ଫିଫା ବିଶ୍ୱକପ୍‌: କାମେରନ୍‌ଙ୍କୁ ଧରାଶାୟୀ କଲା ସ୍ୱିଜରଲାଣ୍ଡ

ଦୋହା : ଫିଫା ବିଶ୍ୱକପର ଗ୍ରୁପ୍‌ ଜି’ରେ ଧମାକାଦାର ଆରମ୍ଭ କରିଛି ସ୍ୱିଜରଲାଣ୍ଡ । ଶକ୍ତିଶାଳୀ କାମେରନ୍‌ ପ୍ରଥମ ମ୍ୟାଚରେ ସ୍ୱିଜରଲାଣ୍ଡ ନିକଟରୁ ୧-୦ ଗୋଲ୍‌ରେ ହାରିଯାଇଛି । ପ୍ରଥମାର୍ଦ୍ଧରେ ଉଭୟ ଦଳ ସମାନ ସ୍ଥିତିରେ ଥିଲେ । ତେବେ ଦ୍ୱିତୀୟାର୍ଦ୍ଧରେ ସ୍ୱିଜରଲାଣ୍ଡ ଅଧିକ ଆକ୍ରମଣାତ୍ମକ ପ୍ରଦର୍ଶନ କରି ବିଜୟୀ ହୋଇଥିଲା ।

FIFA World Cup 2022

ମ୍ୟାଚର ଦଶମ ମିନିଟ୍‌ରେ କାମେରନ୍‌ ବ୍ରାଏ ବେମୁ ସାଥୀ ଖେଳାଳି ମାର୍ଟିନ୍‌ ହୁଙ୍ଗଲାଙ୍କ ସହାୟତାରେ ଗୋଲ୍‌ପୋଷ୍ଟ ଆଡକୁ ସଟ୍‌ ମାରିଥିଲେ । କି;ୁ ଏହାକୁ ଗୋଲ୍‌କିପର ଅଟକାଇ ଦେବାରୁ ସଫଳତା ମିଳିନଥିଲା । ଏହାର କିଛି ସମୟ ପରେ କାମେରନ୍‌ ଅଧିକ ଆକ୍ରମଣାତ୍କ ଖେଳିଥିଲା । କି;ୁ ଏହାକୁ ପ୍ରତିହତ କରିବାରେ ସ୍ୱିଜରଲାଣ୍ଡ ସଫଳ ହୋଇଥିଲା । ମ୍ୟାଚର ୨୬ତମ ମିନିଟ୍‌ରେ କାମେରନ୍‌ ଗୋଲପୋଷ୍ଟ ନିକଟରେ ପହଞ୍ଚିଥିଲା । କି;ୁ ଗୋଲ୍‌ କରିବାରେ ସଫଳ ହୋଇନଥିଲା । ୪୦ତମ ମିନିଟରେ ସ୍ୱିଜରଲାଣ୍ଡ ଗୋଲ୍‌ ସୁଯୋଗ ହାତଛଡା କରିଥିଲା । ଏହାକୁ ଭେଦିବାରେ ସଫଳ ହୋଇନଥିଲେ ସ୍ୱିଜରଲାଣ୍ଡ ଖେଳାଳି । ତେଣୁ ପ୍ରଥମାର୍ଦ୍ଧରେ ମ୍ୟାଚ ୦-୦ ଗୋଲ୍‌ରେ ବରାବର ରହିଥିଲା । ମ୍ୟାଚର ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବା ମାତ୍ରେ ସ୍ୱିଜରଲାଣ୍ଡ ପ୍ରଥମ ଗୋଲ୍‌ର ସୁଯୋଗ ହାସଲ କରିଥିଲା । ୪୮ତମ ମିନିଟରେ ବ୍ରିନ୍‌ ଏମ୍ବୋଲୋ ସାଥୀ ଖେଳାଳି ଜେର୍ଦ୍ଦନ ସକିରଙ୍କ ସହାୟତାରେ ଚମତ୍କାର ଗୋଲ୍‌ କରି ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଶେଷ ପର୍ଯ୍ୟନ୍ତ ଏହି ବ୍ୟବଧାନ ଜାରି ରହିଥିଲା । କାମେରନ୍‌ ଗୋଲ୍‌ ପରିଷଦ କରିବାରେ ବିଫଳ ହେବାରୁ ସ୍ୱିଜରଲାଣ୍ଡ ୧-୦ରେ ବାଜି ମାତ କରି ୩ ପଏଣ୍ଟ ସହ ଗ୍ରୁପ୍‌ ଜି ଶୀର୍ଷରେ ରହିଛି ।

