ଡିଭାଇଡ଼ରକୁ ଧକ୍କା ଦେଲା ସ୍କୋର୍ପିଓ,ଚାଳକ ମୃତ

କରଞ୍ଜିଆ : ଘଟିଲା ବଡ଼ ଅଘଟଣ I ଭାରସାମ୍ୟ ହରାଇ ଏକ ସ୍କୋର୍ପିଓ ପୋଲର ଡିଭାଇଡ଼ରରେ ଧକ୍କା ଦେବା ଫଳରେ ଚାଳକଙ୍କ ମୃତ୍ୟୁ ହୋଇଛି I
ସୂଚନାନୁଯାୟୀ,ଘଟଣାଟି କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲା ସୀମାନ୍ତ ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ବୈତରଣୀ ପୋଲ ନିକଟରେ ଘଟିଛି I ଏକ ସ୍କୋର୍ପିଓ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ପୋଲର ଡିଭାଇଡ଼ରରେ ଧକ୍କା ଦେବା ଫଳରେ ଘଟଣା ସ୍ଥଳରେ ଚାଳକଙ୍କ ମୃତ୍ୟୁ ହୋଇଛି I ମୃତକ ହେଲେ ଯାଜପୁର ଜିଲ୍ଲା କୁଆଖିଆ ଥାନା ଗୋପୀନାଥପୁର ଗ୍ରାମର ଜୁଲ ଫିକ୍କର I ସେ ମୁର୍ଗାପାଟ ରଏକ ହୋଟେଲ କରି ରହୁଥିଲେ I ଆଜି ସେ ଯାଜପୁର ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା I ଘଟଣା ସ୍ଥଳରେ ଚଢେଇଭୋଳ ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ କରୁଛି I

Comments are closed.