ଭୁବନେଶ୍ୱର : ସାରା ଦେଶରେ ଚାଲିଛି ବିବାହ ଋତୁ I ଗତ ଦୁଇ ବର୍ଷ ଧରି କରୋନା ଯୋଗୁଁ ଗତ ବିବାହ ହ୍ରାସ ପାଇଥିଲା। କିନ୍ତୁ ଏଥର ନଭେମ୍ବରରୁ ଫେବୃଆରୀ ୨୦୨୩ ପର୍ଯ୍ୟନ୍ତ ରେକର୍ଡ ସଂଖ୍ୟକ ବିବାହ ହେବ I ରିପୋର୍ଟ ଅନୁଯାୟୀ, ଏହି ସାଢେ ତିନି ମାସ ମଧ୍ୟରେ ଦେଶରେ ୩୨ ଲକ୍ଷ ବିବାହ ଅନୁଷ୍ଠିତ ହେବାକୁ ଯାଉଛି । ଏହାର ପ୍ରଭାବ ସିଧା ସଳଖ ବଜାରଉପରେ ପଡିବ I ମୁଖ୍ୟତଃ ଏଥର ଗହଣା ବ୍ୟବସାୟୀ ମାନେ ହେବେ ମାଲାମାଲ I ସୁନା ଏବଂ ରୂପା ଅଳଙ୍କାର ସହିତ ବୈଦ୍ୟୁତିକ ସାମଗ୍ରୀ ଏବଂ ପୋଷାକର ମଧ୍ୟ ରେକର୍ଡ ସଂଖ୍ୟକ ବିକ୍ରି ହେବ I ତେବେ ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୁପା ଦାମ୍ ମହଙ୍ଗା ହୋଇଥିବାରୁ ଏହାର ପ୍ରଭାବ ସୁନା ବଜାର ଉପରେ ପଡ଼ିଛି।ତେଣୁ ପ୍ରଥମେ ଆସନ୍ତୁ ଜାଣିବା ବଜାରରେ ଆଜିର ସୁନା ଡର କେତେ ରହିଛି :
ଯଦି ଆପଣ ଘରେ ବସି ସୁନା ଦର ଜାଣିବା ପାଇଁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ସହଜ ଉପାୟ ରହିଛି। ଏହି ଉପାୟ ଟି ହେଉଛି, ଘରେ ବସି ଆପଣଙ୍କୁ କେବଳ ଏହି ନମ୍ବର ୮୯୫୫୬୬୪୪୩୩ ରେ ଏକ ମିସ୍ କଲ୍ ଦେବାକୁ ପଡିବ। ଏହାପରେ ଆପଣଙ୍କ ଫୋନରେ ଏକ ମେସେଜ୍ ଆସିଯିବ, ଯେଉଁଥିରେ ଆପଣ ଲେଟେଷ୍ଟ ଦର ବିଷୟରେ ଜାଣି ପାରିବେ।
ଗତକାଲି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୫୧ ହଜାର ଥିବାବେଳେ ଆଜି ସାମାନ୍ୟ ବୃଦ୍ଧି ପାଇ ୫୧,୯୦୦ ଟଙ୍କାରେ ପହଞ୍ଚିଛି । ସେହିପରି ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯,୭୦୦ ଟଙ୍କା ରହିଛି । ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୫, ୩୦୦ ଟଙ୍କା, ୪୦,୯୦୦ ଟଙ୍କା ଓ ୩୨, ୨୦୦ ଟଙ୍କା ରହିଛି । ସୁନା କଏନ୍ର ମୂଲ୍ୟ ୪୧,୩୦୦ ଟଙ୍କାରେ ପହଞ୍ଚିଛି । ଅନ୍ୟପଟେ ଗତକାଲି ତୁଳନାରେ ଆଜି ରୂପା ଦରରେ ପରିବର୍ତ୍ତନ ହୋଇଛି । ଫଳରେ ଶୁଦ୍ଧ ରୂପା କିଲୋ ପିଛା ୬୨,୦୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ଯାଞ୍ଚ କରିପାରିବେ। ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
Comments are closed.