ବଢ଼ିଲା ସଂକ୍ରମଣ ର ଭୟ ,ହସ୍ପିଟାଲ ଗୁଡିକରେ ନୋ ମାସ୍କ ନୋ ଏଣ୍ଟ୍ରି

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ଉର୍ଧ୍ବମୁଖୀ ହେଉଛି କରୋନା ସଂକ୍ରମଣ I ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୫୪୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି I ବଢୁଥିବା ସଂକ୍ରମଙ୍କୁ ଦୃଷ୍ଟିରେ ରଖି ରାଜ୍ୟରେ ବର୍ତ୍ତମାନ କରୋନା ଟେଷ୍ଟିଂକୁ ବୃଦ୍ଧି କରାଯାଇଥିବା ବେଳେ ରାଜ୍ୟ ସରକାର ହସ୍ପିଟାଲରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି। ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ମାସ୍କ ବ୍ୟବହାର ପାଇଁ ପରାମର୍ଶ ଦେଇଛନ୍ତି ସରକାର। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ମେଡିକାଲର ସହ ସ୍ୱାସ୍ଥ୍ୟକର୍ମୀ ଓ ସମସ୍ତ ହସ୍ପିଟାଲ ଅଧିକାରୀଙ୍କୁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୋଟ୍‌ ୫ହଜାର ୯୩୧ କୋଭିଡ୍‌ ଟେଷ୍ଟ ହୋଇଛି । ଏମାନଙ୍କ ମଧ୍ୟରୁ ଗତକାଲି ୩୮୨ ଓ ଆଜି ୧୯୩ ପଜିଟିଭ୍ କେସ୍ ଚିହ୍ନଟ ହୋଇଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର କହିଛନ୍ତି, ରାଜ୍ୟରେ କୋଭିଡ ସଂକ୍ରମଣ ସାମାନ୍ୟ ଉର୍ଦ୍ଧ୍ବ ମୁଖି ରହିଛି । ଏଥିପାଇଁ ସମସ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କର୍ମଚାରୀ ମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପଟେ ଦେଶରେ ୮ଟି ରାଜ୍ୟ‌ରେ କୋଭିଡ୍‌ ସଂକ୍ରମଣ ବଢ଼ିବା ସହ ପଜିଟିଭ ହାର ବଢ଼ୁଥିବାରୁ କେନ୍ଦ୍ର ସରକାର ଉକ୍ତ ୮ଟି ରାଜ୍ୟକୁ କ‌ରୋନା ସ୍ଥିତି ଉପରେ କଡ଼ା ନଜର ରଖିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ ଗତ ୨୪ ‌ଘଣ୍ଟାରେ ୭,୧୭୮ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମଙ୍ଗଳବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୮,୯୯,୧୬୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୪,୪୩,୦୧,୮୬୫। ସମ୍ପ୍ରତି ଦେଶରେ ସୁସ୍ଥତା ହାର ୯୮.୬୭% ରହିଛି।

Har Ghar Tiranga