ବାରଣାସୀ (ପିଆଇବି): ଭାରତ ସରକାର ’ପିଏମ ଗତି ଶକ୍ତି ମଲଟିମୋଡାଲ ୱାଟରେୱ ସମ୍ମିଟ ୨୦୨୨’ ଅଧୀନରେ ଅନ୍ତର୍ଦ୍ଦେଶୀୟ ଜଳପଥକୁ ଏକ ଦୀର୍ଘସ୍ଥାୟୀ, କମ ଖର୍ଚ୍ଚସାପେକ୍ଷ, ପ୍ରତିବନ୍ଧକଶୂନ ପରିବହନ ମାଧମ କରି ଗଢିତୋଳିବାକୁ ସମସ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି । ଭାରତ ସର କାରଙ୍କ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଏହି ସମ୍ମିଳନୀ ଅବସରରେ ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତନାଥ ଏବଂ ଅନ ମାନଗଣ ବକ୍ତିବିଶେଷଙ୍କ ଉପସ୍ଥିତିରେ ସାତଟି ଜେଟି ଉଦଘାଟନ କରିଛନ୍ତି । ଏଥିସହିତ ଶ୍ରୀ ସୋନୱାଲ ଏବଂ ଶ୍ରୀ ଆଦିତନାଥ ଉର ପ୍ରଦେଶରେ ଗଙ୍ଗା ନଦୀରେ ଆଉ ଆଠଟି ଜେଟି ପାଇଁ ଭିିପ୍ରସ୍ତର ସ୍ଥାପନ କରିଛନ୍ତି । ଉତ୍ତର ପ୍ରଦେଶ ସରକାରଙ୍କ ପରିବହନ ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଦୟାଶଙ୍କର ସିଂ ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶାନ୍ତନୁ ଠାକୁର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଏକ ଭାରି ଶିଳ୍ପ ମନ୍ତ୍ରୀ ମହେନ୍ଦ୍ରନାଥ ପାଣ୍ଡେ, ଆଇଡବ୍ଲìଏଆଇର ତୁଙ୍ଗ ନେତୃବୃନ୍ଦ ଏବଂ ରାଜ ସରକାରଙ୍କ ପ୍ରତିନିଧିଗଣ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ ।
ଏହି ଅବସରରେ ପ୍ରକାଶ କରି ସୋନୱାଲ କହିଥିଲେ ଯେ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଅଧୀନରେ କାଶ୍ମୀରରୁ କନାକୁମାରୀ, ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯନ୍ତ ’ଏକ ଭାରତ, ଶ୍ରେଷ୍ଠ ଭାରତ’ ଯୋଜନାରେ ବିକାଶମୂଳକ କାର୍ଯ୍ୟ କରାଯାଉଛି । ସେ କହିଲେ, ଜଳପଥ ଠାରୁ ନେଇ ରେଳପଥ, ବିମାନ ପରିବହନ ପର୍ଯନ୍ତ ପ୍ରତେକ କ୍ଷେତ୍ରରେ ରାଷ୍ଟ୍ର ଅଗ୍ରଗତି ହାସଲ କରୁଛି ଏବଂ ପରବର୍ତ୍ତୀ ୨୫ ବର୍ଷ ମଧରେ ଭାରତ ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ରରେ ପରିଣତ ହେବ, ଯାହା ମାନନୀୟ ପ୍ରଧାନମନ୍ତ୍ରୀଙ୍କର ପରିକଳ୍ପନା ରହିଛି ।
ଉତ୍ତର ପ୍ରଦେଶ ମୁଖମନ୍ତ୍ରୀ ଯୋଗୀ ଆଦିତନାଥ କହିଥିଲେ ଯେ ପିଏମ ଗତି ଶକ୍ତି ଯୋଜନାରୁ କେବଳ ଉତ୍ତର ପ୍ରଦେଶ ନୁହେଁ, ସମୁଦାୟ ରାଷ୍ଟ୍ର ବିକଶିତ ହୋଇପାରିବ । ପ୍ରଧାନମନ୍ତ୍ରୀଙ୍କ ଦୃଢ ନେତୃତ୍ୱ ଅଧୀନରେ ଅନେକ ଯୋଜନା କାର୍ଯକାରୀ କରାଯାଇଛି ଯାହା ଏକ ଭାରତ ଶ୍ରେଷ୍ଠ ଭାରତ ସ୍ୱପ୍ନକୁ ସାକାର କରୁଛି । ବାରଣାସୀକୁ ଏଭଳି ଏକ ସୁନ୍ଦର ଉପହାର ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନବାଦ ଜଣାଇଥିଲେ । ଏହାଦ୍ୱାରା ବାରଣାସୀରୁ ଦେଶର ଅନାନ ସ୍ଥାନକୁ ଟ୍ରାଫିକ ସହଜ ହେବ । ଏଥିସହିତ ଏହା ଭୂଭାଗ ପରିବେଷ୍ଟିତ ରାଜ୍ୟ ଉତ୍ତର ପ୍ରଦେଶରୁ କୃଷିଜାତ ଓ ଅନାନ ସାମଗ୍ରୀ ଦକ୍ଷତାର ସହିତ ଅନ୍ତର୍ଦ୍ଦେଶୀୟ ଜଳପଥ ଜରିଆରେ ସାମୁଦ୍ରିକ ବନ୍ଦରରେ ପହଞ୍ଚିବାରେ ସହାୟକ ହେବ ।
ଉକ୍ତ କାର୍ଯକ୍ରମ ଅବସରରେ ସର୍ବାନନ୍ଦ ସୋନୱାଲ ଘୋଷଣା କରିଥିଲେ ଯେ ଭାରତର ଏହି ଆଧାତ୍ମିକ ସହରରେ ସର୍ବାଧୁନିକ ହାଇଡ୍ରୋଜେନ ଫୁଏଲ ସେଲ କାଟାମରାନ ଭେସେଲ ଚଳାଚଳ କରିବ। ବାରଣାସୀ ପାଇଁ ଗୋଟିଏ ହାଇଡ୍ରୋଜେନ ଫୁଏଲ ସେଲ ଭେସେଲ ଏବଂ ଚାରିଟି ଇଲେକଟ୍ରିକ ହାଇବ୍ରିଡ ଭେସେଲ ଯୋଗାଇ ଦିଆଯିବ। ଏଥିପାଇଁ ଆଇଡବ୍ଲìଏଆଇ ଏବଂ କୋଚିନ ସିପୟାର୍ଡ ମଧରେ ଏକ ବୁଝାମଣାପତ୍ର କାର୍ଯକ୍ରମ ଅବସରରେ ସ୍ୱାକ୍ଷରିତ ହୋଇଥିଲା ।
Comments are closed.