ଆଜିକାଲି ଫିଟ୍ ରହିବା ପାଇଁ ସମସ୍ତେ ୱାର୍କଆଉଟ୍ କରୁଛନ୍ତି । ୱାର୍କଆଉଟ୍ କରିବାଦ୍ୱାରା ଆପଣଙ୍କର ହାଡ ସହ ମାଂସପେଶୀ ଶକ୍ତ ଓ ଟାଇଟ୍ ହୋଇଥାଏ। ହେଲେ ବେଳେବେଳେ ୱାର୍କଆଉଟ୍ ପରେ ଆମ ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ପ୍ରଥମେ ପ୍ରଥମେ ଏକ୍ସରସାଇଜ୍ କରିବା ଦ୍ୱାରା ଏଭଳି ଅସୁବିଧା ଦେଖାଯିବାର ଆଶଙ୍କା ବେଶି ଥାଏ । ତେବେ କିଛିଟା ଛୋଟଛୋଟ ଟ୍ରିକ ରହିଛି, ଯାହାକୁ ଫଲୋ କରିବା ଦ୍ୱାରା ଆମେ ଏହି ଯନ୍ତ୍ରଣାରୁ ବଞ୍ଚିପାରିବା ।
– ଏହାର ପ୍ରାଥମିକ ଉପଚାର ହେଉଛି ବିଶ୍ରାମ ନେବା । ଯଦି ଏହି ଯନ୍ତ୍ରଣାକୁ କମାଇବାକୁ ଚାହୁଁଛନ୍ତି ତେବେ ୱାର୍କଆଉଟ୍ ପରେ ନିଜର ମାଂଶପେଶୀକୁ ବିଶ୍ରାମ ଦିଅନ୍ତୁ । ବିଶ୍ରାମ ଦେବା ଦ୍ୱାରା ମାଂଶପେଶୀ ଯନ୍ତ୍ରଣା କିଛି ମାତ୍ରାରେ କମ ହୋଇଥାଏ ।
– ୱାର୍କଆଉଟ ପରେ ଧୀରେଧୀରେ ହାତ ହେଉ କିମ୍ବା ଗୋଡକୁ ଷ୍ଟ୍ରେଚ କରନ୍ତୁ । ଏପରି କରିବା ଦ୍ୱାରା ମସଲମାନଙ୍କର ଫ୍ଲେକ୍ସିବିଲିଟି ବଢିଥାଏ । ଏହାସହିତ ମାଂସପେଶୀରେ ରକ୍ତ ସଞ୍ଚାଳନ ମଧ୍ୟ ବଢିଥାଏ । ଏହାଦ୍ୱାରା ଯନ୍ତ୍ରଣାରୁ ଉପଶମ ମିଳିଥାଏ ।
– ଫୁଲିଥିବା କିମ୍ବା ଦରଜ ଲାଗୁଥିବା ସ୍ଥାନରେ ବରଫ ଓ ଗରମ ପାଣିର ସେକ ଦେଇପାରିବେ । ବରଫ ଫୁଲା କମାଉଥିବାବେଳେ ଗରମ ସେକ ବ୍ଲଡ ଫ୍ଲୋ ବଢାଇଥାଏ ।
– ଏହି ସମୟରେ ମସାଜ୍ର ସାହାଯ୍ୟ ନେଇପାରିବେ । ଏକ ଭଲ ମସାଜ୍ ମଧ୍ୟ ୱାର୍କଆଉଟ୍ ପରର ଯନ୍ତ୍ରଣାରୁ ଆପଣଙ୍କୁ ମୁକ୍ତି ଦେବ । ମସାଜ ଦ୍ୱାରା ମାଂଶପେଶୀ ରିଲାକ୍ସ ହେବାସହ ବ୍ଲଡ ଫ୍ଲୋ ବଢିଥାଏ ।
– ଏହି ସମୟରେ ନିଜକୁ ହାଇଡ୍ରେଟ ରଖିବାକୁ ଚେଷ୍ଟା କରନ୍ତୁ । ସେଥିପାଇଁ ଅଧିକ ପାଣି ପିଅନ୍ତୁ । ତେବେ ଆପଣଙ୍କ ଯନ୍ତ୍ରଣା ଯଦି ଅଧିକଦିନ ପର୍ଯ୍ୟନ୍ତ ଲାଗି ରହୁଛି, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I
Comments are closed.