‘ଇ-କୋର୍ଟ’ ବ୍ୟବସ୍ଥା ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ: ଆଜି ସମ୍ବିଧାନ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁପ୍ରିମ୍‌ କୋର୍ଟରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ଙ୍କ ଉପସ୍ଥିତିରେ ‘ଇ-କୋର୍ଟ’ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ଏନେଇ ସେ କହିଛନ୍ତି, ଭାରତର ସମ୍ବିଧାନ ହେଉଛି ଭାରତ ପ୍ରଗତିର ସବୁଠୁ ବଡ଼ ସାମର୍ଥ୍ୟ । ଏହାସହିତ ପ୍ରଧାନମନ୍ତ୍ରୀ ବିତର୍କ ଓ ଆଲୋଚନାରେ ଅଂଶ ଗ୍ରହଣ କରିବା ଲାଗି ଯୁବବର୍ଗଙ୍କୁ ଅନୁରୋଧ କରି ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ସମ୍ବିଧାନ ହେଉଛି ଦେଶର ପ୍ରଗତିକୁ ଗତିଶୀଳ କରାଇବାରେ ସବୁଠୁ ବଡ଼ ସାମର୍ଥ୍ୟ । ଆମ ସମ୍ବିଧାନର ସାରତତ୍ତ୍ୱ ହେଉଛି ଯୁବ-କେନ୍ଦ୍ରିକ । ଆମ ଯୁବାଙ୍କ ମଧ୍ୟରେ ଅଧିକ ସଚେତନତା ଭରି ଦେବା ନିମନ୍ତେ ମୁଁ ସରକାରୀ ପ୍ରତିଷ୍ଠାନ ଓ ଅଦାଲତଙ୍କୁ ଅନୁରୋଧ କରୁଛି ।

ପ୍ରଧାନମନ୍ତ୍ରୀ ‘ଇ-କୋର୍ଟ ପ୍ରକଳ୍ପ’ ଜରିଆରେ ନୂତନ ଉପକ୍ରମ ସବୁର ଶୁଭାରମ୍ଭ କରିଛନ୍ତି । ଏଥିରେ ‘ଭର୍ଚୁଆଲ୍‌ ଜଷ୍ଟିସ୍‌ କ୍ଲକ୍‌’ , ‘ଜଷ୍ଟିସ୍‌ ମୋବାଇଲ୍‌ ଆପ୍‌ ୨.୦’, ‘ଡିଜିଟାଲ୍‌ କୋଟ’ ଏବଂ ‘ଏସ୍‌୩ ଡବ୍ଲୁଏଏଏସ୍‌ େୱବ୍‌ସାଇଟ୍‌’ ରହିଛି ।

ଏହି ଅବସରରେ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୂଡ଼ କହିଲେ, ବିଚାର ବିଭାଗ ଜନସାଧାରଣଙ୍କ ନିକଟରେ ପହଞ୍ଚିବା ଅତ୍ୟାବଶ୍ୟକ, ଜନସାଧାରଣ ବିଚାର ବିଭାଗ ନିକଟରେ ପହଞ୍ଚିବା କଥା ଆଶା କର;ୁ ନାହିଁ । ବିଚାର ବ୍ୟବସ୍ଥା ସମସ୍ତଙ୍କ ପ୍ରତି ଉନ୍ମୁକ୍ତ ରହିବା ଉଚିତ । ବିବିଧତା ଭରା ଆମ ଦେଶରେ ବିଚାର ବ୍ୟବସ୍ଥା ସମ୍ମୁଖୀନ ହେଉଥିବା ମୁଖ୍ୟ ଚାଲେଞ୍ଜ୍‌ ହେଉଛି ସମସ୍ତଙ୍କ ପ୍ରତି ବିଚାରର ଉନ୍ମୁକ୍ତତା । ଏଥିପାଇଁ ଭାରତୀୟ ବିଚାର ବ୍ୟବସ୍ଥା ଅନେକ କିଛି ପ୍ରଚଳନ କରି ଆସୁଛି । ସୁପ୍ରିମ୍‌ କୋର୍ଟ ତିଳକ ମାର୍ଗରେ ଅବସ୍ଥିତ ଥିଲେ ବି ଏହା ସମଗ୍ର ଦେଶର ସର୍ବୋଚ୍ଚ ଅଦାଲତ । ଏବେ ନିଜ ନିଜ ଘରେ ରହି ଭର୍ଚୁଆଲ୍‌ ଜରିଆରେ ଓକିଲମାନେ ସେମାନଙ୍କ ମାମଲା ଲଢ଼ି ପାରୁଛନ୍ତି । ମାମଲା ଜଣେ ପ୍ରଧାନ ବିଚାରପତି ଭାବେ ମୁଁ ବି ମାମଲା ତାଲିକାଭୁକ୍ତ କରିବା ଲାଗି ପ୍ରଯୁକ୍ତିବିଦ୍ୟା ଗ୍ରହଣ କରିବାକୁ ଚାହୁଁଛି ।

Comments are closed.