କିଭ୍ : ରୁଷ- ୟୁକ୍ରେନ୍ ଯୁଦ୍ଧ କୁ ୮ମାସ ପୂରିବାକୁ ବସିଲାଣି I ୟୁକ୍ରେନ ର ପ୍ରମୁଖ ସହର ଗୁଡିକୁ ଧ୍ବଂସ ସ୍ତୁପରେ ପରିଣତ କରିସାରିଲେଣି ରୁଷ ସେନା I ତଥାପି ଏଯାଏଁ ଯୁଦ୍ଧ ଥମିବାର ନାଁ ଧରୁନାହିଁ I ଅତି ଭୟଙ୍କର ଓ ବିଧ୍ୱଂସକାରୀ ମିଶାଇଲ ମାଡ଼ କରୁଛି ରୁଷ। ଏହି ସମୟରେ ୟୁକ୍ରେନ ରାଜଧାନୀ କିଭ୍ ଉପରେ ରୁଷର ବଡ ଧରଣର ମିସାଇଲ ଆକ୍ରମଣ ହୋଇଛି । କିଭ୍ ସହିତ ବହୁ ସହରରେ ରୁଷ ପକ୍ଷରୁ ଭୀଷଣ ଭାବରେ ମିସାଇଲ ମାଡ କରାଯାଇଛି। କିଭ୍ରେ ମିଶାଇଲ ମାଡରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଛନ୍ତି। ୟୁକ୍ରେନ୍ର କମାଣ୍ଡର ଇନ୍ ଚିନ୍ ଭାଲେରୀ ଜାଲୁଜ୍ନି କହିଛନ୍ତି, ୟୁକ୍ରେନ୍ ଉପରେ ଏକକାଳୀନ ଭାବରେ ରୁଷ ୭୫ଟି ମିସାଇଲ ମାଡ କରିସାରିଛି ରୁଷ। ସେଥିରୁ ୪୧ଟି ଆମର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କରିବାରେ ସଫଳ ହୋଇଛି। ସେହିଭଳି ରାଜଧାନୀ କିଭ୍ରେ ଅତି କମ୍ରେ ୪ଟି ମିଶାଇଲ୍ ମାଡ ହେବା କାରଣରୁ ଅନେକ କ୍ଷୟକ୍ଷତି ହୋଇଛି।
ଜଣେ ଏଫପି ସାମ୍ବାଦିକ କହିଛନ୍ତି ଆଜି ସକାଳେ ୮ଟା ଳ୧୫ରେ କିଭ ଉପରେ ଭୟଙ୍କର ମିଶାଇଲ ଆକ୍ରମଣ କରାଯାଇଛି । କିଭ୍ ଉପରେ ଶତ୍ରୁର ରାଷ୍ଟ୍ରର ସିରିଜ୍ ମିଶାଇଲ ଆଟାକ ଯୋଗୁ ଅଧିକାଂଶ ସହର ଧ୍ୱଂସସ୍ତୁପରେ ପରିଣତି ହୋଇଛି। ଏବେ ସମଗ୍ର ୟୁକ୍ରେନ୍ ମିଶାଇଲ ଘେରରେ ରହିଛି। ଆକାଶ ମାର୍ଗରୁ ଲଗାତାର ବୋମା ବର୍ଷଣ ହେଉଥିବାରୁ ଲୋକମାନଙ୍କୁ ଆଶ୍ରୟସ୍ଥଳରେ ରହିବା ପଇଁ କୁହାଯାଇଛି। ପୁରା ୟୁକ୍ରେନ୍ରେ ରୁଷର ବଡ ଧରଣର ମିସାଇଲ ଆକ୍ରମଣ କାରଣରୁ ବେସମେଣ୍ଟରେ ସୁରକ୍ଷା ପାଇଁ ପହଞ୍ଚିଥିବା ପିଲାମାନେ ଥିବା ୟୁକ୍ରେନ୍ର ଜାତୀୟ ସଙ୍ଗୀତ ଗାଉଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି, ସାରା ଦେଶର ବହୁ ସହରରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାର ସୂଚନା ମିଳିଛି ଓ ଅନେକ ଆହତ ହୋଇଛନ୍ତି। ତେବେ ସୋମବାର କ୍ରିମିଆରୁ ରୁଷକୁ ସଂଯୋଗ କରୁଥିବା ଏକ ପୋଲକୁ ୟୁକ୍ରେନ୍ ସେନା ଉଡ଼ାଇ ଦେବା ପରେ ରୁଷ ସେନା ଅଧିକ ରକ୍ତମୁଖା ହୋଇ ଉଠିଛି ।
Comments are closed.