ମୁମ୍ବାଇ: ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଜେଲରେ ଥିବା ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକ୍ଟୋବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ମୁମ୍ବାଇ ପୁଲିସର ଅର୍ଥନୈତିକ ଅପରାଧ ଶାଖା ଅନୁସନ୍ଧାନ କରୁଥିବା ପତ୍ରାଚଲ ପୁନଃନିର୍ମାଣରୁ ହୋଇଥିବା ମନି ଲଣ୍ଡରିଂ ଅଭିଯୋଗରେ ଅଗଷ୍ଟ ୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ରାଉତଙ୍କୁ ଗିରଫ କରାଯାଇଥିଲା । ୧,୦୩୪ କୋଟି ଟଙ୍କାର ପତ୍ରାଚଲ ଜମି ଘୋଟାଲା ମାମଲାରେ ତାଙ୍କୁ ଛଅ ଘଣ୍ଟାରୁ ଅଧିକ ସମୟର ପଚରାଉଚରା ପରେ ଗିରଫ କରାଯାଇଥିଲା । ଇଡି କହିଛି ଯେ ରାଉତ ଅଭିଯୁକ୍ତମାନଙ୍କୁ ଠକେଇ କରିବାରେ ସାହାଯ୍ୟ କରିଥିଲେ ଏବଂ ବଦଳରେ ବିଭିନ୍ନ ପଦ୍ଧତି ମାଧ୍ୟମରେ ସେନା ନେତା ଏବଂ ତାଙ୍କ ପତ୍ନୀ ବର୍ଷା ରାଉତଙ୍କୁ ୧.୦୬ କୋଟି ଟଙ୍କାର ଆର୍ଥିକ ଅନୁଗ୍ରହ ମିଳିଥିଲା ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ଲାଗିଥିବା ଦସ୍ତାବିଜ ଅନୁଯାୟୀ, ରାଉତଙ୍କ ବନ୍ଧୁ ତଥା ମୁଖ୍ୟ ଅଭିଯୁକ୍ତ ପ୍ରବୀଣ ରାଉତ ଏହି ଘୋଟାଲାରେ ୧୧୨ କୋଟି ଟଙ୍କା ହାତେଇ ଥିବ ଅଭିଯୋଗ ହୋଇଛି । ଦୁଇ ମାସରୁ ଅଧିକ ସମୟ ଧରି ଜେଲରେ ଥିବା ରାଉତ ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ମୁମ୍ବାଇର ଏକ ଅଦାଲତରେ ପହଞ୍ଚିଥିଲେ ।ତାଙ୍କର ବହୁ ସଂଖ୍ୟକ ସମର୍ଥକ ତାଙ୍କୁ ଦେଖିବା ପାଇଁ କୋର୍ଟ ଆସିଥିଲେ । ହେଲେ କୋର୍ଟ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତକୁ ଅକେଫାବର ୧୭ ପର୍ଯ୍ୟନ୍ତ ବୃଦ୍ଧି କରି ଦେଇଥିଲେ ।
Comments are closed.