ମନସୁନ୍‌ ସତର୍କତା

ମନସୁନ ଆସିଲେ ଲୋକମାନେ ଗରମରୁ ମୁକ୍ତି ପାଆନ୍ତି ହେଲେ ଏହାସହ ଏହି ସମୟରେ ଅନେକ କିଛି ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥାଏ। ଏହି ଦିନେ ଆମକୁ ଆମ ଦେହର ଅଧିକ ଯନି ନେବାକୁ ହୋଇଥାଏ । ବିଶେଷ ଭାବେ ଏହି ଦିନେ ଖାଦ୍ୟପେୟର ଅଧିକ ଧ୍ୟାନ ଦେବାକୁ ପଡିଥାଏ । ବର୍ଷାଦିନେ ଆମର ପାଚନ ତନ୍ତ୍ରର କାର୍ଯ୍ୟକ୍ଷମତା ଏହିଦିନେ କମିଯାଏ । ମନସୁନ୍‌ ସମୟରେ ଖାଦ୍ୟ ହଜମ ହେବାକୁ ସମୟ ଲାଗିଥାଏ, ତେଣୁ ଏହିଦିନେ ସାଦାସିଧା ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି । ଏହି ଦିନେ କେତେକ ଖାଦ୍ୟ ରହିଛି ଯାହାକୁ ଖାଇବା ଦ୍ୱାରା ଆମର ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏହି ଖାଦ୍ୟ ଗରିଷ୍ଠ କିମ୍ବା ବିଭିନ୍ନ ବ୍ୟାକେଫରିଆ କାରଣରୁ ସଂକ୍ରମିତ ହୋଇଥାନ୍ତି, ଯାହା ଆମର ପେଟ ସମସ୍ୟା ବଢାଇବା ସହିତ ବିଭିନ୍ନ ରୋଗ କରାଇଥାଏ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ବିଷୟରେ ।

ପତ୍ର ଜାତୀୟ ପରିବା

spinach

ଏହି ଦିନେ ପତ୍ରଜାତୀୟ ପରିବା ଠାରୁ ଦୂରରେ ରୁହନ୍ତୁ । ପତ୍ରଜାତୀୟ ପରିବା ଅର୍ଥାତ କୋବି, ଶାଗ, ପାଳଙ୍ଗ ଆଦି ଖାଇବାରୁ ନିବୃତ୍ତ ରୁହନ୍ତୁ । ଏଥିରେ ବର୍ଷାଦିନେ ବିଭିନ୍ନ ପ୍ରକାରର ବ୍ୟାକେଫରିଆ ଓ ପୋକ ରହିବାର ସମ୍ଭାବନା ଥାଏ । ତେଣୁ ଏଗୁଡିକୁ ଖାଇଲେ ପେଟ ଖରାପ ହେବାର ସମ୍ଭାବନା ବଢିଯାଏ । ସେହିଭଳି ଏଗୁଡିକ ହଜମ ହୋଇନଥାଏ ଏବଂ ବାନ୍ତି ହେବା ସହିତ ପେଟ ଖରାପ ହେବାର ସମ୍ଭାବନା ରହିଥାଏ । ତେଣୁ ଏଭଳି ଖାଦ୍ୟ ଠାରୁ ମନସୁନରେ ଦୂରରେ ରହିବା ପାଇଁ ଏକ୍ସପର୍ଟମାନେ ପରାମର୍ଶ ଦେଇଥାଆନ୍ତି ।

ମସଲା ଜାତୀୟ ଖାଦ୍ୟ

ମନସୁନ ଆସିଲେ ବର୍ଷା କାରଣରୁ ଚଟପଟା ଖାଇବା ପାଇଁ ଇଚ୍ଛା ହୋଇଥାଏ । ହେଲେ ଏହି ଦିନେ ଏହି ଚଟପଟା ଖାଦ୍ୟ ଆମ ପାଇଁ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହି ଦିନେ ମସଲା ଓ ତେଲରେ ଭଜା ଯାଇଥିବା ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ । ଏଭଳି ଭୋଜନ ଆମ ଶରୀରରେ ଫ୍ୟାଟ୍‌ର ମାତ୍ରାକୁ ବଢାଇଥାଏ । ଯାହା ଆମପାଇଁ କ୍ଷତିକାରକ ହୁଏ । ବର୍ଷାପାଗ ପାଇଁ ଏହି ଦିନେ ପକୋଡି, ବରା ଆଦି ଛଣାଛଣି ଖାଇବାକୁ ଇଚ୍ଛା ହୁଏ । ହେଲେ ଏଗୁଡିକ ଖାଇବା ଦ୍ୱାରା ଆମର ବିଭିନ୍ନ ପେଟ ରୋଗ ଯେପରି ଡାଇରିଆ, ଫୁଡ ପଏଜନ୍‌ ଆଦି ହେବାର ସମ୍ଭାବନା ରହିଛି । ତେଣୁ ଏହି ଦିନେ ଏଭଳି ତେଲ ମସଲା ଖାଦ୍ୟ ଠାରୁ ଦୂରରେ ରୁହନ୍ତୁ ।

