ଲିପ୍‌ଷ୍ଟିକ୍‌ର ଭିନ୍ନ ବ୍ୟବହାର

ସୁନ୍ଦର ଦେଖାଯିବା ପାଇଁ ସମସ୍ତେ ଚାହାନ୍ତି । ତେଣୁ ସମସ୍ତେ ନିଜ ନିଜ ପାଖରେ ମେକଅପ୍‌ର ଭଲ କଲେକ୍ସନ୍‌ ମଧ୍ୟ ରଖିଥାଆନ୍ତି । ମାତ୍ର କସ୍‌ମେଟିକ୍ସଗୁଡିକର ଦର ଅଧିକ ହୋଇଥିବାରୁ ସମସ୍ତଙ୍କ ପାଖରେ ସବୁ ଜିନିଷ ଉପଲବ୍ଧ ନଥାଏ । କୌଣସି ଫଙ୍କସନ୍‌କୁ ଯିବାକୁ ହେଲେ ମହିଳାମାନେ ଘରେ ପ୍ରସ୍ତୁତ ହୋଇ ଯିବା ପାଇଁ ଚାହାନ୍ତି । ମାତ୍ର ମେକଅପ୍‌ର ସବୁ ସାମଗ୍ରୀ ନଥିବାରୁ ତାହା ସମ୍ଭବ ହୋଇପାରେ ନାହିଁ । ମାତ୍ର ଲିପ୍‌ଷ୍ଟିକ୍‌ ଆପଣଙ୍କର ଏହି ଇଚ୍ଛାକୁ ପୂରା କରିବାରେ ସହାୟକ ହେବ । କେବଳ ଓଠରେ ନୁହେଁ, ବରଂ ଅନ୍ୟ ପାର୍ଟରେ ବି ଏହାକୁ ବ୍ୟବହାର କରିପାରିବେ । ଆସନ୍ତା ଜାଣିବା ଓଠ ବ୍ୟତୀତ କେଉଁ କେଉଁ ସ୍ଥାନରେ ଲିପ୍‌ଷ୍ଟିକ୍‌ର ବ୍ୟବହାର କରାଯାଏ ।

ଆଇଶାଡୋ- ଯଦି ଆପଣଙ୍କ ନିକଟରେ ଆଇଶାଡୋ ନାହିଁ ଏବଂ ଆପଣ ଜଲ˜ି ଜଲ˜ିରେ କେଉଁଠିକୁ ବାହାରିଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । କାରଣ ଆଇଶାଡୋ ବଦଳରେ ଆପଣ ଲିପ୍‌ଷ୍ଟିକ୍‌ ବ୍ୟବହାର କରିପାରିବେ । ଲାଲ୍‌ କିମ୍ବା ଗୋଲାପି ରଙ୍ଗର ଆଇଶାଡୋ ସମସ୍ତ ଗେଟଅପ୍‌କୁ ମାନିଥାଏ । ତେଣୁ ଏହି ରଙ୍ଗର ଲିପ୍‌ଷ୍ଟିକ୍‌କୁ ହାଲୁକା ଭାବେ ଆଖି ପତାରେ ଲଗାନ୍ତୁ । ଏହା ଆପଣଙ୍କ ଗେଟ୍‌ଅପ୍‌କୁ ସମ୍ପୂର୍ଣ୍ଣ କରିବା ସହିତ ସୁନ୍ଦର ଦେଖାଯିବାରେ ସାହାଯ୍ୟ କରିବ ।

କଣ୍ଟୋରିଂ- ଚେହେରାକୁ ସୁନ୍ଦର ଓ ସଠିକ୍‌ ଆକାର ଦେବା ଲାଗି କଣ୍ଟୋରିଂର ଆବଶ୍ୟକ ପଡିଥାଏ । ଦୁର୍ଭାଗ୍ୟବଶତଃ ଯଦି ଆପଣଙ୍କ ନିକଟରେ କଣ୍ଟୋରିଂ ନାହିଁ ତେବେ ଲିପ୍‌ଷ୍ଟିକ୍‌କୁ ଏହା ବଦଳରେ ବ୍ୟବହାର କରିପାରିବେ । କିଛି ଗାଢା ରଙ୍ଗର ଲିପ୍‌ଷ୍ଟିକ୍‌କୁ ବ୍ରସ୍‌ ସାହାଯ୍ୟରେ ପ୍ରଥମେ ମୁହଁରେ ଲଗାଇ ପରେ ସେଟ୍‌ କରନ୍ତୁ ।

ବ୍ଲସ୍‌- ମୁହଁରେ ରେଡ୍‌ନେସ୍‌ ଆଣିବା ପାଇଁ ବ୍ଲସ୍‌ର ବ୍ୟବହାର କରାଯାଏ । ବ୍ଲସ୍‌ ନଥିଲେ ଲିପ୍‌ଟିଣ୍ଟ୍‌ ସାହାଯ୍ୟରେ ଏହାକୁ ଲଗାଇପାରିବେ । ଏହା ଆପଣଙ୍କ ମେକ୍‌ଅପ୍‌କୁ ପୂର୍ଣ୍ଣ କରିବ । ନାଚୁରାଲ୍‌ ଲୁକ୍‌ ପାଇବାକୁ ଚାହୁଁଥିଲେ ଫାଉଣ୍ଡେସନ୍‌ ରେ ଗୋଲାପି ରଙ୍ଗର ଅଳ୍ପ ଲିପ୍‌ଟିଣ୍ଟ୍‌ ମିଶାଇ ମୁହଁରେ ଲଗାନ୍ତୁ । ଆପଣଙ୍କ ତ୍ୱଚା ନାଚୁରାଲ୍‌ ଲାଗିବା ସହିତ ଗୋଲାପି ଗୋଲାପି ଦେଖାଯିବ ।

ସିନ୍ଦୁର- ବିବାହିତା ମହିଳାଙ୍କ ପାଇଁ ସିନ୍ଦୁର ବହୁ ଗୁରୁତ୍ୱପୂର୍ଣ୍ଣ ଥାଏ । ଏହା ସେମାନଙ୍କ ଲୁକ୍‌କୁ ପୂର୍ଣ୍ଣ କରେ । ଯଦି ଜଲ୍ଦି ଜଲ୍ଦିରେ ଆପଣ ସିନ୍ଦୁର ଲଗାଇବାକୁ ଭୁଲି ଯାଇଛନ୍ତି ତେବେ ଲିପ୍‌ଷ୍ଟିକ୍‌କୁ ସିନ୍ଦୁର ଭଳି ସିନ୍ଥିରେ ଲଗାଇପାରିବେ । ଷ୍ଟିକ୍‌ କିମ୍ବା ଇଅର୍‌ବଡ୍‌ ସାହାଯ୍ୟରେ ଏହାକୁ ଲଗାଇପାରିବେ ।

Comments are closed.