ବିଜେପି ଛାଡ଼ିଲେ ବରିଷ୍ଠ ନେତା ଲକ୍ଷ୍ମଣ ସାବଦୀ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ବିଜେପି ଗତକାଲି ଏହାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିବା ସହ ବିଜେପିରେ ବିଦ୍ରୋହ ବଢ଼ିଛି । ଦଳର ବରିଷ୍ଠ ନେତାମାନେ ଏବେ ଦଳକୁ ବିରୋଧ କରିବା ଆରମ୍ଭ କରିଛନ୍ତି। ବିଜେପିର ଜଣେ ବରିଷ୍ଠ ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଲକ୍ଷ୍ମଣ ସବାଦୀଙ୍କୁ ବିଜେପି ଦଳରୁ ଟିକେଟ୍ ନିମିଳିବାରୁ ସେ ଆଜି ଦଳ ଛାଡ଼ି ଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ଲକ୍ଷ୍ମଣ କଂଗ୍ରେସ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେ ଖୁବ୍ଶୀଘ୍ର କଂଗ୍ରେସରେ ଯୋଗ ଦେଇପାରନ୍ତି। ଲକ୍ଷ୍ମଣ ସବାଦୀ ହେଉଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ଘନିଷ୍ଠ ସହଯୋଗୀ ଏବଂ ବିଶ୍ବସ୍ତ। ରାଜ୍ୟରେ ସେ ଜଣେ ସବୁଠୁ ଶକ୍ତିଶାଳୀ ଲିଙ୍ଗାୟତ ନେତା। ଅନ୍ୟପକ୍ଷେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ଶେଟ୍ଟାର ମଧ୍ୟ ବିଜେପିର ପ୍ରଥମ ତାଲିକାରୁ ବାଦ୍ ପଡ଼ିଛନ୍ତି। ଜଗଦୀଶ କହିଛନ୍ତି, ଦଳ ତାଙ୍କୁ ଟିକେଟ ନଦେଲେ ସେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିୀବେ। ଅନ୍ୟପକ୍ଷେ ପ୍ରାର୍ଥୀ ତାଲିକା ଆସିବା ପୂର୍ବରୁ କର୍ଣ୍ଣାଟକର ଅନ୍ୟ ଜଣେ ବରିଷ୍ଠ ନେତା କେଏସ୍ ଈଶ୍ବରପ୍ପା ଗତକାଲି ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ।

Comments are closed.