ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଏବେ ନିଜ ଫିଲ୍ମ ମିଷ୍ଟର ଆଣ୍ଡ ମିସେସ୍ ମାହୀକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଫିଲ୍ମରେ ସେ ଜଣେ କ୍ରିକେଟର ଭୂମିକା ନିଭାଉଛନ୍ତି । ସେ ଏହି ଫିଲ୍ମରେ ତାଙ୍କ ଯୋଡି ରାଜକୁମାର ରାଓଙ୍କ ସହ ନଜର ଆସିବେ । ତେବେ ଏହି କ୍ରୀଡାଭିତ୍ତିକ ଫିଲ୍ମର ପ୍ରସ୍ତୁତିକୁ ନେଇ ଜାହ୍ନବୀ ନିଜର କଷ୍ଟଦାୟକ ଅନୁଭବ ସେୟାର କରିଛନ୍ତି ।
ଶୁଟିଂ ସମୟରେ ସେ ଆହତ ହୋଇଛନ୍ତି ବୋଲି କହିଛନ୍ତି । ଏକ ସାକ୍ଷାତକାରରେ ଜାହ୍ନବୀ କହିଛନ୍ତି, ମୁଁ ଜାଣିଛି ଏହା ମୋ ପାଇଁ ଏକ ସ୍ମରଣୀୟ ଅନୁଭବ ହେବ । ପୂର୍ବରୁ ମୁଁ କ୍ରିକେଟ୍ ଖେଳିବା ସମୟରେ ଦୁଇଥର କାନ୍ଧରେ ଗଭୀର ଆଘାତ ପାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ଫିଲ୍ମ ଜରିଆରେ କେବଳ ଜାହ୍ନବୀ କପୁର ନୁହଁନ୍ତି ରାଜକୁମାର ରାଓ ମଧ୍ୟ ପ୍ରଥମ ଥର ପାଇଁ ବଡ ପରଦାରେ କ୍ରିକେଟର ରୋଲ୍ରେ ନଜର ଆସିବେ ।
ଏହି ଫିଲ୍ମର ନିର୍ମାଣ କରିଛନ୍ତି କରଣ ଜୋହର ଓ ଧର୍ମା ପ୍ରଡକ୍ସନ ପକ୍ଷରୁ ଏକ ପୋଷ୍ଟର ସେୟାର କରାଯାଇ ଏହି ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଥିବା ନେଇ ସୂଚନା ଦିଆଯାଇଥିଲା ।
Comments are closed.