମିସାଇଲ ଓ ଡ୍ରୋନ୍‌ ଆକ୍ରମଣ ହୋଇଛି । ଦେଶରେ ଜାରି ରହିଥିବା ଅଶାନ୍ତି ଭିତରେ କୁର୍ଦ ସମୂହ ଇରାନରେ ହତିଆର ତସ୍କରୀ କରୁଥିଲେ । ତେଣୁ ସେନା ଏପରି ଆକ୍ରମଣ ପଦକ୍ଷେପ ନେଇଥିବା କହିଛି ଆରଜିସି ।

ପୁଣି ଜଣେ ଇରାନୀ ମହିଳାଙ୍କୁ ହତ୍ୟା, ବିକ୍ଷୋଭକାରୀଙ୍କୁ କ୍ଷେପଣାସ୍ତ୍ର ମାଡ଼
ତେବେ ଏହି ଆକ୍ରମଣରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ସେ ନେଇ କିଛି ସୂଚନା ମିଳିନାହିଁ । ସୂଚନା ମୁତାବକ ହିଜାବକୁ ବିରୋଧ କରି ଇରାନରେ ଉଗ୍ର ରୂପ ଧାରଣ କରିଛି ବିରୋଧ । ଏହି ଘଟଣାରେ ଏଯାଏଁ ୭୫ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଶହଶହ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି ।

Comments are closed.