ଆମ କ୍ୟାପଟେନ ସୁସ୍ଥ ଅଛନ୍ତି, ତାଙ୍କୁ ମାତ୍ର ୬୯ : କେଟିଆର୍

ନୂଆଦିଲ୍ଲୀ : ଆସନ୍ତା ନଭେମ୍ବର ୩୦ ତାରିଖରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅଛି। ତେଲେଙ୍ଗାନାରେ ଯଦି ବିଆର୍‌ଏସ (ଭାରତ ରାଷ୍ଟ୍ର ସମିତି) ପୁଣିଥରେ କ୍ଷମତାକୁ ଫେରେ ତେବେ ଏହାର କାର୍ଯ୍ୟକାରୀ ସଭାପତି ଏବଂ ମୁଖ୍ୟମନ୍ତ୍ରୀ କେସିଆର (କେ ଚନ୍ଦ୍ରଶେଖର ରାଓ)ଙ୍କ ପୁଅ କେଟି ରାମ ରାଓ ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। କିନ୍ତୁ କେଟି ରାମରାଓ ଏଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି। କେଟିଆର କହିଛନ୍ତି, ଆମ କ୍ୟାପଟେନ୍‌ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ସ୍ଥାନରେ କୌଣସି ବିକଳ୍ପ ଦରକାର ନାହିଁ। ସେ ଖୁବ୍‌ ଭଲ କାମ କରୁଛନ୍ତି ଏବଂ ତାଙ୍କୁ ଏବେ ମାତ୍ର ୬୯ ବର୍ଷ। ତେଣୁ ଏବେ ତାଙ୍କର କୌଣସି ବିକଳ୍ପର ଆବଶ୍ୟକତା ନାହିଁ। ଆଗାମୀ ବିଧାନସଭା ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ହିଁ ନିର୍ବାଚନ ଜିତିବ ବୋଲି ତାଙ୍କର ଦୃଢ଼ ଆତ୍ମବିଶ୍ବାସ ରହିଛି। କେଟି ରାମରାଓ କହିଛନ୍ତି, ଆମେ ଆମର ପୂର୍ବ ରେକର୍ଡ ଭାଙ୍ଗିପାରିବୁ ବୋଲି ମୁଁ ବିଶ୍ବାସ ରଖିଛି। ବିଆର୍‌ଏସ ବିଜେପି ସହ ହାତ ମିଳାଇବା ସଂକ୍ରାନ୍ତ କଂଗ୍ରେସର ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

Comments are closed.