ପାଣିରେ ବୁଡି ଚିନ୍ମୟୀଙ୍କ ମୃତ୍ୟୁ :ରିପୋର୍ଟ

ଭୁବନେଶ୍ୱର : ପାଣିରେ ବୁଡିଯିବା ଯୋଗୁଁ ଭିସୁଟ୍‌ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଘଟିଛି I ତାଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟରେ ଏହି ବିଷୟ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି I ବ୍ୟବଚ୍ଛେଦ ରିପୋର୍ଟରେ ବି ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଇଥିଲା । ତେଣୁ ଏହି ଦୁଇ ରିପୋର୍ଟ ର ତଥ୍ୟ ଅନୁସାରେ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଜଣ ପଡିଛି I ବର୍ତ୍ତମାନ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି। ତେବେ ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ସେ ଦିଗରେ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ତାଙ୍କ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ସନ୍ଦେହ କରିଥିଲେ ତାଙ୍କ ବାପାମା’ । ସନ୍ଦେହ ଘେରରେ ଥିବା ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତମାନ ଦେଙ୍କୁ ପଚରାଉଚାର କରି ଜାମିନରେ ଛାଡି ଦେଇଛି ପୁଲିସ୍‌ । ତେବେ ବ୍ୟଚ୍ଛେଦ ରିପୋର୍ଟ ତଥା ଡାଏଟମ୍ ରିପୋର୍ଟରେ ସନ୍ତୁଷ୍ଟ ନ ଥିବା ଚିନ୍ମୟୀଙ୍କ ମା’ ନ୍ୟାୟ ପାଇଁ ହାଇକୋର୍ଟକୁ ଯିବୁ ବୋଲି କହି ସାରିଛନ୍ତି।

Comments are closed.