ଥିରୁଅନନ୍ତପୁରମ : କେରଳର କୋଚିରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଦିନ ଏକ ଦୁର୍ଘଟଣାରେ ୨ ଡାକ୍ତରଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୩ ଜଣ ଆହତ ହୋଇଛନ୍ତି। ଅଦ୍ବୈତ (୨୯) ଏବଂ ଅଜମଲ (୨୯) ଉଭୟ ଏକ ଘରୋଇ ହସ୍ପିଟାଲରେ କାର୍ଯ୍ୟ କରନ୍ତି। ଗତକାଲି ଭୋର୍ ୧୨.୩୦ ସମୟରେ ହୋଇଥିବା ଦୁର୍ଘଟଣାରେ ସେମାନଙ୍କର ମୃତ୍ୟୁ ହୋଇଛି। ମିଳିଥିବା ସୂଚନାନୁଯାୟୀ ସେମାନେ କୋଡ଼ୁଙ୍ଗଲ୍ଲୁରକୁ ଫେରୁଥିଲେ ଏବଂ ବାଟ ଜାଣିବାପାଇଁ ସେମାନେ ଗୁଗ୍ଲ ମ୍ୟାପ ବ୍ୟବହାର କରିଥିଲେ। ନଦୀକୁ ଏକ ପାଣି ଭର୍ତ୍ତି ରାସ୍ତା ଭାବି ସେମାନେ ଗାଡ଼ି ଚଳାଇଥିଲେ ଏବଂ କାର୍ ବୁଡ଼ିବା ଆରମ୍ଭ କରିଥିଲା। ଡାକ୍ତର ଅଦ୍ବୈତ ଏବଂ ଅଜମଲ କାର୍ରୁ ବାହାରି ପାରିନଥିଲେ। ଅନ୍ୟ ୩ ଜଣଙ୍କୁ କାରରୁ ଉଦ୍ଧାର କରାଯାଇଥିଲା। ଖବର ପାଇ ସ୍ଥାନୀୟ ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ। କର୍ତ୍ତୃପକ୍ଷ ମଧ୍ୟ ଘଟଣାସ୍ଥଳକୁ ଏକ ସ୍କୁବା ଡାଇଭିଙ୍ଗ ଟିମ୍ ପଠାଇଥିଲେ। ସ୍ଥାନୀୟ ଲୋକଙ୍କ ଦ୍ବାରା କାର୍ରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିଲା। ଦୁର୍ଘଟଣା ସମୟରେ ପ୍ରବଳ ବର୍ଷା ହେଉଥିଲା। ସେମାନେ ଗୁଗ୍ଲ ମ୍ୟାପ ବ୍ୟବହାର କରୁଥିଲେ। କିନ୍ତୁ ସେମାନେ ମ୍ୟାପ୍ର ନିର୍ଦ୍ଦେଶରେ ନଯାଇ ବୋଧହୁଏ ଭୁଲ୍ ବାଟରେ ଯିବାରୁ ଏଭଳି ଦୁର୍ଘଟଣା ହୋଇଥିବା କୁହାଯାଉଛି।
Comments are closed.