ସଲମାନଙ୍କ ଟାଇଗର ୩କୁ ନେଇ ସରପ୍ରାଇଜ୍‌

ମୁମ୍ବାଇ: ଏବେ ସଲମାନ ନିଜ ଫିଲ୍ମ କିସି କା ଭାଇ କିସି କା ଜାନ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମର ନୂଆ ପୋଷ୍ଟର ଇତି ମଧ୍ୟରେ ଜାରି ହୋଇ ସାରିଛି । ଦିୱାଲୀ ପୂର୍ବରୁ ସଲମାନ ତାଙ୍କ ଫ୍ୟାନ୍ସଙ୍କୁ ପୁଣି ଏକ ଖୁସି ଖବର ଦେଇଛନ୍ତି । ଦୀର୍ଘ ସମୟ ଧରି ଚର୍ଚ୍ଚାରେ ରହିଥିବା ସଲମାନଙ୍କ ଫିଲ୍ମ ଟାଇଗର ୩କୁ ନେଇ ତାଜା ସୂଚନା ସାମନାକୁ ଆସିଛି । ଏହି ଫିଲ୍ମର ରିଲିଜ୍‌ ଡେଟ୍‌ ଉପରୁ ସଲମାନ୍‌ ଏବେ ପର୍ଦ୍ଦା ଉଠାଇଛନ୍ତି ।
ସଲମାନଙ୍କ ଟାଇଗର ୩କୁ ନେଇ ସରପ୍ରାଇଜ୍‌

ୟଶରାଜ ବ୍ୟାନର ତଳେ ନିର୍ମିିତ ଟାଇଗର ୩ କୁ ନେଇ ଚର୍ଚ୍ଚା ହେଉଥିଲା କି ସଲମାନ୍‌ ଆଗାମୀ ବର୍ଷ ଇଦ୍‌ରେ ଏହାକୁ ରିଲିଜ୍‌ କରାଇବେ । କାରଣ ପ୍ରତିବର୍ଷ ସେ ଇଦ୍‌ରେ ନିଜ ପ୍ରଶଂସକମାନଙ୍କୁ ସରପ୍ରାଇଜ୍‌ ଗିଫଫ ଦେଇଥାନ୍ତି । କିନ୍ତୁ ଏଥର ଭାଇଜାନ୍‌ କିଛି ଅଲଗା ମୁଡ୍‌ରେ ନଜର ଆସୁଛନ୍ତି ।
ସଲମାନଙ୍କ ଟାଇଗର ୩କୁ ନେଇ ସରପ୍ରାଇଜ୍‌

ଆଜି ସଲମାନ୍‌ ଏହାର ରିଲିଜ୍‌ ଡେଟ୍‌ ଉପରୁ ପର୍ଦ୍ଦା ହଟାଇଛନ୍ତି । ଟ୍ୱିଟରରେ ଏକ ପୋଷ୍ଟ ସେୟାର କରି ସଲମାନ ସୂଚନା ଦେଇଛନ୍ତି ଟାଇଗର ୩ ଆଗାମୀ ବର୍ଷ ଦିୱାଲିରେ ରିଲିଜ୍‌ ହେବ । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଟାଇଗର ୩ ଟାଇଗର ଫ୍ରାଞ୍ଚାଇଜ୍‌ର ତୃତୀୟ ଫିଲ୍ମ ଯାହାର ଏଜେଣ୍ଟ ଟାଇଗର ଓ ଆଇଏସ୍‌ଆଇ ଏଜେଣ୍ଟ ଜୋୟାଙ୍କ ସହିତ ଆଗକୁ ଗତି କରିଛି । ଟାଇଗର ୩ ରେ ସଲମାନ ଖାନ୍‌ ଓ କାଟ୍ରିନା କୈଫଙ୍କ ସହିତ ଇମରାନ୍‌ ହାସ୍‌ମୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

Har Ghar Tiranga