କାନାଡା ବିପକ୍ଷରେ ବେଲଜିୟମ୍‌ର ବାଜିମାତ

FIFA World Cup 2022

ଫିଫା ବିଶ୍ୱକପ୍‌ ଗ୍ରୁପ୍‌ ଏଫ୍‌’ର ଏକ ରୋମାଞ୍ଚଭରା ମ୍ୟାଚରେ ବେଲଜିୟମ୍‌ ୧-୦ ଗୋଲ୍‌ରେ କାନାଡାକୁ ଧରାଶାୟୀ କରିଥିଲା । ଦୀର୍ଘ ୩୬ ବର୍ଷ ପରେ ବିଶ୍ୱକପ୍‌ ଯୋଗ୍ୟତା ଅର୍ଜନ କରିଥିବା କାନାଡା ପଦାର୍ପଣ ମ୍ୟାଚରେ ବେଲଜିୟମ୍‌ ନିକଟରୁ ହାରିଯିବା ଖେଳାଳିଙ୍କ ମନୋବଳକୁ ଦୁର୍ବଳ କରିଛି । ୪୪ତମ ମିନିଟ୍‌ରେ ମିଚି ବାଟସୁଆଇ ବିଶ୍ୱକପ୍‌ରେ ଦଳ ପକ୍ଷରୁ ପ୍ରଥମ ଗୋଲ କରି କାନାଡାର ସବୁ ଯୋଜନାକୁ ପଣ୍ଡ କରିଦେଇଥିଲେ । ମ୍ୟାଚ ଆରମ୍ଭ ହେବା ପରେ କାନାଡା ଖେଳାଳିଙ୍କ ତୁଳନାରେ ବେଲଜିୟମ ଅଧିକ ସକ୍ରିୟ ଓ ଆକ୍ରମଣାତ୍ମକ ମନେ ହେଉଥିଲା । ମ୍ୟାଚର ନବମ ମିନିଟ୍‌ରେ ବେଲଜିୟମ୍‌ର ୟାନିକ କାରାସ୍କୋଙ୍କୁ ବିଶୃଙ୍ଖଳିତ ଆଚରଣ ପାଇଁ ରେଫରୀ ହଳଦିଆ କାର୍ଡ ଦେଖାଇ ଚେତାବନୀ ଦେଇଥିଲେ । ପ୍ରଥମାର୍ଦ୍ଧ ଖେଳ ଶେଷ ହେବାର ଠିକ ଗୋଟିଏ ମିନିଟ୍‌ ପୂର୍ବରୁ ବେଲଜିୟମ୍‌ ପ୍ରଥମ ଗୋଲ୍‌ କରିଥିଲା । ୪୪ତମ ମିନିଟ୍‌ରେ ମିଚି ବାଡସୁଆଇ ଏହି ଚମତ୍କାର ଗୋଲ୍‌ କରିଥିଲେ । ଏହାପରେ କ୍ରମାଗତ ଭାବେ ବେଲଜିୟମ୍‌ର ପ୍ରଦର୍ଶନ ଉଚ୍ଚକୋଟୀର ଥିଲା । ମ୍ୟାଚର ଶେଷ ୧୫ ମିନିଟ୍‌ ଖେଳ କାନାଡା ନିୟନ୍ତ୍ରଣରେ ଥିଲେ ବି ଆଉ ଗୋଲ୍‌ ସ୍କୋର ହୋଇନଥିଲା । ତେଣୁ ଜମାଣିଆ ବିଜୟ ସହ ବେଲଜିୟମ୍‌ ଗ୍ରୁଫ୍‌ ଏଫର ଶୀର୍ଷରେ ରହିଛି । ୧୯୮୬ରେ ଶେଷଥର ପାଇଁ କାନାଡା ବିଶ୍ୱକପ୍‌ ଖେଳିଥିଲା । ତେଣୁ ୩୬ ବର୍ଷ ପରେ ପୁଣି ଦଳ ବିଶ୍ୱକପ୍‌ରେ ପ୍ରବେଶ କରିଥିଲେ ମଧ୍ୟ ପରାଜୟରୁ ଅଭିଯାନ ଆରମ୍ଭ କରିଛି ।

