ଭୁବନେଶ୍ୱର : ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜରହୋଇଛନ୍ତି ଅର୍ଚ୍ଚନା ନାଗ I ଝାରପଡ଼ା ଜେଲରୁ କଡା ସୁରକ୍ଷା ବ୍ୟବସ୍ଥାରେ ଅଣାଯାଇଥିବା ବେଳେ ବିଷ ଉଦ୍ଗାରିଛନ୍ତି ଅର୍ଚ୍ଚନା I ଘଟଣାର ଅନ୍ୟତମ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା,ସିନେମା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଆଙ୍ଗୁଳି ନିର୍ଦେଶ କରିଛନ୍ତି I
ଅକ୍ଷୟ ପରିଜାଙ୍କ ଠାରୁ ସେ କିଛି ନେଇ ନଥିବା କହିବାସହ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଶ୍ନ ମଧ୍ୟ ପଚାରିଥିବା ଶୁଣିବାକୁ ମିଳିଛି । ଅକ୍ଷୟ ପରିଜାଙ୍କଠାରୁ କେତେ ଟଙ୍କା ନେଇଛ ବୋଲି ପଚାରିବାରୁ ସେ ମନା କରିବା ସହ ଏହି ମାମଲାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଛନ୍ତି ।
ସେହିପରି କୋର୍ଟକୁ ନିଆଯାଉଥିବା ବେଳେ ଅର୍ଚ୍ଚନା କହିଛନ୍ତି ଯେ, ‘କୁଆଡେ ଗଲେ ସୋ-କଲଡ ଭିକ୍ଟିମ ? ମୋତେ ଆର୍ବିଟାରିଲି ଆରେଷ୍ଟ କରାଗଲା । ମୋତେ ଗିରଫ କଲ ଓ ମୋ ପରିବାରକୁ ନଜରବନ୍ଦୀ ରଖାଗଲା । ଶ୍ରଦ୍ଧାଞ୍ଜଳୀ କୁଆଡେ ଗଲା, କାହିଁକ ଆପଣମାନଙ୍କୁ ସାମ୍ନା କରୁନି I ମୁଁ ଚାହୁଛି ସମସ୍ତ ଜିନିଷର ତଦନ୍ତ ହେବା ଦରକାର । ତଦନ୍ତ ହେଲେ ସମସ୍ତ ସତ୍ୟତା ବାହାରକୁ ଆସିବ । ମୋତେ ଏହି ମାମଲାରେ ଫସାଇ ଦିଆଯାଇଛି । କିଏ ଫସାଇଛି ତାହାର ତଦନ୍ତ ଆପଣମାନେ କରନ୍ତୁ ।’
ଅନ୍ୟପଟେ ଶ୍ରଦ୍ଧାଞ୍ଜଳିଙ୍କ ପତ୍ତା ପାଉନି ଇଡି । ବାରମ୍ବାର ସମନ ସତ୍ତ୍ୱେ ଶ୍ରଦ୍ଧାଞ୍ଜଳିଙ୍କ ଠିକଣା ବଦଳି ଯାଇଥିବା ଜଣାପଡିଛି । ଗତକାଲି ଅର୍ଥାତ ରବିବାର ଶ୍ରଦ୍ଧାଞ୍ଜଳିକୁ ଖୋଜିବା ପାଇଁ ଇଡି ପକ୍ଷରୁ ବାଙ୍କି ଚର୍ଚ୍ଚିକା ସାହିରେ ଥିବା ଶ୍ରଦ୍ଧାଞ୍ଜଳିଙ୍କ ବାସଭବନରେ ଚଢାଉ କରିଥିଲା । କିନ୍ତୁ ସେଠାରୁ ଖାଲି ହାତରେ ଫେରିଥିଲା ଇଡି । ଶ୍ରଦ୍ଧାଞ୍ଜଳି ନମିଳିଲେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିପାରେ ଇଡି ବୋଲି ଜଣାପଡିଛି ।
ଆଜି କୋର୍ଟରୁ ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି। କୋର୍ଟଙ୍କ ଅନୁମତି ମିଳିଲେ ଅର୍ଚ୍ଚନାଙ୍କୁ ପୁଣି ଥରେ ଇଡି ଜେରା କରିବ । କେଉଁଠୁ ଆସିଲା ଏତେ ପରିମାଣର ସମ୍ପତ୍ତି ? ସମ୍ପତ୍ତି ଠୁଳ ପଛରେ ଆଉ କାହାର ରହିଛି ହାତ ? ଏତେ ଶୀଘ୍ର କୋଟି କୋଟି ଟଙ୍କାର ମାଲିକାଣି ଅର୍ଚ୍ଚନା ହେଲେ କିପରି ? ଏଭିଳି ଅନେକ ପ୍ରଶ୍ନ କରିବ ଇଡି ।
Comments are closed.