କେ-ଡ୍ରାମା ଦେଖିବାରୁ ୨ ସ୍କୁଲ ଛାତ୍ରଙ୍କୁ ମୃତ୍ୟୁଦଣ୍ଡ

ସିଓଲ : ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗଙ୍କ ଆଉ ଏକ ବର୍ବର କାରନାମା I ଦକ୍ଷିଣ କୋରିଆ ଏବଂ ଆମେରିକୀୟ ଚଳଚ୍ଚିତ୍ର ଦେଖିବା ପାଇଁ ଉତ୍ତର କୋରିଆର ୨ଜଣ ୧୬-୧୭ ବର୍ଷର ହାଇସ୍କୁଲ ପିଲାଙ୍କୁ ସର୍ବ ସମ୍ମୁଖରେ ମିଳିଛି ମୃତ୍ୟୁ ଦଣ୍ଡ I

ଉତ୍ତର କୋରିଆର ଗଣମାଧ୍ୟମ ଇଣ୍ଡିପେଣ୍ଡେଣ୍ଟର ରିପୋର୍ଟ ଅନୁଯାୟୀ, ଉତ୍ତର କୋରିଆରେ,କୋରିଆନ ଡ୍ରାମା’କେ-ଡ୍ରାମା’ ନାମରେ ପରିଚିତ I ଏହି ଡ୍ରାମା ଦେଖିବା କିମ୍ବା ଏହାର ପ୍ରଚାର କରିବା ଉତ୍ତର କୋରିଆରେ ସଂପୂର୍ଣ୍ଣ ଭାବେ ନିଷିଦ୍ଧ । କେ-ଡ୍ରମା ଦେଖିଲେ ଏହାକୁ ଉତ୍ତର କୋରିଆରେ ଅପରାଧ ଭାବେ ବିବେଚନା କରାଯାଏ। ତେବେ ଏହି ଦୁଇ ଜଣ ସ୍କୁଲ ପିଲା ଗତ ଅକ୍ଟୋବରରେ ଉତ୍ତର କୋରିଆର ରିଆଙ୍ଗଗାଙ୍ଗ ପ୍ରଦେଶର ଏକ ସ୍କୁଲ ରେ ଭେଟ ହୋଇଥିଲେ ଏବଂ ଦୁଇ ଜଣ ମିଶି ଏକାଠି ଅନେକଗୁଡିଏ ଦକ୍ଷିଣ କୋରିଆନ ଓ ଆମେରିକୀୟ ଡ୍ରାମା ଦେଖିଥିଲେ । ଏବଂ ଏହାକୁ ବିତରଣ ମଧ୍ୟ କରିଥିଲେ I

ଏକଥା ପ୍ରଶାସନ ଜାଣିବା ପରେ ଉଭୟଙ୍କୁ ହାୟେସନରେ ଥିବା ଏୟାରଫିଲ୍ଡକୁ ନିଆଯାଇଥିଲା। ସେଠାରେ ପୂର୍ବରୁ ଲୋକମାନଙ୍କୁ ଆସିବାକୁ କୁହାଯାଇଥିଲା। ଲୋକମାନଙ୍କ ଉପସ୍ଥିତିରେ ଉଭୟଙ୍କୁ ଗୁଳି କରି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରାଯାଇ ଟାଙ୍ଗି ଦିଆ ଯାଇଥିଲା । ଲୋକମାନଙ୍କୁ ମଧ୍ୟ ଏହି ଘଟଣାକୁ ଦେଖିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ।

ଏହି ଦୁଇ ଛାତ୍ରଙ୍କୁ ହତ୍ୟା ପରେ ଉତ୍ତରକୋରିଆ ସରକାର କିମ୍ ଓନ୍ ଜଙ୍ଗ କହିଛନ୍ତି ଯେ, ଏହି ଛାତ୍ର ୨ ଜଣ ଭୟଙ୍କର ଅପରାଧ କରିଛନ୍ତି । ତେଣୁ ସେମାନଙ୍କୁ ସ୍ଥାନୀୟ ଲୋକଙ୍କ ସାମ୍ନାରେ ମୃତ୍ୟୁଦଣ୍ଡ ଦିଆଯାଇଛି । ଫଳରେ ଅନ୍ୟମାନେ କେବେ ଏଭଳି ଭୁଲ କରିବାକୁ ସାହାସ କରିପାରିବେ ନାହିଁ । ଅକ୍ଟୋବର ମାସରେ ଏହି ଘଟଣା ଘଟିଥିବା ବେଳେ ଏବେ ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇଛି।

ଉତ୍ତର କୋରିଆ ଏକଛତ୍ରବାଦ ଶାସକ କିମ୍ ଓନ୍ ଜଙ୍ଗ ନିଜର ଏକଛତ୍ରବାଦ ଶାସନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । କେତେବେଳେ ପରମାଣୁ ପରୀକ୍ଷଣକୁ ନେଇ ସେ ଚର୍ଚ୍ଚାରେ ରୁହନ୍ତି ତ ଆଉ କେତେବେଳେ କଠୋର ଆଇନ ବ୍ୟବସ୍ଥାକୁ ନେଇ ବର୍ବରତାର ସୀମା ଟପି ଯାଇଥାନ୍ତି I ସେହିପରି ଗତବର୍ଷ ଉତ୍ତର କୋରିଆ ସରକାର ତାଙ୍କ ବାପା କିମ ଜଙ୍ଗ ଦ୍ୱିତୀୟଙ୍କ ଶ୍ରାଦ୍ଧ ବାର୍ଷିକ ପାଇଁ ପୂରା ଦେଶରେ ୧୧ ଦିନ ପାଇଁ ଶୋକସଭା କରିଥିଲେ। ଏହି ସମୟରେ ଲୋକଙ୍କୁ ହସିବା, ଦୋକାନରୁ କିଣାକିଣି କରିବା ଓ ମଦ ପଇବାକୁ ବାରଣ କରାଯାଇଥିଲା।

୨୦୨୦ ରେ, ଦେଶରେ ଲୋକପ୍ରିୟ ହେଉ ଥିବା କୋରିଆନ ଶୋ’କୁ କଡାକଡି କରିବାକୁ ବିଦେଶୀ ସୂଚନା (ଇଣ୍ଟରନେଟ)ଏବଂ ପ୍ରଭାବ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ସେହିପରି ଦକ୍ଷିଣ କୋରିଆ ଶୋ ’ଫ୍ଲାସ ଡ୍ରାଇଭ ମାଧ୍ୟମରେ ଚୋରା ଚାଲାଣ କରାଯାଇଥାଏ ଏବଂ ଜୋରିମାନା, କାରାଦଣ୍ଡ କିମ୍ବା ମୃତ୍ୟୁଠାରୁ ତ୍ରାହି ପାଇବା ପାଇଁ ଦ୍ୱାର ବନ୍ଦ କରି ଦେଖାଯାଏ |

Comments are closed.