ଉରୁଗୁଏ ସହ ମ୍ୟାଚ ଡ୍ର’ ରଖିଲା କୋରିଆ

FIFA World Cup 2022

ବିଶ୍ୱକପ୍‌ ଗ୍ରୁପ୍‌ ଏଚ୍‌ର ପ୍ରଥମ ମ୍ୟାଚରେ ଏସିଆ ମହାଦେଶର ଅନ୍ୟତମ ଶକ୍ତିଶାଳୀ ଦଳ କୋରିଆ ରିପବ୍ଲିକ୍‌ ଉରୁଗୁଏ ସହ ମ୍ୟାଚ ଡ୍ର’ ରଖି ପଏଣ୍ଟ ଭାଗ କରିଛି । ୟୁରୋପୀୟ ଦଳ ଗୁଡିକ ତୁଳନାରେ ଏଥର ଫିଫା ବିଶ୍ୱକପ୍‌ରେ ଏସିଆ ମହାଦେଶର ୬ଟି ଯାକ ଦଳ ଉଚ୍ଚକୋଟୀର ପ୍ରଦର୍ଶନ ଦେଖାଉଛନ୍ତି । ୨ଥର ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ସାଉଦି ଆରବ ଧରାଶାୟୀ କରିଥିଲା ବେଳେ ୪ଥର ଚାମ୍ପିଅନ୍‌ ଜର୍ମାନୀକୁ ମାତ ଦେଇଛି ଜାପାନ । ତେଣୁ ଚଳିତ କାତାର ଫିଫା ବିଶ୍ୱକପ୍‌ରେ ନୂଆ ବିଜେତା ମିଳିବ ବୋଲି ଆଶା କରାଯାଉଛି ।
କୋରିଆ ଓ ୟୁରୁଗୁଏ ମଧ୍ୟରେ ତୀବ୍ର ସଂଘର୍ଷପୂର୍ଣ୍ଣ ଥିଲା । କି;ୁ ଉଭୟ ଦଳର ପ୍ରଦର୍ଶନ ସମାନ ରହିବାରୁ ଫଳାଫଳ ବି ସମାନ ରହିଛି । ବିନା ସ୍କୋରରେ ମ୍ୟାଚ ଶେଷ ହେବା ସହ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ହାସଲ କରିଛନ୍ତି ।

ଆଜିର ମ୍ୟାଚ

ଗ୍ରୁପ୍‌ -ଜି’
ବ୍ରାଜିଲ-ସର୍ବିଆ
ସମୟ: ରାତି ୧୨.୩୦

ଗ୍ରୁପ୍‌ – ଏ’
କାତାର-ସେନେଗାଲ
ସମୟ: ସନ୍ଧ୍ୟା ୬.୩୦

ଗ୍ରୁପ୍‌ – ଭି
େୱଲ୍ସ-ଇରାନ
ସମୟ: ଅପରାହ@ ୩.୩୦

ଗ୍ରୁପ୍‌ – ଏ’
ନେଦରଲାଣ୍ଡସ-ଇକେ୍ୱାଡର
ସମୟ: ରାତି ୯.୩୦
ପ୍ରସାରଣ: ସ୍ପୋର୍ଟ୍ସ – ୧୮, ଜିଓ ସିନେମା

Comments are closed.