ମିଜୋରାମ : ସୋମବାର ମିଜୋରାମରେ ଏକ ପଥର ଖାଦାନର ଖନନ ସମୟରେ ଧସିଯିବାରୁ ୮ ଜଣ ଶ୍ରମିକଙ୍କ ମୃତ୍ୟୁ I ଏହାସହିତ ଅନ୍ୟ ୪ ଜଣ ଶ୍ରମିକ ନିଖୋଜ ଥିବା ଜଣ ପଡିଛି I
ସୂଚନାନୁସାରେ ସୋମବାର ଅପରାହ୍ନ ୩ଟା ସମୟରେ ମିଜୋରାମର ହନଠିଆଲ ଜିଲ୍ଲାର ମୌଦାଢ଼ ଗ୍ରାମରେ ଏବିସିଆଇ ଇନଫ୍ରାଷ୍ଟ୍ରକଚର ପକ୍ଷରୁ ଖଣି ଖନନ କାର୍ଯ୍ୟ ଚାଲୁଥିଲା I ଏହି ସମୟରେ ଅଚାନକ ପଥର ଖଣି ଭୁଶୁଡ଼ି ପଡ଼ିବରୁ ଏଥିରେ ୧୨ଜଣ ଶ୍ରମିକ ମାଟି ଅତଡ଼ା ତଳେ ଚାପି ହୋଇଯାଇଥିଲେ । ଖବର ମିଳିବା ପରେ ସ୍ଥାନୀୟ ଲୋକଙ୍କ ମିଶି ଏସଡିଆରଏଫ, ବିଏସଏପ୍ ଓ ଆସାମ ରାଇଫଲ୍ସର ଯବାନମାନେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।
ହନଠିଆଲ ଜିଲ୍ଲାର ପୋଲିସ ଅଧିକ୍ଷକ ପୁନିତ କୁମାରଙ୍କ ସୂଚନାନୁସାରେ,ଯେତେବେଳେ ଏହି ଦୁର୍ଘଟଣା ଘଟିଲା,ସେତେବେଳେ ସେଠାରେ ୧୩ ଜଣ ଶ୍ରମିକ କାର୍ଯ୍ୟରତଥିଲେ ଇ ଜଣେ କେବଳ ସେଠାରୁ ବାହାରି ଆସିଥିଲେ ଏବଂ ଆଉ ୧୨ ଜଣ ପୋତି ହୋଇଯାଇଥିଲେ I ଗତ କାଲିଠାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଟି ତଳେ ମୋଟ୍ ୧୨ ଶ୍ରମିକଙ୍କ ମଧ୍ୟରୁ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ସମସ୍ତ ଶ୍ରମିକ ମାନେ ବିହାରର ବୋଲି ସୂଚନା ମିଳିଛି । ଅନ୍ୟ ୪ ଶ୍ରମିକଙ୍କ ମଧ୍ୟରୁ ୩ଜଣଙ୍କ ଶରୀରର କିଛି ଅଂଶ ବାହାର କରାଯାଇଥିବା ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।
Comments are closed.