ବୌଦ୍ଧ: ବାଘ ଚମଡା ର ବେଆଇନ ଡ଼ିଲ ବେଳେ ରାକେଟ୍ କୁ ମାଡି ବସିଛି ଏସ୍ଟିଏଫ୍ I ଏକାଥରକେ କଲରାପତରିଆ ଓ ମହାବଳ ବାଘ ଚମଡା ର ହେଉଥିଲା ଡ଼ିଲ I ମାତ୍ର ୨୦ ଦିନ ବ୍ୟବଧାନରେ ଦ୍ଵିତୀୟ ଥର ପାଇଁ ଏସଟିଏଫ ଜାଲରେ ପଡିଛନ୍ତି ବେପାରୀ I ବୌଦ୍ଧରୁ ମହାବଳ ବାଘର ଚମଡା ଓ ସୋନପୁରରୁ କଲରାପତରିଆ ବାଘ ଚମଡା ଜବତ ହୋଇଛି। ବାଘ ଚମଡ଼ା ଜବତ ସହ ଜଣେ ଦଲାଲ ଗିରଫ ହୋଇଛି। ପ୍ରଥମେ ବୌଦ୍ଧରେ ଧରା ପଡିବା ପରେ, ସୋନପୁରର ବାଘ ଚମଡା ଲିଙ୍କ ଦେଇଥିଲା ଅଭିଯୁକ୍ତ। ମହାବଳ ବାଘ ଚମଡାକୁ ୩୦ ଲକ୍ଷ ଓ କଲରାପତରିଆ ଚମଡାକୁ ୨୫ ଲକ୍ଷ ଟଙ୍କାରେ ଡିଲ ବେଳେ ଧରିଲା ଏସ୍ଟିଏଫ୍। ସେହିପରି ଗତକାଲି ମୟୁରଭଞ୍ଜ ଉଦଳାରୁ ଗତକାଲି ୧୦ ଲକ୍ଷ ଟଙ୍କାରେ ଏକ ମହାବଳ ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ଚାଲିଥିବା ଏସ୍ଟିଏଫ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲା । ଏହାପରେ ସ୍ଥାନୀୟ ଜଙ୍ଗଲ ବିଭାଗ ସହାୟତାରେ ଏସ୍ଟିଏଫ ରେଡ କରି ମହାବଳ ବାଘ ଚମଡ଼ା ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା।
Comments are closed.