ଖୁବ୍ଶୀଘ୍ର ଚନ୍ଦ୍ରପୃଷ୍ଠରେ ସଡ଼କ କରିବା ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି । ଚନ୍ଦ୍ରପୃଷ୍ଠରେ ଥିବା ମାଟିକୁ ତରଳାଇ ଏହାକୁ ପକ୍କା ସଡ଼କ ଭଳି ଅଧିକ କଠିନ ପଦାର୍ଥରେ ରୂପାୟନ କରିବା ଲାଗି ବୈଜ୍ଞାନିକମାନେ ସୂର୍ଯ୍ୟକିରଣକୁ ବ୍ୟବହାର କରିବା ଲାଗି ଏକ ଉପାୟର ଆବିଷ୍କାର କରିଛନ୍ତି । ରିପୋର୍ଟ ମୁତାବକ, ଏଭଳି ବୈଷୟିକ ସଫଳତାର ଗୁରୁତ୍ୱ ଅଧିକ । କାହିଁକି ନା ଚନ୍ଦ୍ରପୃଷ୍ଠରେ ଥିବା ଧୂଳି ମୁନ୍ ରୋଭର୍ ପାଇଁ ବିଭିନ୍ନ ପ୍ରକାରର ସମସ୍ୟାର କାରଣ ସାଜିଥାଏ । ଯାହାଦ୍ୱାରା ରୋଭର୍ର କାର୍ଯ୍ୟପ୍ରଣାଳୀରେ ବିଭିନ୍ନ ସମସ୍ୟା ଦେଖାଦିଏ । ତେବେ ଚନ୍ଦ୍ରରେ ମାଧ୍ୟାକର୍ଷଣ ଅଭାବରୁ ଛୋଟ ଛୋଟ ଧୂଳି କଣିକା ଭାସମାନ ଅବସ୍ଥାରେ ଥାଏ । ଯାହାଫଳରେ ଉପରୋକ୍ତ ସମସ୍ୟା ପରିଲକ୍ଷିତ ହୋଇଥାଏ । ସେପଟେ ଚନ୍ଦ୍ରରେ ଥିବା ମାଟିକୁ ତରଳାଇଲେ ଖର୍ଚ୍ଚ କମ୍ ହେବ ବୋଲି ମଧ୍ୟ ଗବେଷକମାନେ ମତ ଦେଇଛନ୍ତି । ଏହାକୁ ବର୍ତ୍ତମାନ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷା କରାଯାଇଥିବାବେଳେ ଭିବଷ୍ୟତରେ ଚନ୍ଦ୍ରରେ ଏହାକୁ ଆପଣାଯିବ ବୋଲି କୁହାଯାଇଛି । ୟୁରୋପୀୟ ସ୍ପେସ୍ ଏଜେନ୍ସି ଦ୍ୱାରା ଚନ୍ଦ୍ର ମାଟିର ବିକଳ୍ପ ପ୍ରସ୍ତୁତ କରାଯାଇଥିବାବେଳେ ଜର୍ମାନୀରେ ଆଲେନ୍ ୟୁନିଭର୍ସିଟିର ଗବେଷକମାନେ ଉପରୋକ୍ତ ବିକଳ୍ପକୁ ନେଇ ଏହି ଗୁରୁତ୍ୱପୂର୍ଣ୍ଣ ଥିଓରିର ପରୀକ୍ଷଣ କରିଛନ୍ତି । କାର୍ବନ ଡାଇଅକ୍ସାଇଡ୍ ଲେଜରକୁ ନେଇ ସେଥିରେ ମାଟିକୁ ତରଳାଇଛନ୍ତି । ତେବେ ଚନ୍ଦ୍ରପୃଷ୍ଠରେ ଯଦି ଏହି ଥିଓରି ସଫଳ ରୂପାୟନ ହୁଏ ତେବେ ଆସନ୍ତା ୨ ବର୍ଷ ମଧ୍ୟରେ ଚନ୍ଦ୍ରରେ ଚାଲିପାରିବେ ବୋଲି ନାସା ଲକ୍ଷ୍ୟ ରଖିଛି । ଏହାବ୍ୟତୀତ ଆସନ୍ତା ଦିନରେ ଚନ୍ଦ୍ରରେ ମୋଟରେୱ ଏବଂ ଲ୍ୟାଣ୍ଡିଙ୍ଗ୍ ଟ୍ରି ନିର୍ମାଣ କରାଯିବା ନେଇ ମଧ୍ୟ ନାସାର ଯୋଜନା ରହିଛି ।
Comments are closed.