ବୟସ ବଢିବା ସାଙ୍ଗକୁ ଆମ ତ୍ୱଚାର ଉଜ୍ଜ୍ୱଳତା ମଧ୍ୟ ଧୀରେଧୀରେ କମିବାକୁ ଲାଗିଥାଏ । ମାତ୍ର ଏହି ବୟସରେ ବି ମହିଳାମାନେ ସୁନ୍ଦର ତଥା ଉଜ୍ଜ୍ୱଳ ଦେଖାଯିବା ପାଇଁ ଚାହæôନ୍ତି । ତେଣୁ ଯଦି ଆପଣ ଆପଣଙ୍କ ତ୍ୱଚାର ସଠିକ୍ ରୂପେ ଯନି ନେବା ସହିତ ଏହି ପରିବର୍ତ୍ତନକୁ ନିୟନ୍ତ୍ରଣାଧୀନ ରଖିବାକୁ ଚାହୁଁଛନ୍ତି ତେବେ କିଛି ଟିପ୍ସକୁ ଆପଣାନ୍ତୁ, ଯାହା ଆପଣଙ୍କ ତ୍ୱଚାକୁ ସର୍ବଦା ସତେଜ୍ ଏବଂ ଉଜ୍ଜ୍ୱଳ ରଖିବାରେ ସହାୟକ ହେବ ।
-ପ୍ରଥମେ ସୂର୍ଯ୍ୟକିରଣ ଠାରୁ ନିଜ ତ୍ୱଚାକୁ ସୁରକ୍ଷିତ ରଖନ୍ତୁ । ଏଥିରେ ଥିବା କ୍ଷତିକାରକ ଅତିବାଇଗଣୀ ରଶ୍ମି ଠାରୁ ନିଜ ତ୍ୱଚାକୁ ସୁରକ୍ଷିତ ରଖିବା ଲାଗି ସର୍ବଦା ଏସ୍ପିଏଫ୍ ସନ୍ସ୍କ୍ରିନ୍ ଲଗାନ୍ତୁ । ବିଶେଷକରି ଘରୁ ବାହାରକୁ ବାହାରିବା ସମୟରେ ସନ୍ସ୍କ୍ରିନ୍ର ବ୍ୟବହାର କରନ୍ତୁ । ଏହା ତ୍ୱଚାକୁ ସୂର୍ଯ୍ୟକିରଣ ଠାରୁ ମୁକ୍ତି ଦେବ ।
-ବୟସ ବଢିବା ସାଙ୍ଗକୁ ତ୍ୱଚାରେ ଶୁଷ୍କପଣ ଦେଖାଯାଇଥାଏ । ତେଣୁ ତ୍ୱଚାକୁ ସବୁବେଳେ ମଶ୍ଚରାଇଜ୍ କରନ୍ତୁ । ମଶ୍ଚରାଇଜର୍ କିଣିବା ସମୟରେ ନିଜ ସ୍କିନ୍ ଟାଇପ୍ ଏବଂ କ୍ୱାଲିଟି ଉପରେ ବିଶେଷ ଧ୍ୟାନ ଦିଅନ୍ତୁ ।
-ସର୍ବଦା ଉପଯୁକ୍ତ ଫେସ୍ୱାସ୍ ଓ କ୍ରିମ୍ ଲଗାନ୍ତୁ । ଏହାଦ୍ୱାରା ଆପଣ ରିଆକ୍ସନ୍ର ଶିକାର ହେବାରୁ ବଞ୍ଚିବେ ଏବଂ ଆପଣଙ୍କର ତ୍ୱଚା ମଧ୍ୟ ନଷ୍ଟ ହେବନାହିଁ ।
-ସଠିକ୍ ଖାଦ୍ୟ ଖାଆନ୍ତୁ ବେଂ ପ୍ରଚୁର ପରିମାଣର ପାଣି ପିଅନ୍ତୁ । କାରଣ ଏହା ଆପଣଙ୍କର ସ୍ୱାସ୍ଥ୍ୟ ସହିତ ତ୍ୱଚାକୁ ମଧ୍ୟ ବିଭିନ୍ନ ସମସ୍ୟାରୁ ସୁରକ୍ଷା ପ୍ରଦାନ କରିବ । ତେଣୁ ନିଜ ଡାଏଟ୍ରେ ଫଳ, ପନିପରିବା ସମେତ ବିଭିନ୍ନ ଖାଦ୍ୟଶସ୍ୟ ଏବଂ ପ୍ରୋଟିନକୁ ସାମିଲ କରନ୍ତୁ । କ୍ଷତିକାରକ ଖାଦ୍ୟ ପଦାର୍ଥରୁ ଦୂରେଇ ରୁହନ୍ତୁ ।
-ଉଜ୍ଜ୍ୱଳ ତ୍ୱଚା ପାଇବାକୁ ଚାହୁଁଥିଲେ ତ୍ୱଚାର ସଫେଇ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତୁ । ଏନେଇ ଆପଣଙ୍କ ସ୍କିନ୍କୁ ଦିନକୁ ଦୁଇଥର ଲେଖାଏଁ ସଫା କରନ୍ତୁ । ଏଥିପାଇଁ ଆପଣ ଗରମ ପାଣି ପରିବର୍ତ୍ତେ ଥଣ୍ଡା ପାଣି ବ୍ୟବହାର କରିପାରିବେ ।
![Har Ghar Tiranga](https://samayalive.in/wp-content/uploads/2025/01/Odia.jpeg)