ଛତୁ

ବର୍ଷା ଦିନେ ଛତୁ ଖାଇବା କମାନ୍ତୁ । ଏହା ସିଧାସଳଖ ମାଟିର ସଂସ୍ପର୍ଶରେ ଆସୁଥିବାରୁ ଏଥିରେ ବ୍ୟାକେଫରିଆ ସଂକ୍ରମଣ ହେବାର ସମ୍ଭାବନା ରହିଥାଏ । ତେଣୁ ଏହାକୁ ମନସୁନରେ ଖୁବ୍‌ କମ୍‌ ଖାଆନ୍ତୁ । ଯଦି ଏହାକୁ ଖାଉଛନ୍ତି ତେବେ ଭଲକରି ସଫା କରି ରାନ୍ଧି ଖାଆନ୍ତୁ ।

ଦହି

ଏହି ଦିନେ ଅଧିକ ଦହି ଖାଇବାରୁ ମଧ୍ୟ ଦୂରରେ ରୁହ;ୁ । ଏଥିରେ ଥିବା ବ୍ୟାକେଫରିଆ ଆପଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପକାଇପାରନ୍ତି । ତେଣୁ ମନସୁନ ସିଜିନରେ ଦହି ଖାଇବା କମାନ୍ତୁ । ଯଦି ବି ଦହି ଖାଉଛନ୍ତି ତେବେ ମାତ୍ରା କମ କରି ଖାଆ;ୁ । ଯେପରି ଏହା ଆପଣଙ୍କର କିଛି କ୍ଷତି ନକରିବ ।

ସି’ ଫୁଡ୍‌

ସି’ ଫୁଡ୍‌ କାହାକୁ ଭଲ ନଲାଗେ । ଏହା ଖାଇବାକୁ ବେଶ ସ୍ୱାଦିଷ୍ଟ ହୋଇଥାଏ । ହେଲେ ମନସୁନ ସମୟରେ ସି’ ଫୁଡ୍‌ ଯେପରି ବିଭିନ୍ନ ମାଛ, କଙ୍କଡା, ଚିଙ୍ଗୁଡି ଆଦି ଖାଇବାରୁ ନିବୃତ୍ତ ରୁହନ୍ତୁ । ଏହି ସମୟରେ ମାଛ ମାନଙ୍କର ପ୍ରଜନନର ସମୟ ହୋଇଥାଏ, ତେଣୁ ଏହି ସମୟରେ ସେମାନଙ୍କୁ ଖାଇବା ଦ୍ୱାରା ଆମର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବାର ସମ୍ଭାବନା ରହିଥାଏ । ଏହି ସମୟରେ ସି’ ଫୁଡ୍‌ ଅଧିକ ମାତ୍ରା କିମ୍ବା ଅଧିକ ଥର ଖାଇଲେ ଫୁଡ୍‌ ପଏଜନିଂ ହେବାର ସମ୍ଭାବନା ବଢିଥାଏ । ତେଣୁ ଏହି ଦିନେ ସି’ ଫୁଡ୍‌ ଖାଇବାର ମାତ୍ରା କମାନ୍ତୁ ।

ଆମିଷ
ମନସୁନ୍‌ ସତର୍କତା

ବର୍ଷାଦିନେ ଆମର ପାଚନ ତନ୍ତ୍ର ଦୁର୍ବଳ ହୋଇଯାଏ । ଏହାର କାର୍ଯ୍ୟକ୍ଷମତା କମିଥାଏ । ତେଣୁ ଆମେ ଖାଉଥିବା ଖାଦ୍ୟ ସହଜରେ ହଜମ ହୋଇନଥାଏ, ତେଣୁ ଏହିଦିନେ ଅଧିକ ଗରିଷ୍ଠ ଖାଦ୍ୟ ଖାଇବା ଦ୍ୱାରା ଏହା ହଜମ ହେବାକୁ କଷ୍ଟ ହୋଇଥାଏ । ଏହିଦିନେ ଆମିଷ ଖାଦ୍ୟଠାରୁ ଟିକେ ଦୂରରେ ରୁହନ୍ତୁ । ଯେତେ ସମ୍ଭବ ଘରର ସାଦାସିଧା ଖାଦ୍ୟ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କର ପାଚନ ତନ୍ତ୍ର ଠିକ୍‌ ରହିବା ସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରୁହେ ।

Comments are closed.