ଚେନ୍ନାଇ : ସ୍ଥଳଭାଗ ଛୁଇଁ କ୍ରମଶଃ ଦୁର୍ବଳ ହୋଇଛି ବାତ୍ୟା ମାଣ୍ଡୋସ I ଶୁକ୍ରବାର ରାତିରେ ୧୦.୩୦ ରେ ତାମିଲନାଡୁର ମାମଲାପୁରମ ଠାରେ ସ୍ଥଳଭାଗ ଛୁଇଁ ହୋଇ ଗଭୀର ଅବପାତର ରୂପ ନେଇଥିଲା ବାତ୍ୟା I ପୁଡ୍ଡୁଚେରୀ ଓ ଶ୍ରୀହରିକୋଟା ମଧ୍ୟ ଦେଇ ଘଣ୍ଟାପ୍ରତି ୭୫ କିଲୋମିଟର୍ ବେଗରେ ରାତି ପ୍ରାୟ ୧.୩୦ରେ ତାମିଲନାଡୁ ଅନ୍ତର୍ଗତ ମାଲ୍ଲାପୁରମ୍ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା। ଏହାର ପ୍ରଭାବରେ ପ୍ରବଳ ବର୍ଷା ସହ ପବନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୮୫ କିମି ରହିଥିଲା। ସ୍ଥଳଭାଗ ଛୁଇଁବା ପରେ ବାତ୍ୟା ମେଣ୍ଡୋସ ଏବେ ଉତର-ପଶ୍ଚିମ ଦିଗରେ ଗତି କରୁଛି । ଅତିକ୍ରମ କରିବା ସମୟରେ ଘଂଟା ପ୍ରତି ୫୫ ରୁ ୬୫ କିଲୋମିଟର ବେଗରେ ପବନ ବୋହୁଛି ।
ମIଣ୍ଡୋସ ସ୍ଥଳଭାଗ ଛୁଇଁ ଦୁର୍ବଳ ହେବା ଫଳରେ ଭୀଷଣ ବର୍ଷା ସାଙ୍ଗକୁ ପବନ ଲାଗିରହିଛି Iତିରୁଭାଲୁର, ଚେନ୍ନାଇ, ଚେଙ୍ଗଲାପାଟୁ, କାଂଚିପୁରମ ଜିଲ୍ଲାରେ ଅତିରିକ୍ତ ପ୍ରଭାବ ଅନୁଭୂତ ହେଉଛି I ପ୍ରଶାସନ ପକ୍ଷରୁ ବାତ୍ୟା ଦୁର୍ବଳ ନହେବା ଯାଏଁ ଲୋକଙ୍କୁ ଘରୁ ନାବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ସେପଟେ ଉତର-ତାମିଲନାଡୁ ଓ ଦକ୍ଷିଣଆନ୍ଧ୍ରପ୍ରଦେଶର ଉପକୁଳ ଜିଲ୍ଲାଗୁଡିକରେ ମୁଶଳ ଧାରରେ ବର୍ଷା ସହ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି ।
ବାତ୍ୟା ସ୍ଥଳଭାଗରେ ପ୍ରବେଶ କରି ଦୁର୍ବଳ ହୋଇ ପଡ଼ିବା ସହିତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା କରାଇଛି। ଆଜି ସକାଳ ୫.୩୦ ପର୍ଯ୍ୟନ୍ତ ଚେନ୍ନାଇରେ ୧୧୫.୧ ମିଲିମିଟର୍ ବର୍ଷା ହୋଇଥିବା ରେକର୍ଡ କରାଯାଇଛି।
ସେହିପରି ଦିନ ସାଢ଼େ ୧୧ଟାରୁ ଏହା ଆହୁରି ଦୁର୍ବଳ ହେବ ବୋଲି ପୂର୍ବାନୁମାନ କରିଛି ଆଇଏମଡି । ସାମୁଦ୍ରିକ ଝଡକୁ ଆଖିରେ ରଖି ତାମିଲନାଡୁ, ପୁଡୁଚେରି ଓ ଆନ୍ଧ୍ରପ୍ରଦେଶରେ ରେଡ ଅଲର୍ଟ ଜାରି କରାଯାଇଛି । ଏହି ସବୁ ରାଜ୍ୟର ଉପକୂଳବର୍ତି ଜିଲ୍ଲାଗୁଡିକରେ ସ୍କୁଲ କଲେଜ ବନ୍ଦ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ବାତ୍ୟା ପ୍ରଭାବରେ ଚେନ୍ନାଇରେ ବ୍ୟାପକ କ୍ଷୟ କ୍ଷତି ହୋଇଥିବାର ସୂଚନା ମିଳିଛି I ପ୍ରାୟ ୨୦୦ ଗଛ ଉପୁଡ଼ି ପଡିବା ସହ ରାସ୍ତା ଘଟ ପାଣିରେ ବୁଡି ଯାଇଛି । ପ୍ରଶାସନ ଆଗୁଆ ପଦକ୍ଷେପ ଗ୍ରହଣ କରିଥିବାରୁ ବଡ଼ ବିପତ୍ତି ଟଳିଯାଇଥିବା ଜଣାପଡ଼ିଛି । ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ନିମନ୍ତେ ପ୍ରାୟ ୧୬,୦୦୦ ପୁଲିସ କର୍ମଚାରୀ, ୧୫୦୦ ହୋମ୍ଗାର୍ଡ, ‘ଏସ୍ଡିଆର୍ଏଫ୍’ର ୪୦ଜଣିଆ ଟିମ୍ ଓ ‘ଡିଡିଆର୍ଏଫ୍’ର ୧୨ଟି ଟିମ୍ ମୁତୟନ କରାଯାଇଥିଲା।
Comments are closed.